ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଠିକ ତଥ୍ୟ ଦିଆଯାଉନାହିଁ, ତାଙ୍କୁ ଅନ୍ଧାରରେ ରଖାଯାଉଛି ବୋଲି କହିଛନ୍ତି ବିଜୟ । ଏହାସହ ସେ ରେଳ ବିଭାଗ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରେଳମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ବୋଲି କହିପାରିବେନି, ସିବିଆଇ ଯଦି ସତ ଘଟଣାକୁ ତଦନ୍ତ କରେ ତେବେ ମନ୍ତ୍ରୀ ବି ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି ସେ କହିଛନ୍ତି । ଏଠି ଦଳ କଥା କିଛି ନାହିଁ ସେ ନିଜ ଉତ୍ତର ଦାୟିତ୍ବ ଭାବେ ଏହି କଥା ଉଠାଇଥିବା କହିଛନ୍ତି ।
ଏ ନେଇ ସେ କହିଛନ୍ତି, "ଫେବ୍ରୁଆରୀ ମାସରେ ଘଟିଥିବା ଘଟଣା ସମାନ ଭାବେ ଜୁନ ମାସରେ କେମିତି ଘଟିଲା । ବିଭାଗର ଅପରାଗତା ପାଇଁ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । କେହି ଏଥିରୁ ଦୋଷମୁକ୍ତ ହୋଇପାରିବେନି । ତଳ କର୍ମଚାରୀ କି ଉପର କର୍ମଚାରୀ ହୁଅନ୍ତୁ । ଯେଉଁମାନେ ବିଭାଗକୁ ପରିଚାଳନା କରୁଛନ୍ତି ସେମାନଙ୍କ ଦେହରେ ଏହି ଦୁର୍ଘଟଣାର ରକ୍ତ ଛିଟା ଓ କଳାଦାଗ ସବୁ ଦିନ ପାଇଁ ଲାଗିକି ରହିବ । ଏହି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା । ରେଳ ବିଭାଗର ସବୁଠି ଦୁର୍ନୀତି ହୋଇଛି । ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ବୋଲି କହିପାରିବେନି । ସିବିଆଇ ଯଦି ସତ ଘଟଣାକୁ ତଦନ୍ତ କରେ ତେବେ ମନ୍ତ୍ରୀ ବି ତଦନ୍ତ ପରିସରଭୁକ୍ତ କରିପାରେ ।"
ଏହା ବି ପଢନ୍ତୁ- Odisha Train Tragedy: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ