ଭୁବନେଶ୍ବର: ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ପ୍ରସଙ୍ଗ । ଆନ୍ଦୋଳନକୁ ସମର୍ଥନ କଲେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ଏନେଇ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଁ ଆନ୍ଦୋଳନର ଅଂଶ ବିଶେଷ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।
ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି । ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ । ଏହି ସବୁ ସମସ୍ୟା ପାଇଁ ଓଡିଶା ସରକାର ଦାୟୀ । କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ କହିଛନ୍ତି, ଓଡିଶା ସରକାରଙ୍କ ତରଫରୁ କୌଣସି ପ୍ରସ୍ତାବ ଦିଆଯାଇନାହିଁ । ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ସରକାର ଖେଳିବାକୁ ଚାହୁଁଛନ୍ତି । ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ହତାଦର ରହିଛି ।" ଏହା ସହିତ ରାଜ୍ୟ ସରକାର କାହିଁକି ଟାଳଟୁଳ ନୀତି କରୁଛନ୍ତି ଓ ବିଧିବଦ୍ଧ ପ୍ରସ୍ତାବ କାହିଁକି ଆଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।