ଓଡିଶା

odisha

ETV Bharat / state

ବିଜେଡିର ଜନ ସମ୍ପର୍କ ଅଭିଯାନ ନୁହେଁ, ଏହା ଜନ ପ୍ରତାରଣା ଅଭିଯାନ: ବିଜେପି - ଜନ ପ୍ରତାରଣା ଅଭିଯାନ

ବିଜେଡିର ଜନ ସମ୍ପର୍କ ଅଭିଯାନକୁ ଜନ ପ୍ରତାରଣା ଅଭିଯାନ କହିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ମୁଖ୍ୟ ପ୍ରସଙ୍ଗ ଉଠାଇ ଶାସକ ଦଳ ଉପରେ ବର୍ଷିଲେ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଅଧିକ ପଢନ୍ତୁ

BJP leader Anil Biswal
BJP leader Anil Biswal

By ETV Bharat Odisha Team

Published : Oct 2, 2023, 8:43 PM IST

Updated : Oct 2, 2023, 9:02 PM IST

ବିଜେଡିର ଜନ ସମ୍ପର୍କ ଅଭିଯାନ ନୁହେଁ, ଏହା ଜନ ପ୍ରତାରଣା ଅଭିଯାନ: ବିଜେପି

ଭୁବନେଶ୍ବର:ବିଜେଡି ଆଜିଠୁ ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିଛି । ଏହି ଜନ ସମ୍ପର୍କ ଅଭିଯାନକୁ ଜନ ପ୍ରତାରଣା ଅଭିଯାନ କହିଛି ବିଜେପି । ଯଦି ରାଜ୍ୟବ୍ୟାପୀ ଜନଶୁଣାଣି ଚାଲିଥିଲା ତାହେଲେ ଏ ଜନ ସମ୍ପର୍କ ଅଭିଯାନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ସେ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଜନ ସମ୍ପର୍କ ଅଭିଯାନକୁ ନେଇ ଶାସକ ଦଳକୁ ସମାଲୋଚନା କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀ କରି ଅନିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରି କହିଛନ୍ତି, "ବିଜେଡି ଆଜିଠୁ ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିଛି । ଏ ଜନ ସମ୍ପର୍କ ଅଭିଯାନ କାହିଁକି କରାଯାଉଛି ? ଯଦି ରାଜ୍ୟବ୍ୟାପୀ ଜନଶୁଣାଣି ଚାଲିଥିଲା, ତାହେଲେ ଏ ଜନ ସମ୍ପର୍କ ଅଭିଯାନ କାହିଁକି ? ବିଧାନସଭା ଚାଲିଥିବାବେଳେ ଲୋକ ଧାରଣାରେ ବସିଛନ୍ତି, ଯଦି ରାଜ୍ୟବ୍ୟାପୀ ଜନଶୁଣାଣି ଚାଲିଥିଲା ତାହେଲେ ଏ ଲୋକ ଧାରଣାରେ ବସୁଛନ୍ତି କାହିଁକି ? ଦାଦନ ଖଟିବାକୁ ଯାଉଥିବା 30 ଲକ୍ଷ ପରିବାରକୁ ଜନ ସମ୍ପର୍କରେ ବିଜେଡି ଭେଟିବ ତ ? "

ଏହା ବି ପଢନ୍ତୁ- ବିରୋଧୀମାନେ ବିକାଶ ଓ ଜନ ବିରୋଧୀ ସେଥିପାଇଁ ଜନତା ସେମାନଙ୍କୁ ରିଜେକ୍ଟ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ସେ ଆହୁରି କହିଛନ୍ତି, "10 ହଜାର କହି କାଳିଆ ଯୋଜନା 4000 ଦେବା ପ୍ରତାରଣା ନୁହେଁ ତ ଆଉ କଣ ? 2014ରେ ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି କହିଥିଲେ, ହେଲେ 9 ବର୍ଷରେ କିଛି ହୋଇନାହିଁ । ବିଜେଡି ସମ୍ବିଧାନରେ ଅହିଂସା କଥା କହୁଛି ହେଲେ 11ଟି ରାଜନୈତକ ହତ୍ୟା ଓ ଢେଙ୍କାନାଳରେ 5ଟି ହତ୍ୟା ହେଲାଣି । ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ? ରାଜ୍ୟରେ ବିକାଶ କଣ ହୋଇଛି ଶ୍ବେତ ପତ୍ର ଜାରି କରିବେ କି ସରକାର । କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ଯୋଜନା କରାଯାଉଛି । ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି, ତାହା ହେଉଛି ଜନ ପ୍ରତାରଣା ଯୋଜନା । ଜନ ସମ୍ପର୍କ ଅଭିଯାନରେ ଲୋକଙ୍କୁ କି ଉତ୍ତର ଦେବେ ।"

ଏହା ବି ପଢନ୍ତୁ- କାଲିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବ ଶଙ୍ଖ କ୍ୟାମ୍ପ

ରାଜ୍ୟରେ ଦାଦନ ସମସ୍ୟା ପ୍ରସଙ୍ଗ ଉଠାଇ ଅନିଲ କହିଛନ୍ତି ଯେ ରାଜ୍ୟରେ ଦାଦନ ସଂଖ୍ୟା ବଢ଼ିଛି, ମହିଳା ନିର୍ଯାତନା ଚରମ ସୀମାରେ, ଚାଷୀ ସମସ୍ୟା ନ କହିବା ଭଲ । ଏଠି ସରକାର କେବଳ ପ୍ରୋପାଗଣ୍ଡାରେ ଚଳାଇଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ଓଡ଼ିଶାର CMO ହେଉଛି ହିଟଲରଙ୍କ ପ୍ରୋପାଗଣ୍ଡା ମିନଷ୍ଟ୍ରି ସହ ସମାନ । ପ୍ରତାପ ଜେନାଙ୍କ ଠାରୁ ଆରମ୍ଭ କରି ବିକ୍ରମ ଆରୁଖଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି । ଶ୍ରୀକାନ୍ତ ସାହୁ, ବିଜୟ ଶଙ୍କର ଦାସଙ୍କ ବିରୋଧ ଯୌନ କେଳେଙ୍କାରୀ ଅଭିଯୋଗ ଅଛି । ମୁଖ୍ୟମନ୍ତ୍ରୀ ଜନ ବିରୋଧୀଙ୍କୁ ପଠାଇଛନ୍ତି ଜନ ପ୍ରତାରଣା ଅଭିଯାନ ପାଇଁ । ୨୩ ବର୍ଷ ଶାସନରେ ଓଡ଼ିଶା ଆଗେଇବା ବଦଳରେ ପଛକୁ ଚାଲିଯାଇଛି ।

ଏହା ବି ପଢନ୍ତୁ- ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ: ଜୟନାରାୟଣ

ଅନିଲ ଆହୁରି ଅଭିଯୋଗ କରି କହିଛନ୍ତି, "ଗତ ୨୩ ବର୍ଷରେ ରାଜ୍ୟର ବିକାଶ ନୁହେଁ ବିନାଶ କରିଛି ବିଜେଡି ସରକାର । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫୦୦କୋଟି ଟଙ୍କା ଜନଶୁଣାଣି ଅଭିଯାନରେ ଖର୍ଚ୍ଚ କଲେ, ତାହା କ’ଣ ବିଫଳ ହୋଇଗଲା କି ? ଏବେ ବିଧାନସଭା ସମ୍ମୁଖକୁ ଶିକ୍ଷକ, ଗାଁସାଥୀ, ସରପଞ୍ଚ, ସମିତି ସଭ୍ୟ, ଆୟୁଷ ଡାକ୍ତର, ଆଉଟ ସୋର୍ସିଂ, ଠିକା କର୍ମଚାରୀ, ମିଶନଶକ୍ତି, ପାରା ମେଡିକାଲ ଷ୍ଟାଫ, ଅଙ୍ଗନୱାଡି କର୍ମୀ, ଆଶା, ପାଚିକା, କଲେଜ ଅଧ୍ୟାପକ, ଡ୍ରାଇଭରମାନେ ସେମାନଙ୍କ ଦାବି ପୂରଣ ପାଇଁ ଆସିଥିଲେ । ସେମାନଙ୍କ ସହିତ ନା କୌଣସି ଜନସମ୍ପର୍କ କରାଗଲା ନା କୌଣସି ଜନଶୁଣାଣି କରାଗଲା । ବିଜେଡି ନେତାମାନେ ଏବେ ସେହି ପରିବାରମାନଙ୍କୁ ଜନସମ୍ପର୍କ ଅଭିଯାନ ସମୟରେ କ’ଣ ଉତ୍ତର ରଖିବେ ? ୨୦୧୪ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୨୨ସୁଦ୍ଧା ଓଡ଼ିଶାରେ କେହି କଚ୍ଚା ଘରେ ରହିବେ ନାହିଁ, କୁଆଡେ ଗଲା ସେହି ପ୍ରତିଶ୍ରୁତି ? "

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 2, 2023, 9:02 PM IST

ABOUT THE AUTHOR

...view details