ଓଡିଶା

odisha

ETV Bharat / state

5T ସଚିବଙ୍କ କାର୍ଯ୍ୟକୁ ନେଇ ବିଜେଡିକୁ ପ୍ରଶ୍ନବାଣରେ ଛନ୍ଦିଲେ ବିରୋଧୀ - ଚାକିରିରେ ରହି ରାଜନୀତି ନକରିବାକୁ କହିଲା ବିଜେପି

ଅପରାଜିତାଙ୍କ ପରେ ୫ଟି ସଚିବଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଚାକିରିରେ ରହି ରାଜନୀତି ନକରିବାକୁ କହିଛି ବିଜେପି । ଅପରପକ୍ଷେ କଂଗ୍ରେସ ମଧ୍ୟ ୫ଟି ସଚିବଙ୍କୁ ଟାର୍ଗେଟ କରିଛି । ଅଧିକ ପଢନ୍ତୁ

୫ଟି ସଚିବଙ୍କୁ ପୁଣି ଟାର୍ଗେଟ
୫ଟି ସଚିବଙ୍କୁ ପୁଣି ଟାର୍ଗେଟ

By

Published : Jun 18, 2023, 8:02 PM IST

୫ଟି ସଚିବଙ୍କୁ ପୁଣି ଟାର୍ଗେଟ

ଭୁବନେଶ୍ବର:5T ସଚିବଙ୍କ କାର୍ଯ୍ୟକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଅପରାଜିତାଙ୍କ ପରେ ୫ଟି ସଚିବଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଚାକିରିରେ ରହି ରାଜନୀତି ନକରିବାକୁ ବିଜେପି କହିଥିବାବେଳେ କଂଗ୍ରେସ 'ଏଠି ସରକାର କିଏ' ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏନେଇ ଆଜି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ 5T ସଚିବଙ୍କୁ ଟାର୍ଗେଟ କରି କହିଛନ୍ତି, "ଜଣେ ସରକାରୀ ଚାକିରି କରୁଥିବା ଲୋକ ଓଡ଼ିଶାରେ ସିଧାସଳଖ ରାଜନୀତି କରିପାରିବ ନାହିଁ । ମୁଖ୍ୟମନ୍ତ୍ରୀ ଏ ବିଷୟରେ ସ୍ପଷ୍ଟ କରନ୍ତୁ। ଆଇନର ଊର୍ଦ୍ଧ୍ଵରେ କେହି ନୁହନ୍ତି କି ବ୍ୟବସ୍ଥାର ଉର୍ଦ୍ଧ୍ବରେ କେହି ନୁହନ୍ତି । ବ୍ୟବସ୍ଥା ଭିତରେ ରହି କେହି ବି ଲକ୍ଷ୍ମଣ ରେଖା ଅତିକ୍ରମ କରିବା ଉଚିତ ନୁହେଁ । ରାଜନୀତି କରିବାର ସମସ୍ତଙ୍କର ଅଧିକାର ଅଛି କିନ୍ତୁ ଦେଶର ବ୍ୟବସ୍ଥା, ସମ୍ବିଧାନ ଓ ଆଇନ କାନୁନକୁ ମାନି ଚାଲିବାକୁ ପଡ଼ିବ । ତେଣୁ ଯାହାକୁ ରାଜନୀତି କରିବାର ଅଛି ସେ ଚାକିରି ଛାଡି ରାଜନୀତି କରୁ । ଚାକିରିରେ ଥାଇ ରାଜନୀତି କରି ପାରିବେ ନାହିଁ ।"


"ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ ଦୁଇ ଡର୍ଜନ ମନ୍ତ୍ରୀ ଅଛନ୍ତି । ମନ୍ତ୍ରୀମାନେ ଶାସନର ମୁଖ୍ୟ । ପ୍ରଶାସନ ନିଷ୍ପତ୍ତି ନେଇ ପାରିବନି, ଘୋଷଣା କରିପାରିବନି କି ଅନୁମୋଦନ ବି ଦେଇପାରିବନି । ସମସ୍ତ ଚୂଡାନ୍ତ ନିଷ୍ପତ୍ତି ମନ୍ତ୍ରୀମାନଙ୍କର ନେବାର ଅଧିକାର ରହିଛି । ଯଦି ତାଙ୍କୁ ନିଷ୍ପତ୍ତି ନେବାରେ ଅଛି ତେବେ ସେ ଇସ୍ତଫା ଦେଇ ମନ୍ତ୍ରୀ ହୋଇଯାଆନ୍ତୁ । ଏକୁଟିଆ ବୁଲନ୍ତୁ ଘୋଷଣା କରନ୍ତୁ କେହି ତାଙ୍କୁ ମନା କରିବେନି । କାରଣ ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ଅଛି" ବୋଲି କହି ବର୍ଷିଛନ୍ତି ରାଜ୍ଯ ବିଜେପି ସଭାପତି ।


"ରାଜ୍ୟରେ ଶାସନ ଅଛି କି ନାହିଁ , ମନ୍ତ୍ରୀ ଅଛନ୍ତି କି ନାହାନ୍ତି, ବିଧାୟକ ମାନେ ଅଛନ୍ତି କି ନାହାନ୍ତି, ମୁଖ୍ୟମନ୍ତ୍ରୀ ଅଛନ୍ତି କି ନାହାନ୍ତି ଏ ବିଷୟରେ ଗାଁ ଗହଳି ପର୍ଯ୍ୟନ୍ତ ଆଲୋଚନା ହେବା ଦରକାର ବୋଲି ବିଜେପି ଦାବି କରିଛି। ଏହାସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ବିଜୁ ଜନତା ଦଳର ସମସ୍ତ ସାଂସଦ, ବିଧାୟକମାନେ ଚିନ୍ତା କରିବା ଆରମ୍ଭ କରନ୍ତୁ ସେମାନେ ରାଜନୀତିରେ ନିଷ୍ପତ୍ତି କ'ଣ ନେବେ । ଗଣତନ୍ତ୍ର ରକ୍ଷା କରିବା ପାଇଁ କଣ କରିବା ଉଚିତ ତାଙ୍କ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କଠାରୁ ନେଇ ନେତାଙ୍କ ପର୍ଯ୍ୟନ୍ତ ଚିନ୍ତା କରିବା ଆବଶ୍ୟକ । ସେମାନେ ଆଲୋଚନାକୁ ଆସି ସ୍ପଷ୍ଟ କରନ୍ତୁ ଯେ ସେମାନଙ୍କ ଭୂମିକା କଣ । କେନ୍ଦ୍ର ସରକାର କଣ ପଦକ୍ଷେପ ନେଉଛନ୍ତି ସମୟ ଆସୁ ଦେଖିବେ ବୋଲି କହିଛି ବିଜେପି ।


ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, "ଏଠି ସରକାର କିଏ ? ରାଜ୍ୟରେ ଶାସନ ନାଁରେ ଏଠି କଣ ଚାଲିଛି ? ନେତା ସବୁବେଳେ ନେତା ସିଏ ୱାର୍ଡ ମେମ୍ବର ହୁଅନ୍ତୁ ବା ବିଧାୟକ ସମ୍ମାନର ସହ ରହିବା କଥା । ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିକୁ ପଛରେ ରଖିବା ଗ୍ରହଣୀୟ ନୁହେଁ । ଓଡ଼ିଆ ଜାତିର ମାନ ସମ୍ମାନ କଥା, ବାହାର ରାଜ୍ୟରେ ଏହି ସବୁ କଥା ଜାଣିଲେ ସେମାନଙ୍କ ଆଗରେ ଓଡିଶା ଛବି ଖରାପ ହେବ । ନିର୍ବାଚିତ ପ୍ରତିନିଧିମାନେ ଅଫିସରମାନଙ୍କ ପାଇଁ ଆୟୋଜନ କରୁଛନ୍ତି । ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠିଲାଣି । ଯଦି ବିଭ୍ରାଟ ହୁଏ ସରକାର ଏଥିପାଇଁ ଦାୟୀ ରହିବେ । ଏ ଘଟଣାକୁ କଂଗ୍ରେସ ଜୋରଦାର ବିରୋଧ କରିବ ।"

ଅପରପକ୍ଷେ, ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ସେ କହିଛନ୍ତି, "ନବୀନ ବାବୁ ବେଶି କୁହନ୍ତି ନାହିଁ କାମ କରନ୍ତି। କାଳିଦାସ କେଉଁଠି ଭାଷଣ ଦିଅନ୍ତି ନାହିଁ । ହେଲେ ସେ ବଡ଼ ଜ୍ଞାନୀ । ରାଜ୍ୟରେ ଯାହା ହେଉଛି ମୁଖ୍ୟମନ୍ତ୍ରୀ କରୁଛନ୍ତି । ଏହାସହ ତାଙ୍କ ପରାମର୍ଶରେ ହିଁ ହେଉଛି । ବିରୋଧୀଙ୍କ ମତିଭ୍ରମ ହୋଇଛି । ଗୋଟିଏପଟେ ମୁଖ୍ୟମନ୍ତ୍ରୀ କିଛି କରୁ ନାହାନ୍ତି ବୋଲି ବିରୋଧୀ କହୁଛନ୍ତି । ଅନ୍ୟପଟେ ସଚିବ ସବୁ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ଆମର ଗଣତନ୍ତ୍ରରେ 3ଟି ବିଭାଗ ରହିଛି । ଆମେ ସରକାରରେ ରହିଲୁ ଆମର କାମ ହେଲା ନିୟମ ତିଆରି କରିବା । ତାକୁ କାର୍ଯ୍ୟକାରୀ ଅଫିସର କରିବେ । ଏହାସହ କାମ ଠିକ୍ ହେଉଛି ନା ନାହିଁ ନ୍ୟାୟାଳୟ ଦେଖିବ । ସେ ଦୃଷ୍ଟିରୁ ଗଣତନ୍ତ୍ର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା ରାଜ୍ୟରେ ହେଉଛି । ବିଧାୟକମାନେ ତାଙ୍କ ସୀମାରେ ରହିବା ଉଚିତ । ଜିଲ୍ଲାପାଳ ମଧ୍ୟ ତାଙ୍କ ସୀମାରେ ରହିବା ଉଚିତ । କିଏ କଣ କରିବ ତାହା ସମ୍ବିଧାନର ନିୟମ ରହିଛି । ଯେଉଁମାନେ ଏପରି ଅଭିଯୋଗ ଆଣୁଛନ୍ତି ସେମାନେ ଚିନ୍ତା ନକରି କହୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details