ଓଡିଶା

odisha

ETV Bharat / state

ନବୀନ ବାବୁ ଯଦି ଥାର୍ଡ ଫ୍ରଣ୍ଟକୁ ଯିବାର ଅଛି, ଘୋଷଣା କରିବାର ସତସାହସ ରଖନ୍ତୁ: ବିଜେପି - ନବୀନ ନୀତିଶ ଭେଟଘାଟ ନେଇ ରାଜ୍ୟ ରାଜନୀତି

ନବୀନ-ନୀତିଶ ଭେଟଘାଟ ନେଇ ରାଜ୍ୟ ରାଜନୀତି ତୀବ୍ର ହେଉଛି । ଦୁଇଜଣ ମୁଖ୍ୟମନ୍ତ୍ରୀ ଦୁଇ ଘଣ୍ଟା କଥା ହୋଇ କୌଣସି ରାଜନୈତିକ ଚର୍ଚ୍ଚା କରିନଥିବା ଅସମ୍ଭବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ନବୀନ ବାବୁ ଯଦି ଥାର୍ଡ ଫ୍ରଣ୍ଟକୁ ଯିବାର ଅଛି, ତେବେ ସେନେଇ ଘୋଷଣା କରିବାର ସତସାହସ ରଖନ୍ତୁ । ଅଧିକ ପଢ଼ନ୍ତୁ

ନବୀନ-ନୀତିଶ ଭେଟଘାଟ ନେଇ ଏମିତି କହିଲେ ପୃଥ୍ବୀରାଜ
ନବୀନ-ନୀତିଶ ଭେଟଘାଟ ନେଇ ଏମିତି କହିଲେ ପୃଥ୍ବୀରାଜ

By

Published : May 10, 2023, 9:15 PM IST

ନବୀନ-ନୀତିଶ ଭେଟଘାଟ ନେଇ ଏମିତି କହିଲେ ପୃଥ୍ବୀରାଜ

ଭୁବନେଶ୍ବର: ନବୀନ-ନୀତିଶ ଭେଟଘାଟ ନେଇ ବଢ଼ୁଛି ରାଜନୀତି । ବିଜେଡି କହିଛି ନବୀନଙ୍କ ପ୍ରତି ସବୁ ଦଳର ନେତାଙ୍କ ସମ୍ମାନ ରହିଛି । ସେଥିପାଇଁ ଅନ୍ୟ ରାଜ୍ୟରୁ ନେତା ମାନେ ଆସି ନବୀନଙ୍କୁ ସାକ୍ଷାତ କରୁଛନ୍ତି । ଅନ୍ୟପଟେ ବିଜେପିର ଅଭିଯୋଗ, ତୃତୀୟ ସାମ୍ମୁଖ୍ୟ ମେଣ୍ଟ ପାଇଁ ପ୍ରୟାସ କରୁଛନ୍ତି ନୀତିଶ କୁମାର । ହେଲେ ପ୍ରାୟ ଦେଢ଼ ଘଣ୍ଟାର ଚର୍ଚ୍ଚା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା କହିଥିଲେ ଉଭୟ ନୀତିଶ କୁମାର ଓ ନବୀନ ପଟ୍ଟନାୟକ । ସେପଟେ ନୀତିଶ କୁମାରଙ୍କ ଜେଡି(ୟୁ) ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ କରି ନବୀନଙ୍କୁ ନୀତିଶ ଭେଟିଥିବା ଟ୍ବିଟ କରିଥିଲା । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଦୁଇଟି ରାଜନୈତିକ ଦଳର ନେତା ଥାର୍ଡ ଫ୍ରଣ୍ଟ ତିଆରି କରିବା ପାଇଁ ସବୁ ରାଜ୍ୟ ବୁଲୁଛନ୍ତି । ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟି ଆଲୋଚନା କଲେ । ତେବେ ତାଙ୍କ ଭିତରେ ସେନେଇ କିଛି ଆଲୋଚନା ହୋଇନଥିବା କହି କିଛି ଲୁଚାଉଛନ୍ତି । କାରଣ ଦୁଇଜଣ ମୁଖ୍ୟମନ୍ତ୍ରୀ ଦୁଇ ଘଣ୍ଟା କଥା ହେଲେ, ରାଜନୈତିକ ଚର୍ଚ୍ଚା ହୋଇନଥିବ ତାହା ଅସମ୍ଭବ । ଥାର୍ଡ ଫ୍ରଣ୍ଟ ନବୀନ ଯିବେ କି ନଯିବେ ନବୀନ ବାବୁ, ନୀତିଶ କୁମାର ଏବଂ ତୃତୀୟ ଜଣ ଯିଏ ବୈଠକରେ ଉପସ୍ଥିତ ଥିଲେ ତାଙ୍କ ଉପରେ ନିର୍ଭର କରେ । କଣ ଚର୍ଚ୍ଚା ହୋଇଛି ନ ହୋଇଛି ବାହାରକୁ ଆସି କହିବା କଥା । ରାଜନୈତିକ କଥା ଚର୍ଚ୍ଚା ହୋଇନି ବୋଲି କହିବା ସତ୍ୟର ଅପ୍ରଳାପ ଏବଂ କହିବାର ନୈତିକ ସତସାହସ ନାହିଁ ତାଙ୍କ ପାଖରେ ବୋଲି ଜଣାପଡ଼ୁଛି । ନବୀନ ବାବୁ ଯଦି ଥାର୍ଡ ଫ୍ରଣ୍ଟକୁ ଯିବାର ଅଛି ତେବେ ସେନେଇ ଘୋଷଣା କରିବାର ସତସାହସ ରଖିବା ମଧ୍ୟ ଦରକାର ।"

ସେ ଆହୁରି କହିଛନ୍ତି, "ଥାର୍ଡ ଫ୍ରଣ୍ଟର ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ, ତାପରେ ବାହାରକୁ ଆସି କହିବେ ଆମ ଭିତରେ କିଛି ଆଲୋଚନା ନଥିଲା, ପୁରୀରେ ବିହାର ଭବନ ଲାଗି ଆଲୋଚନା ହେଲା, ଏହା କେବଳ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଉଛି । ବିଜୁ ଜନତା ଦଳ ଯଦି ଥାର୍ଡ ଫ୍ରଣ୍ଟକୁ ଯିବାକୁ ଚାହୁଁଛି, ତେବେ ସ୍ବାଗତଯୋଗ୍ୟ । କିନ୍ତୁ ଯଦି ଯିବାକୁ ଚାହୁଁଛି ତେବେ ସତସାହସ ରଖି କହିବା ଦରକାର ଯେ ଆମେ ଥାର୍ଡ ଫ୍ରଣ୍ଟର ଅଂଶୀଦାର ଭାବେ କାର୍ଯ୍ୟ କରି ନରେନ୍ଦ୍ର ମୋଦିଙ୍କ ଶାସନ ବିରୋଧରେ କାମ କରିବୁ । ସେତିକି ସତସାହସ ମଧ୍ୟ ରଖିବାର ଅଛି । ମିଛ କଥା କହି ଲୋକଙ୍କୁ ଭ୍ରମିତ କରିବାର ଅଭ୍ୟାସକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details