ଓଡିଶା

odisha

ETV Bharat / state

ସଞ୍ଜୟଙ୍କ ବୟାନ ପରେ ଥାର୍ଡ ଫ୍ଲୋରରେ ଝଡ ! ଲଳିତେନ୍ଦୁ କହିଲେ ଆହୁରି ବିସ୍ଫୋରକ ତଥ୍ୟ ଆସିବ

ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଞ୍ଜୟଙ୍କ ବିଦେଶୀ ଶକ୍ତି ଓଡିଶାକୁ ଲୁଟ ପାଇଁ ଚାହୁଁଥିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ଆସିବ । ତାଙ୍କରି ଦଳର ନେତା ଅର୍ଥାତ ବିଜେଡି ଦଳର ନେତା ହିଁ ଏପରି ବିସ୍ଫୋରକ ତଥ୍ୟ ଆଗକୁ ରଖିବେ । ଡେରିରେ ହେଉ ପଛେ ଦଳର ନେତା ମୁହଁ ଖୋଲିବା ଆରମ୍ଭ କରିଛନ୍ତି ।" ଅଧିକ ପଢନ୍ତୁ

ସଞ୍ଜୟଙ୍କ ବୟାନକୁ ନେଇ ଥାର୍ଡ ଫ୍ଲୋରରେ ଝଡ !  ଲଳିତେନ୍ଦୁ କହିଲେ ଆହୁରି ବିସ୍ଫୋରକ ତଥ୍ୟ
ସଞ୍ଜୟଙ୍କ ବୟାନକୁ ନେଇ ଥାର୍ଡ ଫ୍ଲୋରରେ ଝଡ ! ଲଳିତେନ୍ଦୁ କହିଲେ ଆହୁରି ବିସ୍ଫୋରକ ତଥ୍ୟ

By

Published : Nov 17, 2022, 9:52 PM IST

ଭୁବନେଶ୍ୱର: ବର୍ତ୍ତମାନ ବିଜେଡି ବିଧାୟକ ତଥା ବିଜେଡିର ଏକଦା ପାଓ୍ପାରଫୁଲ ନେତା ସଞ୍ଜୟ ଦାସ ବର୍ମାଙ୍କ ବୟାନକୁ ନେଇ ଥାର୍ଡ ଫ୍ଲୋରରେ ଝଡ଼ ! ସଞ୍ଜୟ ସାଧାରଣ ସଭାରେ ଯାହା କହିଛନ୍ତି ସେଥିରେ କଣ ବାର୍ତ୍ତା ରହିଛି ଏହାର ଖୋଳତାଡ କରିବାରେ ବିଜେଡି ଲାଗିପଡିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସଞ୍ଜୟଙ୍କ ସହିତ ଭୁବନେଶ୍ବରର ଏକ ଅଜ୍ଞାତ ସ୍ଥାନରେ 3ରୁ 4 ଘଂଟା ଧରି ରୁଦ୍ଧଦ୍ବାର ବୈଠକ କରିଛନ୍ତି । ଏପରିକି ତୃତୀୟ ମହଲାରେ ଦବଦବା ରଖୁଥିବା ଏହି ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ ପତ୍ନୀ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି । ବିଜେଡିର 2ଜଣ ମନ୍ତ୍ରୀ ଓ ଜଣେ ବିଧାୟକଙ୍କୁ ସଞ୍ଜୟଙ୍କ ବୟାନ କି ବାର୍ତ୍ତା ଦେଉଛି ତାର ଅର୍ଥ ଖୋଜି ବାହାର କରିବାକୁ ଦାୟିତ୍ବ ଦିଆଯାଇଛି । ଏହା ମଧ୍ୟରେ ଅଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଜଣେ ମନ୍ତ୍ରୀ ଏବଂ ପୁରୀ ଜିଲ୍ଲାର ଜଣେ ମନ୍ତ୍ରୀ ଓ ବିଧାୟକ । ଉକ୍ତ ସଭାରେ ଯୋଗ ଦେଇଥିବା ନେତାଙ୍କ ସହିତ ଏହି ମନ୍ତ୍ରୀ ଓ ବିଧାୟକ ଆଲୋଚନା କରି ସଞ୍ଜୟଙ୍କ ବାର୍ତ୍ତାର ଅର୍ଥ ଖୋଜି ବାହାର କରିବେ ।

ସଞ୍ଜୟଙ୍କ ବୟାନକୁ ନେଇ ଥାର୍ଡ ଫ୍ଲୋରରେ ଝଡ ! ଲଳିତେନ୍ଦୁ କହିଲେ ଆହୁରି ବିସ୍ଫୋରକ ତଥ୍ୟ

ସେପଟେ ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, "ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ଆସିବ । ତାଙ୍କରି ଦଳର ନେତା ଅର୍ଥାତ ବିଜେଡି ଦଳର ନେତା ହିଁ ଏପରି ବିସ୍ଫୋରକ ତଥ୍ୟ ଆଗକୁ ରଖିବେ । ଡେରିରେ ହେଉ ପଛେ ଦଳର ନେତା ମୁହଁ ଖୋଲିବା ଆରମ୍ଭ କରିଛନ୍ତି ।" ତେବେ ଗତକାଲି ପିସିସି ସଭାପତି ମଧ୍ୟ କହିଥିଲେ ବିଜେଡିରେ ଗଣତନ୍ତ୍ର ନୁହେଁ ଅମଲାତନ୍ତ୍ର ଚାଲିଛି ।

ଏହାବି ପଢନ୍ତୁ- New Governor Of WB: ସିଭି ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ

2024 ନିର୍ବାଚନ ପାଖେଇ ଆସିଲାଣି । ଆଉ ଗୋଟେ ପଟେ ଧାମନଗରରେ ପରାଜୟ । ଏହା ଭିତରେ ପଦ୍ମପୁର ପାଇଁ ପ୍ରାର୍ଥୀ ଦେଇଛି ବିଜେଡି । ଯଦି ଦଳ ଭିତରେ ଏପରି ବିରୋଧା ଭାଷ ଏବଂ ବିଦ୍ରୋହ ଦେଖାଦିଏ ତେବେ ବିଜେଡି ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details