ଭୁବନେଶ୍ବର: ଦୁବାଇରେ ଡେଭଲପମେଣ୍ଟ କମିଶନର ଅଶୋକ ପଣ୍ଡା କେଉଁ ବିଭାଗରେ ଅଛନ୍ତି ନ ଜାଣିବା ପ୍ରସଙ୍ଗରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା ରଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ବିଜେଡି ସରକାରରେ ଅଫିସର ରାଜ ଚାଲିଛି । ଏଠାରେ ଲୋକ ପ୍ରତିନିଧିଙ୍କ କୌଣସି ଭୂମିକା ନାହିଁ । ସେମାନଙ୍କୁ ଅସମ୍ମାନ କରାଯାଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ପ୍ରସଙ୍ଗ ବୋଲି ସେ କହିଛନ୍ତି ।
ଦୁବାଇର ଓଡ଼ିଆ ପର୍ବର ଆୟୋଜନ ହୋଇଥିବା ବେଳେ ଓଡ଼ିଶାରୁ କିଛି ମନ୍ତ୍ରୀ ଓ ବିଧାୟକ ଦୁବାଇ ଗସ୍ତ କରିଥିଲେ । କିନ୍ତୁ ସେଠାରେ ଡେଭଲପମେଣ୍ଟ କମିଶନର ଅଶୋକ ପଣ୍ଡା କେଉଁ ବିଭାଗର ମନ୍ତ୍ରୀ ଜାଣି ପାରିନଥିଲେ । ସେ ଅଶୋକ ପଣ୍ଡାଙ୍କୁ ପର୍ଯ୍ୟଟନର ମନ୍ତ୍ରୀ କହିଥିଲେ । ଯାହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଖାଲି ସେତିକି ନୁହେଁ ଯେଉଁ ବିଧାୟକମାନେ ସେଠାକୁ ଯାଇଥିଲେ ତାଙ୍କ ପ୍ରତି ମଧ୍ୟ ଏହା ଅପମାନ ବୋଲି କହିଛନ୍ତି ନିତ୍ୟାନନ୍ଦ। ସେ କହିଛନ୍ତି,"ସେଠି ସଚିବ ମଞ୍ଚରେ ଭାଷଣ ମାରୁଛନ୍ତି । ଆଉ ତଳେ ବିଧାୟକମାନେ ତାଳି ମାରୁଛନ୍ତି। ଏ ସରକାରରେ ଅଫିସର ରାଜ ଚାଲିଛି। ଲୋକ ପ୍ରତିନିଧି କିଛି କରନ୍ତି ନାହିଁ।"
ସେ ଆହୁରି କହିଛନ୍ତି, " ଦୁବାଇରେ ବିଧାୟକଙ୍କୁ ଅସମ୍ମାନ କରାଯାଇଛି । ଏ ଅପମାନ ବିଜେଡି ବିଧାୟକଙ୍କୁ କେମିତି ଲାଗୁଛି ମୁଁ ଜାଣିନି। କିନ୍ତୁ ବିଧାୟକ ଭାବରେ ଆମକୁ ମଧ୍ୟ ଅପମାନ ଲାଗୁଛି। ଆମ ଅଞ୍ଚଳକୁ ମଧ୍ୟ ୫T ସଚିବ ଯାଇଥିଲେ। ତାଙ୍କ ଗାଡି ପଛରେ ବିଧାୟକମାନେ ଦୌଡୁଥିଲେ। ଏମିତି କି ଜଣେ ବିଧାୟକ ଗେଟ୍କିପର ଭାବେ କାମ କରୁଥିଲେ । ତେଣୁ ଏଠି ଅଫିସରମାନେ ଅଧିକ କ୍ଷମତାଶାଳୀ । ସଚିବମାନେ ସବୁ କରୁଛନ୍ତି ।"