ଖୋର୍ଦ୍ଧା: ନୟାଗଡ଼ ଯଦୁପୁର ଗ୍ରାମର କୁନି ଝିଅ ପରୀ ହତ୍ୟା ମାମଲାରେ ଗତ 20 ତାରିଖରୁ ବିଜେପି କରୁଥିବା ପଦଯାତ୍ରା ମଙ୍ଗଳବାର ସାରୁଅ ଠାରୁ ବାହାରି ବୋଲଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । କୁନି ଝିଅ ପରୀ ମାମଲାର ତଦନ୍ତ ଭାର ଏସଆଇଟିକୁ ରାଜ୍ୟ ସରକାର ଦେଇଥିବା ବେଳେ ସେଥିରେ ବିଜେପି ସନ୍ତୁଷ୍ଟ ନହଇ ଏହାର ସିବିଆଇ ତଦନ୍ତ ଦାବି କରିଛି ଦଳ । ଏଥିସହ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଏହି ପଦଯାତ୍ରା କରୁଥିବା କହିଛନ୍ତି ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ।
ତୃତୀୟ ଦିନରେ ଜାରି ରହିଛି ବିଜେପିର ପଦଯାତ୍ରା - ବିଜେପିର ପଦଯାତ୍ରା
ନୟାଗଡ ନାବାଳିକା ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା ତୃତୀୟ ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ...
ତୃତୀୟ ଦିନରେ ଜାରି ରହିଛି ବିଜେପିର ପଦଯାତ୍ରା
ତୃତୀୟ ଦିନରେ ଜାରି ରହିଛି ବିଜେପିର ପଦଯାତ୍ରା
ସେହିପରି ଆଜିକୁ ତିନି ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ ମଙ୍ଗଳବାର ସାରୁଅ ଛକଠାରେ ଏକ ପଥପ୍ରାନ୍ତ ସଭା କରାଯାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ବହୁ ନେତା । ଏହି ପଦଯାତ୍ରାରେ ବିଜେପିର ସାଂସଦ, ବିଧାୟକ, ରାଜ୍ୟ ନେତୃମଣ୍ଡଳୀ ଏବଂ ଶତାଧିକ କର୍ମୀ ଯୋଗଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ