ଓଡିଶା

odisha

ETV Bharat / state

ପ୍ରତି ପଞ୍ଚାୟତରେ 'କୃଷକ ପଞ୍ଚାୟତ' ଗଠନ କରିବ ବିଜେପି କିଷାନ ମୋର୍ଚ୍ଚା - କୃଷକ ପଞ୍ଚାୟତ ଗଠନ କରିବ ବିଜେପି କିଷାନ ମୋର୍ଚ୍ଚା

ରାଜ୍ୟର ପ୍ରତି ପଞ୍ଚାୟତରେ କୃଷକ ପଞ୍ଚାୟତ ଗଠନ କରିବ ବିଜେପି କିଷାନ ମୋର୍ଚ୍ଚା । ଲୋକଙ୍କୁ ଏକାଠି କରି କେନ୍ଦ୍ର ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇବ । ଅଧିକ ପଢ଼ନ୍ତୁ

ପ୍ରତି ପଞ୍ଚାୟତରେ 'କୃଷକ ପଞ୍ଚାୟତ' ଗଠନ କରିବ ବିଜେପି
ପ୍ରତି ପଞ୍ଚାୟତରେ 'କୃଷକ ପଞ୍ଚାୟତ' ଗଠନ କରିବ ବିଜେପି

By ETV Bharat Odisha Team

Published : Oct 8, 2023, 7:02 PM IST

ପ୍ରତି ପଞ୍ଚାୟତରେ 'କୃଷକ ପଞ୍ଚାୟତ' ଗଠନ କରିବ ବିଜେପି

ଭୁବନେଶ୍ବର: ରାଜ୍ୟର ପ୍ରତି ପଞ୍ଚାୟତରେ କୃଷକ ପଞ୍ଚାୟତ ଗଠନ କରିବ ବିଜେପି କିଷାନ ମୋର୍ଚ୍ଚା । ଲୋକଙ୍କୁ ଏକାଠି କରି କେନ୍ଦ୍ର ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇବ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କ ପାଇଁ ଯୋଗାଇଥିବା ସହାୟତା ସଂପର୍କରେ ବୁଝାଇବ । ତେବେ ଏନେଇ ବିଜେପି କିଷାନ ମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା ।

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ବୈଠକରେ ସବୁ ଜିଲ୍ଲର କିଷାନ ମୋର୍ଚ୍ଚା ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ସଂଗଠନ ସଂପାଦକ ମାନସ ମହାନ୍ତି, କିଷାନ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ସଫଳ କୃଷକ କଲ୍ୟାଣ ଯୋଜନା ଓ ରାଜ୍ୟରେ କୃଷକଙ୍କ ଉନ୍ନତି ଏବଂ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଉପରେ ଆଲୋଚନା କରିଛନ୍ତି । ଏହାସହ ଆଗକୁ ଚାଷୀ ସମସ୍ୟା ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ମଧ୍ୟ ନେଇଛି।

ଏହା ମଧ୍ୟ ପଢ଼ନ୍ତୁ.....କୃଷି ଯନ୍ତ୍ରପାତି ଯୋଗାଣରେ ଦୁର୍ନୀତି ! ରାଜରାସ୍ତାକୁ ଓହ୍ଲାଇଲା ବିଜେପି କିଷାନ ମୋର୍ଚ୍ଚା

ତେବେ କିଷାନ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି "ରାଜ୍ୟର ପ୍ରତି ପଞ୍ଚାୟତରେ କୃଷକ ପଞ୍ଚାୟତ ଗଠନ କରିବ ବିଜେପି କିଷାନ ମୋର୍ଚ୍ଚା । ପଞ୍ଚାୟତର ଲୋକଙ୍କୁ ଏକାଠି କରି ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇବ । ଏହାସହ 9 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କ ପାଇଁ ଯୋଗାଇଥିବା ସହାୟତା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବ। ସେହିପରି ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଏବଂ ଚାଷୀଙ୍କ ଆୟକୁ ଦୁଇ ଗୁଣିତ କରିବା ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନା କିଭଳି ରାଜ୍ୟ ସରକାରଙ୍କ ଦ୍ବାରା ହରିଲୁଟ କରାଯାଇଛି ଏ ବିଷୟରେ ଲୋକଙ୍କୁ ସଚେତନ କରାଯିବ ।"

ତେବେ ରାଜ୍ୟ ସରକାରଙ୍କ କୃଷି ମାରଣା ନୀତି ଏବଂ ରାଜ୍ୟରେ କୃଷକଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଛି । ରାଜ୍ୟ ସରକାର ଚାଷୀଙ୍କ ସଠିକ ତାଲିକା ଦେଇ ନଥିବାରୁ ରାଜ୍ୟର ୩୦ ଲକ୍ଷ ଚାଷୀ ପିଏମ କିସାନରୁ ବଞ୍ଚିତ ହୋଇଥିବା କହିଛି ବିଜେପି । ଏହାସହ ମଣ୍ଡି ସମସ୍ୟା, ଅଭାବୀ ବିକ୍ରି, ସାରର କାଳାବଜାରି, ଶୀତଳ ଭଣ୍ଡାର ଅଭାବ ଏସବୁ ସମସ୍ୟା ଉପରେ ଆଲୋଚନା ହେବ। ଆଗକୁ ଏହି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବା ବିଜେପି । ଏହାସହ କେନ୍ଦ୍ର ସରକାରଙ୍କ ଇ-ମାର୍କେଟ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବାକୁ ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details