ଓଡିଶା

odisha

ETV Bharat / state

ମୋଦି ସରକାରର ସଫଳତା ବଖାଣିଲେ ନଡ୍ଡା, ଓଡ଼ିଶାରୁ ବିଜେଡି ଶାସନ ହଟାଇବାକୁ ଆହ୍ୱାନ - ଓଡ଼ିଶାରୁ ବିଜେଡି ଶାସନ ହଟାଇବାକୁ ଆହ୍ବାନ

ବାଣପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ସଫଳତା ବଖାଣିଲେ । ଏହାପରେ ଦେବୀ ଭଗବତୀଙ୍କୁ ଦର୍ଶନ କରି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ବାଣପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ବାଣପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

By

Published : Dec 28, 2022, 9:01 PM IST

ବାଣପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଖୋର୍ଦ୍ଧା: ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ସଭାରେ କେନ୍ଦ୍ରରେ ମୋଦି ସରକାରଙ୍କ ସଫଳତାର କାହାଣୀ କହିବା ସହିତ ଓଡ଼ିଶାରେ ବିଜେଡି ଶାସନ ହଟାଇବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଜେପି ନଡ୍ଡା । ଏହାପରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ନିର୍ବାଚିତ ପ୍ରତିନିଧି ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହେଲିକପ୍ଟର ଯୋଗେ ଆସି ଅପରାହ୍ନରେ ବାଣପୁର ପଲଟନ ପଡିଆରେ ପହଞ୍ଚିଥିଲେ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ବାକି ଥିଲାବେଳେ ନଡ୍ଡା ଓଡ଼ିଶାକୁ ଫୋକସରେ ରଖି ବିଜୟ ସଂକଳ୍ପ ସମାବେଶ ଜରିଆରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଏଠାରେ ବିଶାଳ ଜନସଭାକୁ ଉଦ୍‌ବୋଧନ ଦେଇ ସେ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନଡ୍ଡା । ଓଡ଼ିଶାରେ ମହିଳା ନିର୍ଯାତନା ଓ ମହିଳା ଚାଲାଣ ଦେଶରେ ସବୁଠାରୁ ଆଗରେ ଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଓଡ଼ିଶା ପୋଲିସ ଉପରେ ମଧ୍ୟ ସବୁଠାରୁ ଅଧିକ ଆକ୍ରମଣ ହୋଇଥିବା ସେ କହିଛନ୍ତି ।

ଆଜିର ବିଶାଳ ଜନସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଭଳି ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ନଡ୍ଡା ଜନସଭାକୁ ସମ୍ବୋଧନ କରିବା ପରେ ବାଣପୁରର ଆରାଧ୍ୟ ଦେବୀ ମା' ଭଗବତୀଙ୍କ ଦର୍ଶନ କରିଛନ୍ତି । ଏହାପରେ ନାଚୁଣୀ ଯାଇ ପୁରୀ ଲୋକସଭା ଅନ୍ତର୍ଗତ ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀର ମଣ୍ଡଳ ସଭାପତି, ନିର୍ବାଚିତ ପ୍ରତିନିଧି ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details