ଓଡିଶା

odisha

ETV Bharat / state

ପ୍ରାଥମିକ ଶିକ୍ଷାବ୍ୟବସ୍ଥାର ମୂଳଦୁଆକୁ ସଜାଡିବାରେ ବିଫଳ ନବୀନ ସରକାର: ସମୀର ମହାନ୍ତି - ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କୁ ଭେଟି ଆଲୋଚନା କଲେ ବିଜେପି ପ୍ରତିନିଧି ଦଳ । ସମୃଦ୍ଧ ଓଡ଼ିଶା ପାଇଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ସଜାଡିବାରେ ବିଫଳ ହୋଇଛନ୍ତି ନବୀନ ସରକାର ବୋଲି କହିଛି ବିଜେପି । ଅଧିକ ପଢନ୍ତୁ

bjp leader sameer mohanty
bjp leader sameer mohanty

By ETV Bharat Odisha Team

Published : Sep 9, 2023, 1:53 PM IST

bjp leader sameer mohanty

ଭୁବନେଶ୍ବର:ଲୋୟର ପିଏମଜିରେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ଭେଟି ଆଲୋଚନା କଲେ ବିଜେପି ପ୍ରତିନିଧି ଦଳ । ତେବେ ୨୫ ବର୍ଷର ବିଜେଡି ଶାସନରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଯାହାକୁ ନେଇ ଚିନ୍ତିତ ଅଭିଭାବକ ଓ ଛାତ୍ରଛାତ୍ରୀ । ସମୃଦ୍ଧ ଓଡ଼ିଶା ପାଇଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ସଜାଡିବାରେ ବିଫଳ ହୋଇଛନ୍ତି ନବୀନ ସରକାର ବୋଲି କହିଛି ବିଜେପି । ଦୀର୍ଘ ଦିନ ହେବ ଶିକ୍ଷକମାନେ ବିଭିନ୍ନ ସମସ୍ୟା ଓ ଦାବି ପୂରଣକୁ ନେଇ ଆନ୍ଦୋଳନ କରି ଆସୁଛନ୍ତି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମସ୍ୟା ମନୁଷ୍ୟକୃତ ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ସମୀର ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷାର ମୂଳଦୁଆ ପ୍ରାଥମିକ ଶିକ୍ଷକ । କିନ୍ତୁ ପ୍ରାଥମିକ ଶିକ୍ଷକମାନେ ତାଙ୍କର ଯୁକ୍ତିଯୁକ୍ତ ଦାବି ନେଇ ରାଜଧାନୀର ରାଜରାସ୍ତାରେ ବସିଛନ୍ତି । ସରକାର ଏମାନଙ୍କ ପ୍ରତି କୌଣସି କର୍ଣ୍ଣପାତ କରୁନାହାନ୍ତି । ଯେଉଁ ଶିକ୍ଷକମାନେ ଦେଶ ତଥା ସମାଜର ଭବିଷ୍ୟତ ତିଆରି କରିବେ ସେମାନଙ୍କ ଦାବିକୁ ରାଜ୍ୟ ସରକାର ଯଥାଶୀଘ୍ର ସମାଧାନ କରନ୍ତୁ । ଯଦି ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହେବ ତାହାଲେ ସମାଜ ପଥଭ୍ରଷ୍ଟ ହୋଇଯିବ । ରାଜ୍ୟ ସରକାର ଶିକ୍ଷାକୁ ଆଉ ନିମ୍ନଗାମୀ ନ କରି ଆନ୍ଦୋଳନ ଶିକ୍ଷକଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ- ଦାବି ଶୁଣିଲେନି ସରକାର, ୧୬ ତାରିଖରୁ ସମୂହ ଛୁଟିରେ ଯିବାକୁ ଚେତାବନୀ

ଅନ୍ୟପଟେ ଶିକ୍ଷକ ସଂଘ କହିଛି ଯେ, ବିଭିନ୍ନ ଦାବି ନେଇ ଆମେ ଲୋୟର ପିଏମଜିରେ ୩୮ ଦିନ ହେବ ଧାରଣା ଦେଇଛୁ । ଗଣତନ୍ତ୍ର ରେ ରହି ନୈତିକତା ଦୃଷ୍ଟିରୁ ବିଜେପିର ପ୍ରତିନିଧି ଦଳ ଆସି ଆମକୁ ଭେଟିଥିଲେ ଆଉ ଆମ ସମସ୍ୟା ଉପରେ ଆଲୋଚନା କରିଥିଲେ । ଦାବି ମଧ୍ୟରେ ଆମକୁ ନିୟମିତ ଭାବରେ ଦରମା ମିଳୁନଥିବା ବେଳେ ସମାନ କାମ ପାଇଁ ସମାନ ଦରମା ମିଳୁନି । ସେହିପରି ବିଭିନ୍ନ ପରୀକ୍ଷାର ବାହାନା ଦେଖାଇ ଆମକୁ ନିୟମିତ ବି କରାଯାଉନାହିଁ । ତେଣୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ସରକାରୀ କୋଡରେ ରଖି ଆମକୁ ଅଣଦେଖା ନକରି ସରକାରୀ ଚାକିରିଆଙ୍କ ପରି ସୁବିଧା ସୁଯୋଗ ପ୍ରଦାନ କରନ୍ତୁ ବୋଲି ସଂଘ ଦାବି କରିଛି । ତେବେ ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାକୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details