ଭୁବନେଶ୍ବର:ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ରୁଦ୍ଧ ଦ୍ବାର ବୈଠକ । ଏହି ବୈଠକରେ ସାମିଲ ଅଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଗୌହାଟି ବୈଠକ ପରେ ଏହା ବଂଶଲଙ୍କ ପ୍ରଥମ ଓଡ଼ିଶା ଗସ୍ତ ଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ତୁଙ୍ଗ ନେତା ଉପସ୍ଥିତ ଅଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଚାଲିଛି ବୈଠକ । ୨୦୨୪ ପାଇଁ ଚୂଡ଼ାନ୍ତ ରଣନୀତି ଉପରେ ମୋହର ମାରି ପାରନ୍ତି ବଂଶଲ ।
ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି ସୁନୀଲ ବଂଶଲ । ରାଜ୍ୟରେ ପହଞ୍ଚିବା ପରେ ସେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ଏହି ବୈଠକରେ ସେ ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଚୂଡ଼ାନ୍ତ ରଣନୀତି ଉପରେ ମୋହର ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗୌହାଟିରେ ହୋଇଥିବା ବ୍ଲୁ ପ୍ରିଣ୍ଟ ଉପରେ ହୋଇପାରେ ମାନସ ମନ୍ଥନ। ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ । 4ଟି ପର୍ଯ୍ୟାୟରେ ହେବ ବୈଠକ । ଆଜି ବସିଛି ମହା ଜନସମ୍ପର୍କ ଅଭିଯାନର ସମୀକ୍ଷା ବୈଠକ । 20 ଜଣିଆ ଟିମ ସହ ବଂଶଲ କରୁଛନ୍ତି ଆଲୋଚନା । ଏହାସହ ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ସହ ସାଂଗଠନିକ ଚର୍ଚ୍ଚା ଓ ଆଲୋଚନା ମଧ୍ୟ କରିଛନ୍ତି ।
ଏହା ବି ପଢନ୍ତୁ- ବାରମ୍ବାର ଓଡିଶା ଆସିବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ