ଓଡିଶା

odisha

ETV Bharat / state

ମହିଳା ସଂରକ୍ଷଣ ବିଲକୁ ନେଇ ଜୋର୍ ଧରିଲା ଶ୍ରେୟ ରାଜନୀତି - ମହିଳା ସଂରକ୍ଷଣ ବିଲକୁ ବିଜେପିର ପ୍ରେସମିଟ

ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ରାଜ୍ୟରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲା ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 19, 2023, 8:45 PM IST

ମହିଳା ସଂରକ୍ଷଣ ବିଲକୁ ନେଇ ଜୋର୍ ଧରିଲା ଶ୍ରେୟ ରାଜନୀତି

ଭୁବନେଶ୍ବର:ମହିଳା ସଂରକ୍ଷଣ ବିଲକୁ ନେଇ ଜୋର୍ ଧରିଲା ଶ୍ରେୟ ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ସମସ୍ତ ଶ୍ରେୟ ଦେଇଥିବା ବେଳେ ବିଜେଡିକୁ ଟାର୍ଗେଟ କରିଛି ଦଳ । 23 ବର୍ଷ ଶାସନ ଭିତରେ ବିଜେଡିର ଘୋଷଣା ପରେ ବି ବିଧାୟକ ଟିକେଟ, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ଏବଂ ରାଜ୍ୟସଭାରେ 33% ସଂରକ୍ଷଣ ଦେଉଛି କି ବୋଲି ପ୍ରଶ୍ନ କଲା ବିଜେପି । ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ବିଲ୍‌ ପାରିତ ହେବା ପରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଏନେଇ ଐଶ୍ବର୍ଯ୍ୟା କହିଛନ୍ତି, "ମହିଳା ସଂରକ୍ଷଣ ବିଲ୍ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି । 75 ବର୍ଷ ସ୍ଵାଧୀନତା ପରେ ସଂସଦରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇନଥିଲା । ଏହି ନିଷ୍ପତ୍ତିକୁ ସମସ୍ତ ଦଳ ସମର୍ଥନ କରିବେ ବୋଲି ଆଶା । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ଵାରା ଦଳମତ ନିର୍ବିଶେଷରେ ସମସ୍ତ ମହିଳା ଉପକୃତ ହେବେ । ଏହାକୁ ହିଁ ମହିଳା ସଶକ୍ତିକରଣ କୁହାଯାଏ । ବିଜେଡି ଅନେକ କେନ୍ଦ୍ରୀୟ ଯୋଜନାକୁ ନିଜର ବୋଲି କହି ପ୍ରଚାର କରୁଛି । ହେଲେ ଲୋକ ବୁଝିଗଲେଣି ।"

ଏହା ବି ପଢନ୍ତୁ- ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି

ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ମହିଳା ସଂରକ୍ଷଣ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ବିଲକୁ ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯିବ । ବୁଧବାର ଲୋକସଭାରେ ଏହି ବିଲକୁ ଆଗତ କରିପାରନ୍ତି ସରକାର । ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ । ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ପାସ କରିବା ସପକ୍ଷରେ ମତ ଦେଇଥିଲେ । ବିଜେଡି ବି ବିଲ୍‌ ପାସ କରିବାକୁ ମତ ରଖିଥିଲା ।

ସୂଚନା ଥାଉ କି ଏହି ବିଲ୍‌ ଆଗତ ହୋଇଥିଲେ ସୁଦ୍ଧା ଆସନ୍ତା 2024 ନିର୍ବାଚନରେ ଏହା ଲାଗୁ କରାଯିବ ନାହିଁ । ଏହି ସଂରକ୍ଷଣ ନିୟମକୁ ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପରେ ହିଁ ଲାଗୁ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଜନଗଣନା ଓ ସଦ୍ୟତମ ତଥ୍ୟ ଅନୁସାରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ । ଏପରି ସ୍ଥିତିରେ ପରବର୍ତ୍ତୀ ଜନଗଣନା 2027 ମସିହାରେ ହେବାର ସମ୍ଭାବନା ରହିଛି । ଏହି ଜନଗଣନା ଫଳାଫଳ ଆଧାରରେ ଦେଶରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପରିସୀମା ପୁନଃ ନିର୍ଦ୍ଧାରିତ ହେବ । ଅନେକ ନୂତନ ଆସନ ମଧ୍ୟ ଗଠନ ହେବ । ଏହା ପରେ ଏହି ଆଇନକୁ ଲାଗୁ କରାଯାଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details