ଓଡିଶା

odisha

Cabinet Reshuffle: ନୂଆ ମନ୍ତ୍ରୀଙ୍କୁ ସାମିଲ କରିବା କେବଳ ଡ୍ରାମା କହିଲା ବିଜେପି

By

Published : May 21, 2023, 9:06 PM IST

ଆସନ୍ତାକାଲି ନବୀନଙ୍କ ମନ୍ତ୍ରୀମଣ୍ଡଳର 3 ନୂଆ ମନ୍ତ୍ରୀ ଶପଥ ନେବେ। ତେବେ ଏହା କେବଳ ଡ୍ରାମା କହିଲା ବିଜେପି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆ ମନ୍ତ୍ରୀଙ୍କୁ ସାମିଲ କରିବା କେବଳ ଡ୍ରାମା କହିଲା ବିଜେପି

ଭୁବନେଶ୍ବର:ଆସନ୍ତାକାଲି ହେବ ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ । ସୋମବାର ପୂର୍ବାହ୍ନ ୯.୩୦ ରେ ଶପଥ ନେଇପାରନ୍ତି ୩ରୁ ୪ ନୂଆ ମନ୍ତ୍ରୀ। ଲୋକସେବା ଭବନରେ ହେବ ଶପଥ ଗ୍ରହଣ ଉତ୍ସବ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ ସୂଚୀ ଆଜି ଜାରି କରାଯାଇଛି । ତେବେ ଏହି ମନ୍ତ୍ରୀମଣ୍ଡଳ ପୁନର୍ଗଠନକୁ ସମାଲୋଚନା କରିଛି ବିଜେପି । ଏହା ଶାସକ ଦଳ ବିଜେଡିର କେବଳ ଡ୍ରାମା ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଏ ନେଇ ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି, "ରାଜ୍ୟ ସରକାରଙ୍କୁ ଆମ ଦଳ କିଛିଦିନ ତଳେ ଦୁଇଟି ପ୍ରସଙ୍ଗରେ ଘେରିଥିଲା । ରାଜ୍ୟରେ ମହିଳା ନିର୍ଯାତନାକୁ ନେଇ ଯୋଡ଼ିଏ ଇସ୍ୟୁ ହୋଇଥିଲା । ଗୋଟେ ଧର୍ମେନ୍ଦ୍ର ସାହୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ସେଠିକାର ଜନ ପ୍ରତିନିଧି ତାଙ୍କ ନାମରେ ବହୁ ସ୍କାଣ୍ଡାଲ କଥା ଉଠିଥିଲା । ତାକୁ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇଥିଲା । ଆମେ ଚାହୁଁଥିଲୁ ଦୋଷୀ ଦଣ୍ଡ ପାଉ। ରାଜ୍ୟ ସରକାର ସେତେବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଦ୍ବିତୀୟଟି ହେଲା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ କଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ଚାପିବାକୁ ଚେଷ୍ଟା କରାଗଲା ।

ସେତେବେଳେ ବି ଆମେ ବିଜେପି ପକ୍ଷରୁ କହିଥିଲୁ, ମହିଳାଙ୍କୁ ନିର୍ଯାତନା ଦେଉଥିବା ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ରାଜ୍ୟ ସରକାର ସେତେବେଳେ କାନକୁ ନେଉନଥିଲେ । ବିଜେଡି ମିଛ କହି ଏହି କଥାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କଲେ । ହେଲେ ଆଜି ପ୍ରକାରାନ୍ତରେ ଯେତେବେଳେ ମନ୍ତ୍ରୀମାନଙ୍କୁ କହିଲେ ଇସ୍ତଫା ଦିଅ ସେତେବେଳେ ଏ କଥା ସ୍ପଷ୍ଟ ହେଲା ଏବଂ ଓଡ଼ିଶାର ଜନସାଧାରଣଙ୍କ ଆଗରେ ମୁଖ୍ୟମନ୍ତ୍ରୀ ସ୍ବୀକାର କଲେ ଯେ, ମୋ ମନ୍ତ୍ରୀ ମଣ୍ଡଳର ଏହି ମନ୍ତ୍ରୀ ସବୁ ଅପରାଧରେ ଭାଗୀଦାର ଅଛନ୍ତି।"

ଏହା ବି ପଢନ୍ତୁ- ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ, କାଲି ସକାଳ 9.50ରେ ଶପଥ ନେବେ ନୂଆ ମନ୍ତ୍ରୀ

ସେ ଆହୁରି କହିଛନ୍ତି, "ଏବେ ରାଜ୍ୟ ସରକାର ନିଜେ ସ୍ଵୀକାର କରିଛନ୍ତି । ଆଗରୁ ସରକାର ଘଣ୍ଟ ଘୋଡାଉଥିଲେ । ଯେଉଁ ମନ୍ତ୍ରୀ ଏହି ପାପର ଭାଗୀଦାର ହେଉଛି ତାର ଶାସନ ବ୍ୟବସ୍ଥାରେ ରହିବା କୌଣସି ଆବଶ୍ୟକତା ନାହିଁ । ନୈତିକତା ଦୃଷ୍ଟିରୁ ସେମାନେ ଇସ୍ତଫା ଦେବା କଥା । ଏବେ ଓଡିଶାରେ ଜନମତ ବ୍ୟାପକ ହେଲା ବୋଲି ସରକାର ଏକ ଡ୍ରାମା କରୁଛନ୍ତି । ତେଣୁ ଦାଗୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବା ବିଜେଡି ବନ୍ଦ କରନ୍ତୁ।"

ଆସନ୍ତାକାଲି ନବୀନଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ତେବେ ଏହା ନବୀନଙ୍କ ପଞ୍ଚମ ପାଳିର ହୁଏତ ଶେଷ ସମ୍ପ୍ରସାରଣ ହୋଇପାରେ। ହେଲେ କେଉଁ ନେତା ମନ୍ତ୍ରୀ ଭାବେ ଶପଥ ନେବେ ? କାହାକୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ? ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ଆଉ କିଛି ମନ୍ତ୍ରୀମାନେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details