ଭୁବନେଶ୍ବର: ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ନଭେମ୍ବର ୧୫ ତାରିଖ ସୁଦ୍ଧା ଧାନ ମଣ୍ଡି ଖୋଲା ଯାଉ । ପଶ୍ଚିମ ଓଡ଼ିଶାରେ ନୂଆଖାଇ ପରେ ପରେ ଧାନ ଅମଳ ଅର୍ଥାତ ଧାନ ସଂଗ୍ରହ ଆରମ୍ଭ ହୋଇଯାଏ । ଯେତେବେଳ ଚାଷୀ ଧାନରେ ଟୋକନ୍ ପାଇଁ ପଞ୍ଜିକରଣ କରିଥାଆନ୍ତି । ତେବେ ଧାନ ଅମଳ କରିବାର ସମୟ ହୋଇଥିବା ବେଲେ ମଣ୍ଡି ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁକେଶ ।
ତେବେ ମୁକେଶ କହିଛନ୍ତି ଯେ, କୃଷି ବିଭାଗର ସୂଚନା ଅନୁସାରେ ଏଥର ବମ୍ପର୍ ଧାନ ଅମଳ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନୁରୋଧ କରିଛି ଯେ, ନଭେମ୍ବର ୧୫ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାର ସବୁ ଧାନ ମଣ୍ଡି ଖୋଲା ଯାଉ ଏବଂ ଚାଷୀଙ୍କଠାରୁ ଧାନ କିଣା ଯାଉ । ଗାଁ ଗାଁରେ ଏବେ ଧାନ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରି ସମୟରେ ଧାନର ଡିଲର ଓ ଅସାଧୁ ମିଲର ମିଶି ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ଧାନ ୧୨ଶହରୁ ୧୫ ଶହ ଟଙ୍କାରେ କିଣିବା ଆରମ୍ଭ କରି ଦେଲେଣି । ତେଣୁ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ୧୫ ତାରିଖ ସୁଦ୍ଧା ମଣ୍ଡି ଖୋଲାଯାଉ । ଯାହା ଫଳରେ ଚାଷୀ ଉଚିତ ମୂଲ୍ୟ ପାଇ ପାରିବ ।
ଏହା ମଧ୍ୟ ପଢ଼ନ୍ତୁ....ସଚିବସ୍ତରୀୟ ବୈଠକ: ଜିଲ୍ଲା ଗସ୍ତ ବେଳେ ଧାନ ମଣ୍ଡି ବୁଲି ଅନୁଧ୍ୟାନ କରିବେ ସଚିବ