ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସମ୍ପାଦିକା ଆଶା ଲାକ୍ରା । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସି ପହଁଞ୍ଚିଛନ୍ତି ଆଶା ଲାକ୍ରା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ସେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟ ମାନଙ୍କୁ ଦେବେ ଗୁରୁମନ୍ତ୍ର ଦେବେ । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଓଡ଼ିଶାର ମହିଳା, ଶିଶୁ, ନେତା ବା ମନ୍ତ୍ରୀ କେହି ବି ସୁରକ୍ଷିତ ନୁହନ୍ତି । ଏଠି ପୋଲିସ ଗୁଣ୍ଡା ହୋଇ ତାଣ୍ଡବ କରୁଛି ।
ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା କହିଛନ୍ତି, "ଦେଶରେ କ୍ରାଇମରେ ଓଡିଶା ପ୍ରଥମ ସ୍ଥାନରେ । ଏଠି କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ସାଧାରଣ ଜନତା ଏଠି ସୁରକ୍ଷିତ ନାହାନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଙ୍ଗଲ ରାଜ ଭଳି ଚାଲିଛି । ମହିଳା, ଶିଶୁ ଅପରାଧିକ ମାମଲା ଓଡିଶାରେ ଅଧିକ ଦେଖାଯାଉଛି । ଏଠାରେ ମହିଳା, ଶିଶୁ, ନେତା ବା ମନ୍ତ୍ରୀ କେହି ବି ସୁରକ୍ଷିତ ନୁହନ୍ତି । ଓଡିଶା ସରକାର ଯୋଡିବା ଶାନ୍ତି ଶୃଙ୍ଖଳାକୁ ପ୍ରଶୟ ଦେବା ବଦଳରେ ଗୁଣ୍ଡାରାଜକୁ ପ୍ରଶୟ ଦେଇଛି । ଏଠାରେ ଲୋକ ନକ୍ସଲକୁ ଡରୁ ନାହାନ୍ତି, ସାଧାରଣ ଲୋକ ଏଠାରେ ଗୁଣ୍ଡା, ମାଫିଆ, ଅପହରଣକାରୀ ଏବଂ ପୋଲିସକୁ ଡରୁଛନ୍ତି । ପୋଲିସର ଦାୟିତ୍ବ ହେଉଛି ସାଧାରଣ ଜନତାର ସୁରକ୍ଷା କିନ୍ତୁ ପୋଲିସ ଗୁଣ୍ଡା ହୋଇ ତାଣ୍ଡବ କରୁଛି । ଯେଉଁ ଯେଉଁ ରାଜ୍ୟରେ ବିଜେପି ଶାସନ କରୁଛି ସେ ରାଜ୍ୟରେ ଲୋକମାନେ ସୁରକ୍ଷିତ ଅଛନ୍ତି । ଉତ୍ତରପ୍ରଦେଶରେ ଦେଖିବାକୁ ଗଲେ ସାଧାରଣ ଜୀବନ ଯାପନ ଅସୁରକ୍ଷିତ ଥିଲା । ହେଲେ ବିଜେପି ସରକାର ଆସିବା ପରେ ସବୁ ଠିକ୍ ହୋଇଯାଇଛି ।"