ଓଡିଶା

odisha

ETV Bharat / state

'ଓଡିଶା ଧନୀ ବିଜେଡି ଧନୀ, କିନ୍ତୁ ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛି' - ଲେଖାଶ୍ରୀ ସାମନ୍ତସିଂହାର

ଦାଦନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ । କେଉଁ ରାଜ୍ୟରେ କେତେ ଓଡ଼ିଆ ପୁଅ ଦାଦନ ଖଟୁଛନ୍ତି ତାର ତଥ୍ୟ ଦେବାକୁ କଲେ ଦାବି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 9, 2023, 8:03 PM IST

Updated : Apr 9, 2023, 8:16 PM IST

'ଓଡିଶା ଧନୀ ବିଜେଡି ଧନୀ, କିନ୍ତୁ ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛି'

ଭୁବନେଶ୍ବର: ଓଡ଼ିଶାରେ ବଢିବଢି ଚାଲିଛି ଦାଦନ ଦୁଃଖ । ରାଜ୍ୟରେ ନିଯୁକ୍ତି ନ ପାଇବାରୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଅନେକ । ଏହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଦାଦନ ଦଲାଲଙ୍କ ସହ ରାଜ୍ୟ ସରକାରଙ୍କ ମଧୁ ଚନ୍ଦ୍ରିକା ରହିଛି । କେଉଁ ରାଜ୍ୟରେ କେତେ ଓଡ଼ିଆ ପୁଅ ଦାଦନ ଖଟୁଛନ୍ତି ତାହାର ଏକ ଶ୍ବେତପତ୍ର ରାଜ୍ୟ ସରକାର ଜାରି କରିବାକୁ ସେ ଦାବି କରିଛନ୍ତି ।

ରାଜ୍ୟରେ ଦାଦନ ସମସ୍ୟାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ଲେଖାଶ୍ରୀ । ସେ କହିଛନ୍ତି, "ଓଡ଼ିଶା ଧନୀ, ବିଜେଡି ଧନୀ କିନ୍ତୁ ଓଡ଼ିଆ ଦାଦନ ଖଟିବାକୁ ବାହାରକୁ ଯାଉଛି । ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ହୋଇ ଫେରୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ରିଲ୍ସ ବନାଉଛନ୍ତି । ଏହା ହେଉଛି ଆମ ଗଣତନ୍ତ୍ରର ବ୍ୟବସ୍ଥା । ଯିଏ ଶାସନରେ ଅଛି ସେ ଦେଢ଼ ମିଟର ଚାଲି ପାରୁନି । କିନ୍ତୁ ଦାଦନକୁ କହୁଛନ୍ତି ଦେଢ ଶହ କିଲୋମିଟର ଚାଲ । ନିକଟରେ ୪ ଜଣ ଦାଦନ ଶ୍ରମିକ ବାଙ୍ଗାଲୋରରୁ ଚାଲିଚାଲି ଓଡ଼ିଶା ଆସିଛନ୍ତି ।"

ଏହା ବି ପଢନ୍ତୁ-ରାଜ୍ୟର ଏକ ଆଞ୍ଚଳିକ ଦଳ ସବୁଠୁ ଅଧିକ ଫଣ୍ଡ ଆଦାୟ କରିବା ଆଶ୍ଚର୍ଯ୍ୟ: ବିଜେପି

ସେ ଆହୁରି କହିଛନ୍ତି, "ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମ ଏବଂ ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଆଉ ଗଞ୍ଜାମରୁ ହିଁ ଅଧିକ ଲୋକେ ଦାଦନ ଯାଉଛନ୍ତି । ସମସ୍ତେ ଏହାର ଉତ୍ତର ରଖନ୍ତୁ । ଗଞ୍ଜାମ ଜିଲ୍ଲାରୁ ୫ ଲକ୍ଷ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଗତ ତିନି ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ବ ଦାଦନଙ୍କ ମୃତ୍ୟୁ ହୋଇଛି । ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଚିନ୍ତିତ ନୁହଁନ୍ତି । ରାଜ୍ୟ ସରକାର ଜାଣିଶୁଣି ଦାଦନ ମାନଙ୍କର ପଞ୍ଜିକରଣ କରୁନାହାନ୍ତି । କାରଣ ତାଙ୍କ ଅସଲ ଚେହେରା ପଦାରେ ପଡିଯିବ । ସରକାର ବିଧାନସଭାରେ ଦେଇଥିବା ଉତ୍ତର କହୁଛି ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ ପିଲା ପଞ୍ଜିକରଣ କରି ଚାକିରୀ ଅପେକ୍ଷାରେ ବସିଛନ୍ତି ।"

ସେହିପରି ଲେଖାଶ୍ରୀ କହିଛନ୍ତି ଯେ, କୋରୋନା ସମୟରେ ଦାଦନ ଶ୍ରମିକମାନେ ଓଡ଼ିଶାକୁ ଫେରିଥିଲେ । ହେଲେ ରାଜ୍ୟ ସରକାର ଯଦି ସେତେବେଳେ ସେମାନଙ୍କୁ ପଞ୍ଜୀକରଣ କରିଥାନ୍ତେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ସେ ଆହୁରି କହିଛନ୍ତି ଯଦି ଓଡ଼ିଶାର ଶ୍ରମିକମାନେ ସୁରଟ ଯାଇ ସୁତା ମିଲ୍ ମାଲିକମାନଙ୍କୁ ବଡ କରିପାରୁଛନ୍ତି ତାହେଲେ ଓଡ଼ିଶାରେ କାହିଁକି ନୁହେଁ । ଓଡ଼ିଶାରେ କେତୋଟି ସୁତା ମିଲ୍ ଅଛି । ରାଜ୍ୟ ସରକାର ଦାଦନ ଶ୍ରମିକମାନଙ୍କ ପାଇଁ କିଛି କରିବାକୁ ଚାହୁଁନାହାନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 9, 2023, 8:16 PM IST

ABOUT THE AUTHOR

...view details