ଓଡିଶା

odisha

ETV Bharat / state

1978ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଅଛି ତ: ବିଜେପି

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁଣି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଅଧିକ ପଢନ୍ତୁ

By

Published : May 1, 2023, 10:41 PM IST

1978 ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଅଛି ତ: ବିଜେପି
1978 ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଅଛି ତ: ବିଜେପି

1978 ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଅଛି ତ: ବିଜେପି

ଭୁବନେଶ୍ବର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କଲେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । 1978 ମସିହାରେ ରତ୍ନଭଣ୍ଡାରରେ କେତେ ସୁନା ଓ ରୂପା ଥିଲା? ସମ୍ପୂର୍ଣ୍ଣ ତଥ୍ୟ ଦେଇଛି ବିଜେପି ।

1978 ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଅଛି ତ: ବିଜେପି

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁଣି ତେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ପିତାମ୍ବର କହିଛନ୍ତି, ‘‘ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ସେମାନଙ୍କୁ କ୍ଷମା ଦେବେ ନାହିଁ । ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ । ଅପରାଧ କରିବେ ସରକାର କିନ୍ତୁ ଆମକୁ ଜଗନ୍ନାଥ କାହିଁକି ଅଭିଶାପ ଦେବେ ? 1978 ରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ ସରକାର । ଏପ୍ରିଲ 3, 2018 ଅନୁଧ୍ୟାନ କମିଟି ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର କାନ୍ଥ ଭାଙ୍ଗି ଯାଇଛି । କାନ୍ଥକୁ ବାଡେଇଲେ ଫମ୍ପା ଶବ୍ଦ ବାହାରୁଛି । ଲୁହାଛଡ଼ ବାହାରି ଗଲାଣି । ତେଣୁ ସୁରକ୍ଷିତ ଅଛି ତ ରତ୍ନ ଭଣ୍ଡାର? ରାଜ୍ୟ ସରକାର 1985 ମସିହାର ରତ୍ନଭଣ୍ଡାରର ଇନଭେଣ୍ଟରୀ କୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ।’’

1978 ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଅଛି ତ: ବିଜେପି

ପିତାମ୍ବର କହିଛନ୍ତି ବିଜେଡି କହିବା ଅନୁସାରେ 1985ରେ ଯଦି ଖୋଲାଯାଇଥିଲା ତେବେ ସେତେବେଳେ ଚାବି କେଉଁଠି ରହିଥିଲା। କିଏ ଖୋଲିଥିଲା ଏବଂ ପୁଣି କିଏ ସବମିଟ କରିଥିଲା । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଯଦି ହଜିଲା ସେଥିପାଇଁ ଦାୟୀ କିଏ ତାହା କୁହନ୍ତୁ । 1978ରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । ସେତେବେଳେ ଖୋଲା ଯାଇଥିବା ରତ୍ନଭଣ୍ଡାର । ସେତେବେଳର ଇନଭେଣ୍ଟ୍ରି ଅନୁସାରେ ଭିତର ରତ୍ନ ଭଣ୍ଡାରରେ 367 ଆର୍ଟିକିଲ ଅର୍ଥାତ 4364 ଭରି ସୁନା ରହିଥିଲା । 231ଟି ଆର୍ଟିକିଲ ଅର୍ଥାତ 14,878 ଭରି ରୁପା ଥିଲା । ଏବେ ସେ ସବୁ ଅଛି କି ନାହିଁ ପ୍ରଶ୍ନ କଲା ବିଜେପି । ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯାଉ ।

1978 ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଅଛି ତ: ବିଜେପି

ସେହିପରି ବିଜେପି ପ୍ରଶ୍ନ କରିଛି ରତ୍ନଭଣ୍ଡାର ସରକାର କେବେ ଖୋଲିବେ। ରତ୍ନଭଣ୍ଡାର ର ମରାମତି କରିବେ କେବେ। ରତ୍ନଭଣ୍ଡାର ଚାବି ଯିଏ ଚୋରୀ କରିଛି ତାର ନାମ ପ୍ରକାଶ କରାଯାଉ। ତହବିଲର ଚାବି ସରକାରଙ୍କ ଟ୍ରଜେରୀ ରେ ଗଚ୍ଛିତ ଅଛି ହେଲେ ଲୋକମାନଙ୍କୁ କହୁଛନ୍ତି ଚାବି ହଜିଗଲା। ଶାସକ ଦଳର ନେତା ଓ ମନ୍ତ୍ରୀ ମାନେ ନିଜ ନିଜର ସମ୍ପତ୍ତି ଗଚ୍ଛିତ କରିଥିବା ଚାବି କଣ ହଜିଯାଇଛି? ନିଜ ଚାବି ଯଦି ସୁରକ୍ଷିତ ରଖିପାରୁଛନ୍ତି ତାହେଲେ ରତ୍ନଭଣ୍ଡାର ଚାବି କେମିତି ହଜେଇ ଦେଲେ। ତାର ସ୍ପଷ୍ଟ ଉତ୍ତର ରଖନ୍ତୁ। ଯଦି ଡୁପ୍ଲିକେଟ ଚାବି ମିଳିଛି ତାହେଲେ ରତ୍ନଭଣ୍ଡାର ଖୋଲନ୍ତୁ। ଜଷ୍ଟିସ ରଘୁବୀର ଦାସ କମିଶନର ରିପୋର୍ଟ କୁ ତୁରନ୍ତ ପ୍ରକାଶ କରନ୍ତୁ। ଚାବିକୁ ଏଏସଆଇଙ୍କୁ ହସ୍ତାନ୍ତର କରନ୍ତୁ ମରାମତି ପାଇଁ।

1978 ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଅଛି ତ: ବିଜେପି

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details