ଓଡିଶା

odisha

ETV Bharat / state

୩ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି କୃଷକ ମୋର୍ଚ୍ଚା

BJP farmer morcha met Rajyapal with three demands, ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା । ଅଦିନିଆ ଲଘୁଚାପ ବର୍ଷାରେ କ୍ଷତି ପୂରଣ ତୁରନ୍ତ ପ୍ରଦାନ କରିବାକୁ ଦାବି । ଆଗକୁ ପଢ଼ନ୍ତୁ,

୩ ଦଫା ଦାବି
୩ ଦଫା ଦାବି

By ETV Bharat Odisha Team

Published : Dec 12, 2023, 10:31 PM IST

୩ ଦଫା ଦାବି

ଭୁବନେଶ୍ବର : ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା । ଅଦିନିଆ ଲଘୁଚାପ ବର୍ଷାରେ କ୍ଷତି ପୂରଣ ତୁରନ୍ତ ପ୍ରଦାନ କରିବାକୁ ଦାବି । ମହେଶ୍ୱର ସାହୁଙ୍କ ନେତୃତ୍ୱରେ ୩ ଦଫା ଦାବିପତ୍ର ପ୍ରଦାନ । ମାଗଣା ବିହନ, ସାର, ଓ କୀଟନାଶକ ସାଙ୍ଗକୁ ବିଦ୍ୟୁତ ଶୁଳ୍କ ଛାଡ଼ ଓ କୃଷି ଋଣ ଛାଡ ପାଇଁ ଦାବି ।

୩ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି କୃଷକ ମୋର୍ଚ୍ଚାର ପ୍ରତିନିଧି । ରାଜ୍ୟରେ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟରେ ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି । ରବି ଫସଲ ପାଇଁ ମାଗଣା ବିହନ, ସାର, ଓ କୀଟନାଶକ ଯୋଗାଇବା । ସେହିପରି ଚାଷ ପାଇଁ ବିଦ୍ୟୁତ ଶୁଳ୍କ ଛାଡ଼ କରିବା । କୃଷି ଋଣ ଛାଡ ଆଦି ଦାବି ଜଣାଇଲା କୃଷକ ମୋର୍ଚ୍ଚା । ନହେଲେ ଆଗକୁ ଆନ୍ଦୋଳନ ହାତକୁ ନେବ ବିଜେପି କୃଷକ ମୋର୍ଚ୍ଚା । ଓଡ଼ିଶାର ୭୩ ଭାଗ ଲୋକମାନେ ଚାଷ ଉପରେ ନିର୍ଭର କରୁଛନ୍ତି । 23 ବର୍ଷ ଶାସନରେ ବିଜେଡିର ସରକାର ଚାଷୀ ବିରୋଧୀ ବୋଲି କହିଛନ୍ତି ବିଜେପି । ଚାଷୀ ମାନଙ୍କର ଉନ୍ନତି ପାଇଁ କୌଣସି ଯୋଜନା କରୁନାହାନ୍ତି ରାଜ୍ୟ ସରକାର।

ଏହା ମଧ୍ୟ ପଢ଼ନ୍ତୁ....ଡିସେମ୍ବର ୨୦ରୁ ଜାନୁଆରୀ ୨୦ ଯାଏଁ ଚାଲିବ ଛାତ୍ର କଂଗ୍ରେସ ଆନ୍ଦୋଳନ

ରାଜ୍ଯରେ ବାରମ୍ବାର ବନ୍ୟା ପରିସ୍ଥିତି ଏବଂ ମରୁଡି କାରଣରୁ ଓଡ଼ିଶାର ଚାଷିମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ଋଣ କରି ଚାଷ କରୁଥିବା ଚାଷୀ ଆତ୍ମହତ୍ୟା କରୁଛି । ରାଜ୍ୟ ସରକାର ଚାଷୀ ମାନଙ୍କୁ ଆଡ ଆଖିରେ ଦେଖୁ ନଥିବା ବିରୋଧ୍ୟଙ୍କ ପକ୍ଷରୁ କୁହାଯାଉଛି । ବିଜେପି କୃଷକ ମୋର୍ଚ୍ଚା ସବୁବେଳେ ଦାବି କରି ଆସୁଛି ଚାଷୀ ମାନଙ୍କ ପାଇଁ । କେନ୍ଦ୍ର ସରକାର ଚାଷୀ ମାନଙ୍କ ପାଇଁ ସବୁବେଳେ ତତ୍ପର ହେଲେ ରାଜ୍ୟ ସରକାର ଅପାରଗ । ତେଣୁ ରାଜ୍ୟ ସରକାର ତୁରନ୍ତ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ମାଗଣାରେ ବିହନ, ସାର, କୀଟନାଶକ ଯୋଗାଇ ଦେବା ପାଇଁ ଦାବୀ କରାଯାଇଛୁ । ସେହିପରି ଚାଷୀମାନଙ୍କର ସମସ୍ତ ପ୍ରକାର କୃଷି ରୁଣ ଛାଡ କରନ୍ତୁ । ଏହି ସବୁ ଦାବୀ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ବିଜେପି କୃଷକ ମୋର୍ଚ୍ଚା । ତେବେ ବିଜେପି କୃଷକ ମୋର୍ଚ୍ଚା, ରାଜ୍ୟ ସଭାପତି ମହେଶ୍ବର ସାହୁ କହିଛନ୍ତି ଯେ, ରାଜ୍ୟରେ ଅଦିନିଆ ବର୍ଷା କାରଣରୁ ଅନେକ ଅଞ୍ଚଳରେ ଧାନ, ପନିପରିବା ଓ କପା ଫସଲ ନଷ୍ଠ ହୋଇଯାଇଛି । ମାଗଣା ବିହନ, ସାର, ଓ କୀଟନାଶକ ସାଙ୍ଗକୁ ବିଦ୍ୟୁତ ଶୁଳ୍କ ଛାଡ଼ ଓ କୃଷି ଋଣ ଛାଡ ପାଇଁ ଦାବୀପତ୍ର ଦିଆଯାଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details