ଓଡିଶା

odisha

ETV Bharat / state

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କଲା ବିଜେପି

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କଲା ବିଜେପି । କଳାପଟି ବାନ୍ଧି କଳ୍ପନା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କଲା । ଅଧିକ ପଢ଼ନ୍ତୁ

By

Published : Mar 5, 2023, 8:24 PM IST

ଭ୍ରଷ୍ଟାଚାର ଦିବସ ପାଳନ କଲା ବିଜେପି
bjp celebrates corruption day

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କଲା ବିଜେପି

ଭୁବନେଶ୍ବର: ସାରା ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଥିବା ବେଳେ ଆଜିର ଦିନକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କଲା ବିଜେପି । ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ 5 ହଜାର କୋଟିର ଦୁର୍ନୀତି ହେଉଥିବା ବିଜେପି ଅଭିଯୋଗ କରିଛି । ଏହାକୁ ବିରୋଧ କରି ପଞ୍ଚାୟତିରାଜ ଦିବସକୁ ବିଜେପି 314 ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିଛି । ଏହି କ୍ରମରେ ଭୁବନେଶ୍ୱରର କଳ୍ପନା ଛକ ନିକଟରେ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି ନେତା ଏବଂ କର୍ମୀ ।

ଏହା ମଧ୍ୟ ପଢ଼ନ୍ତୁ:Migrant girl Missing: ୧୮ବର୍ଷ ଧରି ଯୁବତୀଙ୍କ ମିଳୁନି ପତ୍ତା, ଦାଦନ ଖଟିବା ଲାଗି ଯାଇଥିଲେ ଦିଲ୍ଲୀ

ଏହି ବିରୋଧ ପ୍ରଦର୍ଶନରେ ବିଜେପିର ଅନେକ ନେତା, "କର୍ମୀ ଯୋଗ ଦେଇ ରାଜ୍ୟରେ ଦୁର୍ନୀତି ଚାଲୁଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ଯେ, ସାରା ଦେଶରେ ଏପ୍ରିଲ ୨୪ ତାରିଖରେ ପଞ୍ଚାୟତି ରାଜ ଦିବସ ପାଳନ କରାଯାଉଛି । ମାତ୍ର କେବଳ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖରେ ଏହି ଦିବସକୁ ପାଳନ କରାଯାଉଛି । ପଞ୍ଚାୟତି ରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡି ଯାଇଛି । ତେଣୁ ଆଜିର ଦିନକୁ ସାରା ରାଜ୍ୟରେ ବିଜେପି ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରୁଛି ।"

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ପଞ୍ଚାୟତିରାଜ ଦିବସକୁ ନେଇ ବିଜେପି କିଛି ପ୍ରଶ୍ନ କରିଛି । "ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି କିଏ କରୁଛି, ଆଜି ପର୍ଯ୍ୟନ୍ତ ନୂଆ ତାଲିକା କାହିଁକି ତିଆରି ହୋଇ ପାରୁନି । ମନରେଗାରେ ଦୁର୍ନୀତି କାହିଁକି ହେଉଛି ? ଫଲ୍ସ ବିଲ କିଏ କରୁଛି ? କାହା ପକେଟକୁ ସେ ଟଙ୍କା ଯାଉଛି ? ପଞ୍ଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ CFC (ସେଣ୍ଟ୍ରାଲ ଫାଇନସ କମିଶନ) ଟଙ୍କା ଯାଉଛି କୁଆଡେ ? CFC ଟଙ୍କାକୁ କାହିଁକି ରି-ବ୍ରାଣ୍ଡିଂ କରୁଛନ୍ତି ସରକାର ? ଉକ୍ତ ଟଙ୍କା ଅନ୍ୟ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉଛି ? ରାସନ କାର୍ଡରେ ପ୍ରାୟ 20 ପ୍ରତିଶତ ଲୋକ ଅଯୋଗ୍ୟ ରହିଛନ୍ତି । ସେମାନେ ଆସିଲେ କେଉଁଠୁ ? ଏଥିରେ ଜାଲିଆତି କରି କିଏ ଅଯୋଗ୍ୟ ଲୋକଙ୍କୁ ସାମିଲ କରିଛି ?"

ଏହା ମଧ୍ୟ ପଢ଼ନ୍ତୁ:ପ୍ରତିଷ୍ଠା ହେବ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ; ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିବେ ୧୫୦ରୁ ଅଧିକ କଲେଜ

ଏଥିସହ ବିଜେପି ଆହୁରି ମଧ୍ୟ କହିଛି ଯେ, ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି ଏବଂ ବିଧାୟକ 5 ପ୍ରତିଶତ ନେଉଛନ୍ତି । ଜିଲ୍ଲାପାଳଙ୍କଠାରୁ ନେଇ ବିଡ଼ିଓ ଓ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ଅଛନ୍ତି । ଲାଭ ଉଠାଇବା ପାଇଁ ଜେଇ ନାଁରେ କାମ ହେଉଛି । ପଲ୍ଲୀସଭାକୁ କାହିଁକି ବନ୍ଦ କରି ଦେଇଛନ୍ତି ସରକାର ବୋଲି ବିଜେପି ପ୍ରଶ୍ନ କରିଛି । ଭ୍ରଷ୍ଟାଚାରର ବାରୁଦ ଗଦାରେ ଠିଆ ହୋଇଛି ଓଡିଶା ଏବଂ ରାଜ୍ୟରେ ଗଣତନ୍ତ୍ର ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details