ଭୁବନେଶ୍ବର:ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରସଙ୍ଗ ନେଇ ଏବେ ରାଜ୍ୟ ରାଜନୀତିରେ ଦେଖାଦେଇଛି ଉଷ୍ମତା । ବିଜେପି ନେତା ପୃଥୀରାଜ ହରିଚନ୍ଦନ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ''ପ୍ରଶାନ୍ତ ଜଗଦେବ ହୁଅନ୍ତୁ କି ମୁଁ ହୁଏ କିମ୍ବା ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଯଦି ଆମେ ଦୋଷ କରିବୁ ତେବେ ଦଣ୍ଡ ପାଇବା ପାଇଁ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି ।"
ଭୁଲ୍ କଲେ ଆଇନ ତା ରାସ୍ତାରେ ଯିବାର ଆବଶ୍ୟକତା ରହିଛି । ଯାହା ବି କାଲି ହେଲା ସେଥିରେ 'ଧର୍ମର ଜୟ' ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସରକାରୀ ସ୍ତରରେ ବହୁ ଉଦ୍ୟମ କରାଯାଇଥିଲା ଏପରିକି ଆଡ଼ଭୋକେଟ୍ ଜେନେରାଲ ପର୍ଯ୍ୟନ୍ତ ବି ସେଥିରୁ ମୁକ୍ତି ମିଳିବା ପ୍ରୟାସ କରୁଥିଲେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ।