ଓଡିଶା

odisha

ETV Bharat / state

Market Building: ତୃତୀୟ ଦିନରେ ଧାରଣା, ଆନ୍ଦୋଳନକାରୀଙ୍କୁ ଭେଟିଲା ବିଜେପି - ସ୍ଥାୟୀ ବ୍ୟବସାୟୀଙ୍କୁ ଭେଟିଲା ବିଜେପି

ମାର୍କେଟ ବିଲ୍ଡିଂରେ ଅସ୍ଥାୟୀ ଦୋକାନୀଙ୍କୁ ଉଠାଇବା ଦାବିରେ ସ୍ଥାୟୀ ବ୍ୟବସାୟୀଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆସି ଧାରଣାରତ ସ୍ଥାୟୀ ବ୍ୟବସାୟୀ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

market build closed for indefinite period
ମାର୍କେଟ ବିଲ୍ଡିଂରେ ସ୍ଥାୟୀ ବ୍ୟବସାୟୀଙ୍କ ଧାରଣା

By

Published : Jul 19, 2023, 9:51 AM IST

ମାର୍କେଟ ବିଲ୍ଡିଂରେ ସ୍ଥାୟୀ ବ୍ୟବସାୟୀଙ୍କ ଧାରଣା

ଭୁବନେଶ୍ବର: ସ୍ଥାୟୀ- ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ । ଏ ଦିଗରେ ବିଏମସି କୌଣସି ଦୃଢ ପଦକ୍ଷେପ ନେଉ ନଥିବା ଦାବି କରି ସ୍ଥାୟୀ ବ୍ୟବସାୟୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆସି ଧାରଣାରତ ସ୍ଥାୟୀ ବ୍ୟବସାୟୀ ଭେଟିଛନ୍ତି । ସେମାନଙ୍କ ସହିତ ଆଲୋଚନା କରି ବିଏମସି ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ।

ଗତ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ ରହିଛି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ । ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଥିବା ବିବାଦ ତୁଟୁ ନ ଥିବାବେଳେ ବିଏମସି କୌଣସି ଦୃଢ ପଦକ୍ଷେପ ନେଉନାହିଁ । ଫଳରେ ମାର୍କେଟ ବିଲ୍ଡିଂ ଭିତରେ ଏବେ ଉଠାଦୋକାନୀମାନେ ଏକ ପ୍ରକାର କବ୍‌ଜା କରି ସାରଲେଣି । ଏନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବାରମ୍ବାର ବିଏମସିର ଦୃଷ୍ଟି ଆକର୍ଷଣ କରୁଥିବାବେଳେ କୌଣସି ସୁଫଳ ମିଳୁନାହିଁ । କେବଳ ନାମକୁ ମାତ୍ର ଲୋକଦେଖାଣିଆ ଭାବେ ଉଠାଦୋକାନୀଙ୍କୁ ଉଠାଇ ପୁଣି ବସିବାର ସୁଯୋଗ ଦିଆଯାଉଛି ବୋଲି ଅଭିଯୋଗ ଆଣି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଏଥିପାଇଁ ବିଏମସିର ସହଯୋଗ କାମନା ସହ ଏ ସମ୍ପର୍କରେ କମିଶନରଙ୍କୁ ଭେଟି କଥା ହେବେ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରତିଶୃତି ଦେଇଛନ୍ତି ।

ଏହାସହ ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କୁ ଅଲଗା ଅଲଗା ବଜାର ଦେବା ପାଇଁ ମଧ୍ୟ ଦାବି କହିଛନ୍ତି । ସେ କହିଛନ୍ତି," ମାର୍କେଟ ବିଲ୍ଡିଂ ଭୁବନେଶ୍ବରରେ ଏକ ପ୍ରମୁଖ ସ୍ଥାନ । ରାଜ୍ୟ ବିଭିନ୍ନ ଜିଲ୍ଲାରୁ ଲୋକ ଆସି ଏଠାରୁ ଜିନିଷ କିଣି ନିଅନ୍ତି । ତେଣୁ ଏହାକୁ ସରସ ସୁନ୍ଦର ରଖିବାର ଆବଶ୍ୟକତା ରହିଛି । ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ବ୍ୟବସାୟୀଙ୍କ ଦାବିକୁ ଶୁଣି ବିଏମସି ଯଥା ଶୀଘ୍ର ଏହାର ସମାଧାନ କରିବାର ଆବଶ୍ୟକତା ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ:ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ: ଶୁଣିଲାନି ବିଏମସି, ଆଜିଠୁ ବନ୍ଦ ରହିଲା ମାର୍କେଟ ବିଲ୍ଡିଂ

ସୂଚନାଯୋଗ୍ୟ, ପ୍ରାୟ ୨ଶହ ଉଠାଦୋକାନୀଙ୍କ କବଳରେ ଏବେ ମାର୍କେଟ ବିଲ୍ଡିଂରେ ରହିଛି । ଉଠାଦୋକାନୀଙ୍କ ପାଇଁ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଥିବାବେଳେ ଅନେକ ସମୟରେ ଛିନ୍‌ତାଇ ଭଳି ଅପରାଧ ଘଟୁଥିବା ସ୍ଥାୟୀ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଉଠାଦୋକାନୀଙ୍କ ରାସ୍ତା ଅବରୋଧ ଯୋଗୁଁ ଗ୍ରାହକମାନଙ୍କ ଯାତାୟତରେ ସମସ୍ୟା ଉପୁଜୁଛି । ଏନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବିଏମସି ଆଗରେ ବହୁବାର ଅଭିଯୋଗ ସହ ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀ ମୁକ୍ତ କରିବାକୁ ଦାବି କରି ଆସୁଛି । ମାତ୍ର ଆଜି ଯାଏ ଏହାର ସ୍ଥାୟୀ ସମାଧାନ ବାହାରି ପାରୁ ନ ଥିବାରୁ ଆସୋସିଏସନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details