ଓଡିଶା

odisha

By ETV Bharat Odisha Team

Published : Oct 13, 2023, 11:01 PM IST

Updated : Oct 14, 2023, 10:11 AM IST

ETV Bharat / state

ବଢିଲା ସୁବାସ-ନୀତେଶ କଳି: ସ୍ତ୍ରୀଙ୍କ ଦ୍ବାରା ଗୃହବନ୍ଦୀ ସମ୍ବଲପୁର ସାଂସଦ !

ଚର୍ଚ୍ଚାରେ ଏବେ ବିଜେପି ବିଧାୟକ-ସାଂସଦ କଳି । କଳି ପୂର୍ବରୁ ବନ୍ଦ କୋଠରୀରେ ଥିବାବେଳେ ଏବେ ଧୀରେ ଧୀରେ ସର୍ବସାଧାରଣ ହେବାରେ ଲାଗିଛି । ବିଜେପିରେ ସବୁ କିଛି ଠିକଠାକ ନାହିଁ ତାହା ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ମନ୍ତବ୍ୟରୁ ଜଣାପଡୁଛି । ସୁବାସ କହିଛନ୍ତି ଯେ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ(ସ୍ବାମୀ)- ସ୍ତ୍ରୀ(ଅରୁନ୍ଧତୀ ଦେବୀ)ଙ୍କ ଲଢେଇ ଯୋଗୁଁ ଲୋକପ୍ରିୟତା ହରାଇଛନ୍ତି ସାଂସଦ । ଅଧିକ ପଢନ୍ତୁ

ବଢିଲା ସୁବାସ-ନୀତେଶ କଳି; ସ୍ତ୍ରୀଙ୍କ ଦ୍ବାରା ଗୃହ ବନ୍ଦୀ ସମ୍ବଲପୁର ସାଂସଦ !
ବଢିଲା ସୁବାସ-ନୀତେଶ କଳି; ସ୍ତ୍ରୀଙ୍କ ଦ୍ବାରା ଗୃହ ବନ୍ଦୀ ସମ୍ବଲପୁର ସାଂସଦ !

ବଢିଲା ସୁବାସ-ନୀତେଶ କଳି; ସ୍ତ୍ରୀଙ୍କ ଦ୍ବାରା ଗୃହ ବନ୍ଦୀ ସମ୍ବଲପୁର ସାଂସଦ !

ଭୁବନେଶ୍ବର: ରାଜ୍ୟ ବିଜେପିର ଘର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବଢିଲା ସମ୍ବଲପୁର ସାଂସଦ ଓ ଦେବଗଡ ବିଧାୟକ କଳି । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିରୁଦ୍ଧରେ ସାଂଘାତିକ ବୟାନ ରଖିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସମ୍ବଲପୁର ସାଂସଦ ସ୍ତ୍ରୀଙ୍କ ଦ୍ବାରା ଗୃହବନ୍ଦୀ ଥିବା ଅଭିଯୋଗ କରିଛନ୍ତି ସୁବାସ । ସେପଟେ ଜବାବ ରଖିଛନ୍ତି ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ।

ଚର୍ଚ୍ଚାରେ ଏବେ ବିଜେପି ବିଧାୟକ- ସାଂସଦ କଳି । କଳି ପୂର୍ବରୁ ବନ୍ଦ କୋଠରୀରେ ଥିବା ବେଳେ ଏବେ ଧୀରେ ଧୀରେ ସର୍ବସାଧାରଣ ହେବାରେ ଲାଗିଛି । ବିଜେପିରେ ସବୁ କିଛି ଠିକଠାକ ନାହିଁ ତାହା ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ମନ୍ତବ୍ୟରୁ ଜଣାପଡୁଛି । ସୁବାସ କହିଛନ୍ତି ଯେ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ(ସ୍ବାମୀ)- ସ୍ତ୍ରୀ(ଅରୁନ୍ଧତୀ ଦେବୀ)ଙ୍କ ଲଢେର ଯୋଗୁଁ ଲୋକପ୍ରିୟତା ହରାଇଛନ୍ତି ସାଂସଦ । ଲୋକମାନଙ୍କ ପାଖକୁ ଆଉ ଗଲେ ନାହିଁ । ଲୋକଙ୍କ କୌଣସି କାମ କଲେ ନାହିଁ । ଲୋକେ ତାଙ୍କୁ ଘୃଣା କରୁଛନ୍ତି । ସେ ଆଉ ସାଂସଦ କୁଆଡୁ ଛିଡା ହେବେ । ବିଧାୟକ କି ସାଂସଦ ଛିଡା ହେବା ଯୋଗ୍ୟତା ତାଙ୍କର ନାହିଁ ।

ଅଧିକ ପଢନ୍ତୁ- ଧର୍ମେନ୍ଦ୍ର ଯେଉଁଠି ଛିଡା ହେଲେ ଜିତିବେ, ସମ୍ବଲପୁର ସବୁଠୁ ସୁରକ୍ଷିତ: ବିଧାୟକ ସୁବାସ

ସେହିପରି ସୁବାସ ଆଉ ମଧ୍ୟ କହିଛନ୍ତି ଯେ, ତାଙ୍କୁ ଟିକେଟ ଦେବ ନା ନାହିଁ ଦଳ ନିଷ୍ପତ୍ତି ନେବ । ମୋର ଯାହା ମତାମତ ଅଛି ସେ ନ ଛିଡା ହେବା ଭଲ । ମୋ ଆସନ ଦେବଗଡରୁ ମୋତେ କେହି ଟଳେଇବାର ଚାନ୍ସ ନାହିଁ । ମୁଁ ଦଳୀୟ ଟିକେଟରେ ଦେବଗଡ ଆସନରୁ ହିଁ ନିର୍ବାଚନ ଲଢିବି । ଆମ ସମ୍ବଲପୁର ସାଂସଦ ଲୋକପ୍ରିୟତା ହରାଇ ସାରିଛନ୍ତି । ସେ ସାଂସଦ ଭାବରେ ନିର୍ବାଚନ ଲଢିଲେ ହାରିବେ । ବିଧାୟକ ଭାବେ ବି ଛିଡା ହେଲେ ହାରିବେ । ଯଦି ସେ ଛିଡା ହୁଅନ୍ତି ତେବେ ହାରିବା ପକ୍କା । ତାଙ୍କ ସ୍ତ୍ରୀ ଦେବଗଡରୁ ବିଜେଡିରୁ ବିଧାୟକ ଛିଡା ହେବେ କହିଲେଣି । ତେଣୁ ସେ ଛିଡା ହେବାର ପ୍ରଶ୍ନ ଉଠୁନାହିଁ । ସେ ଗୃହବନ୍ଦୀ ହୋଇରହିବେ ।

ସୁବାସଙ୍କ ଅଭିଯୋଗ ପରେ ଜବାବ ରଖିଛନ୍ତି ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ଅରୁନ୍ଧତୀ କହିଛନ୍ତି ଯେ, ବିଧାୟକଙ୍କ ମନ୍ତବ୍ୟ ଆମକୁ ଆଘାତ ଦେଇଛି । ପରିବାର ଲୋକଙ୍କ ସେବା ପାଇଁ ରାଜନୀତିକୁ ଆସିଛି, ଲୋକପ୍ରିୟତା ପାଇଁ ନୁହେଁ । ରାଜପରିବାର ଦେବଗଡ ସେବା ପାଇଁ ଅଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 14, 2023, 10:11 AM IST

ABOUT THE AUTHOR

...view details