ଓଡିଶା

odisha

ETV Bharat / state

ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ - ଚାଷୀଙ୍କ ପ୍ରତି ସରକାରଙ୍କ ଚରମ ଅବହେଳା ଅଭିଯୋଗ

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା ବିରୋଧରେ ଲଢ଼େଇ ପାଇଁ ଆହ୍ବାନ ଦେଲେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅଧିକ ପଢନ୍ତୁ

ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

By ETV Bharat Odisha Team

Published : Sep 14, 2023, 1:23 PM IST

ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜକୁମାର ଚହର, ରାଜ୍ୟ ସଭାପତି ମହେଶ୍ବର ସାହୁଙ୍କ ସହ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ କୃଷି ମାରଣନୀତି ଏବଂ କୃଷକଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ମଣ୍ଡି ସମସ୍ୟା, ଅଭାବୀ ବିକ୍ରି, ସାରର କଳାବଜାରୀ, ଶୀତଳ ଭଣ୍ଡାର ଅଭାବ ଆଦି ସମସ୍ୟା ଉପରେ ଆଲୋଚନା ହୋଇଛି । ଏହା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଇ-ମାର୍କେଟ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି ।

ରାଜ୍ୟରେ କୃଷି ଯନ୍ତ୍ରପାତି କିଣାରେ ଦୁର୍ନୀତି ହୋଇଥିବା ଏବଂ ଏଥିରେ ରେମୁଣା ବିଜେଡି ବିଧାୟକଙ୍କ ସମ୍ପୃକ୍ତି ଥିବା କୃଷକ ମୋର୍ଚ୍ଚା ଅଭିଯୋଗ କରିଛି । ଚାଷୀଙ୍କ ସଠିକ ତାଲିକା ନଦିଆଯିବାରୁ ରାଜ୍ୟର ୩୦ ଲକ୍ଷ ଚାଷୀ ପିଏମ କିଷାନ ଯୋଜନାରୁ ବଞ୍ଚିତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ବିଜେପି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ବୈଠକରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାଜକୁମାର ଚହର କାର୍ଯ୍ୟକର୍ତ୍ତାମାନଙ୍କୁ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ପ୍ରତି ଚରମ ଅବହେଳା ଓ ଅପାରଗତା ବିରୋଧରେ ଜୋରଦାର ଲଢ଼େଇ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: 6 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କୁମ୍ଭାର ମହାସଂଘ

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି ଯେ, ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଆବଶ୍ୟକ ଅଭିମୂଲ୍ୟ ଅର୍ଥ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷୀଙ୍କୁ ଭରଣା କରିବାକୁ ପଡିଛି । ୨୦୧୯ ଓ ୨୦୨୧ ମରୁଡିର ଫସଲବୀମା ଟଙ୍କା ଚାଷୀ ପାଇପାରିଲେ ନାହିଁ । ୨୦୨୧ ମରୁଡିର ଇନ୍‌ପୁଟ ସବ୍‌ସିଡି ୨୦୨୨ରେ ସରକାର ଘୋଷଣା କରିଥିଲେ ମଧ୍ୟ ସମସ୍ତ ଚାଷୀ ପାଇନାହାନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଶେଷକରି ବଲାଙ୍ଗୀରରେ ବିଭାଗୀୟ ଅଧିକାରୀ ଓ ବୀମା କମ୍ପାନିର ମଧୁଚନ୍ଦ୍ରିକାରେ ଚାଷୀଙ୍କ ପାଇଁ ଉର୍ଦ୍ଦିଷ୍ଟ କୋଟି କୋଟି ଟଙ୍କାର ଦୁର୍ନୀତି ଓ ହଡପ ହୋଇଛି । ଏପରିକି ବୀମା କମ୍ପାନୀ ଓ ଅସାଧୁ ଅଧିକାରୀଙ୍କ ମିଳିତ ଚକ୍ରାନ୍ତରେ ମରୁଡି ଫିକ୍ସିଂର ମଧ୍ୟ ଅଭିଯୋଗ ଆସୁଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ପାଇଁ ରାଜ୍ୟରୁ ଚାଷୀଙ୍କ ସଠିକ୍ ତାଲିକା କେନ୍ଦ୍ର ସରକାର ପାଖରେ ଦାଖଲ କରାଯାଉନାହିଁ । ଟାଟା କମ୍ପାନୀକୁ ବିଦ୍ୟୁତ୍ ବିଭାଗ ବିକ୍ରି କଲାପରେ ସାଧାରଣ ଉପଭୋକ୍ତା ଓ ଚାଷୀ ଚଢ଼ା ବିଦ୍ୟୁତ ବିଲ୍ ଦେଇ ଶୋଷଣର ଶିକାର ହେଉଛନ୍ତି । ଚାଷୀଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସବୁ ବିଫଳ ହୋଇଛି ବୋଲି ବୈଠକରେ ଅଭିଯୋଗ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details