ଭୁବନେଶ୍ବର: ଗତ କିଛିଦିନ ହେଲା କିଛି ବିଜେପି ନେତା ରାଜନୈତିକ ଚାନ୍ଦାକୁ ନେଇ ଗଣମାଧ୍ୟମରେ ନାନାପ୍ରକାର ଅରୁଚିକର ଏବଂ ବିଭ୍ରାନ୍ତିକର ବିବୃତି ଦେଇ ଚାଲିଛନ୍ତି । ଏହି କ୍ରମରେ ଆଜି ବିଜେପି ବିଧାୟକ ବୁଧାନ ମୁର୍ମୁ, ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତିକୁ ଆକ୍ଷେପ କରିଛନ୍ତି । ସେ ଯେଉଁ ବୟାନ ଦେଇଛନ୍ତି, ସେଥିରୁ ତାଙ୍କ ଅଜ୍ଞାନତାର ପରିଚୟ ମିଳୁଛି । ଏହା କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ ।
ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ଦେଶରେ ସର୍ବାଧିକ ଡୋନେସନ ପାଉଥିବା ଦଳ ହେଉଛି ବିଜେପି । ଏହା ବୋଧେ ବିଜେପି ବିଧାୟକ ବୁଧାନ ମୁର୍ମୁ ଜାଣି ନାହାଁନ୍ତି । ବିଜେପି ପଛକୁ କଂଗ୍ରେସ ଦଳ ରହିଛି । ଅନ୍ୟ ଆଞ୍ଚଳିକ ଦଳମାନେ ଏହି ଦୁଇ ଜାତୀୟ ଦଳଠାରୁ ଢେର ପଛରେ ରହିଛନ୍ତି । ଅନ୍ୟ ରାଜନୈତିକ ଦଳଗୁଡ଼ିକ ଭଳି ବିଜୁ ଜନତା ଦଳକୁ ଯେତିକି ଡୋନେସନ ଆସେ, ତାହାର ଗୋଟି ଗୋଟି ହିସାବ ଜାତୀୟ ନିର୍ବାଚନ କମିସନକୁ ଦେବାକୁ ପଡ଼େ । କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଅନ୍ୟ ସଂସ୍ଥାଗୁଡ଼ିକ ପାଖରେ ମଧ୍ୟ ଏହାର ହିସାବ ରହିଛି ।
ଗୌତମବୁଦ୍ଧ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସଂପର୍କରେ ମଧ୍ୟ ବୁଧାନ ମୁର୍ମୁ ରୁଚିହୀନ ଟିପ୍ପଣି ଦେଇ ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରନ୍ତି । ତାହା ସର୍ବସାଧାରଣରେ ପ୍ରକାଶିତ ହୁଏ । ତେଣୁ ଏ ବିଷୟରେ କିଛି ନ ଜାଣି ବୁଧାନ ମୁର୍ମୁ ଯେଉଁ ବୟାନ ଦେଇଛନ୍ତି ତାହା ପ୍ରାୟୋଜିତ ଥିବା ଭଳି ମନେ ହେଉଛି । ବିଜେଡି ଡୋନେସନର ଉତ୍ସ ସଂପର୍କରେ ମତ ଦେବା ପୂର୍ବରୁ ବୁଧାନ ମୁର୍ମୁ ପ୍ରଥମେ ତାଙ୍କ ନିଜ ଦଳ ଯେଉଁ ବିପୁଳ ଡୋନେସନ ଲାଭ କରିଛି, ସେ ନେଇ ତଥ୍ୟ ସଂଗ୍ରହ କରନ୍ତୁ । ବିଜେପି ବିଧାୟକ ବୁଧାନ ମୁର୍ମୁ କହିଥିଲେ ଯେ, ବିଜେଡି ପାଖରେ ବହୁତ ଅର୍ଥ ରାଶି ଅଛି । ଯେହେତୁ ପ୍ରକୃତ ଉତ୍ସରୁ ଏହି ଟଙ୍କା ଆସିନାହିଁ, ସେଥିପାଇଁ ବିଜେଡି କେତେ ଟଙ୍କା ଚାନ୍ଦା ପାଇଛି ତାକୁ ଲୁଚାଉଛି ।
ଗୌତମବୁଦ୍ଧ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସଂପର୍କରେ ମଧ୍ୟ ବୁଧାନ ମୁର୍ମୁ ରୁଚିହୀନ ଟିପ୍ପଣି ଦେଇ ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରନ୍ତି । ତାହା ସର୍ବସାଧାରଣରେ ପ୍ରକାଶିତ ହୁଏ । ତେଣୁ ଏ ବିଷୟରେ କିଛି ନ ଜାଣି ବୁଧାନ ମୁର୍ମୁ ଯେଉଁ ବୟାନ ଦେଇଛନ୍ତି ତାହା ପ୍ରାୟୋଜିତ ଥିବା ଭଳି ମନେ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର