ଓଡିଶା

odisha

BJP 44th Foundation Day: ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କଲେ ସମୀର ମହାନ୍ତି

ବିଜେପିର 44ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି ଦୁଇ ପୂର୍ବତନ ରାଜ୍ୟ ସଭାପତି । ଅଧିକ ପଢନ୍ତୁ

By

Published : Apr 6, 2023, 9:26 PM IST

Published : Apr 6, 2023, 9:26 PM IST

BJP 44th Foundation Day
BJP 44th Foundation Day

ଭୁବନେଶ୍ବର:ପାଳିତ ହୋଇଯାଇଛି ବିଜେପିର 44 ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି ଦୁଇ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ କେଭି ସିଂ ଦେଓ। ଏନେଇ ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଆଜିଠାରୁ ରାଜ୍ୟ ବିଜେପି ପକ୍ଷରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ ହେବ। ଏଥିସହ ବୁଥ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ବ୍ୟାପକ ଆୟୋଜନ କରାଯାଇଛି । ପ୍ରତିଷ୍ଠା ଦିବସର ଫୋକସ୍‌ରେ ରହିବ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା । କେନ୍ଦ୍ର ସରକାର ଯୋଜନାର ଲାଭ ଉପରେ ଲୋକଙ୍କୁ ବୁଝାଇବେ କର୍ମକର୍ତ୍ତା । ଆଜିଠାରୁ 14 ଏପ୍ରିଲ ପର୍ଯ୍ୟନ୍ତ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀକୁ ସାମାଜିକ ନ୍ୟାୟ ସପ୍ତାହ ଭାବରେ ପାଳନ କରିବ ବିଜେପି ।

ସେହିପରି ଆଜିଠାରୁ ବିଜେପି ଆରମ୍ଭ କରିଛି ହଟିବ ଦୁର୍ନୀତି, ହଟିବ ଭ୍ରଷ୍ଟାଚାର, ଓଡ଼ିଶାରେ ହେବ ବିଜେପି ସରକାର। ଏହି କଥାକୁ ଭୁବନେଶ୍ଵର ସମେତ ସାରା ରାଜ୍ୟରେ ସବୁ କାନ୍ଥରେ ପେଣ୍ଟିଂ କରିବ ବିଜେପି । ଆଜି ଭୁବନେଶ୍ଵରରେ ୩୩ ନମ୍ବର ୱାର୍ଡରେ ଆରମ୍ଭ କରିଛି ବିଜେପି ବୋଲି ସମୀର ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଓଡିଶାବାସୀ । ସବୁ ଯୋଜନାରେ ଭ୍ରଷ୍ଟାଚାର ଭରି ରହିଛି । ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ । ଆମେ ଓଡ଼ିଶାବାସୀଙ୍କୁ ସଚେତନ କରିବାକୁ ଆରମ୍ଭ କରୁଛୁ । ଦୁର୍ନୀତି ଭ୍ରଷ୍ଟାଚାର ସରକାର ବିରୁଦ୍ଧରେ ପେଣ୍ଟିଂ ମାଧ୍ୟମରେ ଜନମତ ସୃଷ୍ଟି କରାଯିବ । ନିର୍ବାଚନ ଜିତିବା ହାରିବା ଅଛି କିନ୍ତୁ ଭାରତ ବର୍ଷକୁ ଶହେ ବର୍ଷ ପୂରଣ ହେବ 2047ରେ । ସେତେବେଳକୁ ଭାରତ ଶ୍ରେଷ୍ଠ ଭାରତ ହେବ। ଲୋକମାନଙ୍କର ସ୍ଵର ବିଜେପି ସାଜିବ । ଲୋକମାନଙ୍କ ଅଧିକାର କିପର ମିଳିବ ତା ପାଇଁ ବିଜେପି ସଂଘର୍ଷ କରିବ ।

ଏହା ମଧ୍ୟ ପଢନ୍ତୁ- BJP 44th Foundation Day: ଲୋକଙ୍କ ଆଶାର କିରଣ ବିଜେପି କହିଲେ ପ୍ରଧାନମନ୍ତ୍ରୀ

ପ୍ରକାଶା ଥାଉକି, 6 ଏପ୍ରିଲ 1980 ଆଜିର ଦିନରେ ଆରବ ସାଗର ଉପକୂଳରେ ଜନ୍ମ ନେଇଥିଲା ବିଜେପି । ଶୂନ୍ୟରୁ ଆରମ୍ଭ ହୋଇଥିବା ଦଳ ଆଜି ଶିଖରରେ ଗୈରିକ ପତାକା ଉଡାଉଛି । ସଂଘର୍ଷ, ବିଚାରଧାରା, ରାଷ୍ଟ୍ରବାଦ, ମାନବତା, ସୁଶାସନ ଓ ହିନ୍ଦୁତ୍ବକୁ ନେଇ ଦଳ ନିଜ ଲକ୍ଷ୍ୟପଥରେ ଆଗକୁ ବଢୁଛି । ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ବିଜେପି ଦଳର ପ୍ରତିଷ୍ଠା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details