ଓଡିଶା

odisha

ETV Bharat / state

ବିନା ଆଲୋଚନାରେ ବିଧାନସଭାରେ ବ୍ୟୟ ମଞ୍ଜୁରୀ: ବିଜେପି ବିଧାୟକଙ୍କ ହଟ୍ଟଗୋଳ - ମୋହନ ମାଝୀ

ବିନା ଆଲୋଚନାରେ ରାଜ୍ୟ ଆକସ୍ମିକ ପାଣ୍ଠିରୁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଥିବାରୁ ବିଜେପି ବିଧାୟକ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ।

ଫାଇଲ ଫଟୋ

By

Published : Aug 2, 2019, 2:39 PM IST

ଭୁବନେଶ୍ବର: ବିନା ଆଲୋଚନାରେ ରାଜ୍ୟ ଆକସ୍ମିକ ପାଣ୍ଠିରୁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଥିବାରୁ ବିଜେପି ବିଧାୟକ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି । ତେବେ ଏନେଇ ଆଲୋଚନା କରିବାର ଆବଶ୍ୟକତା ଥିଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଶୂନ୍ୟକାଳରେ ଓଡିଶା ଆକସ୍ମିକ ପାଣ୍ଠି ବାବଦରେ ଆସିଥିବା ଅତିରିକ୍ତ ଖର୍ଚ୍ଚଦାବି ବିନା ଆଲୋଚନାରେ ପାରିତ ହେବା ଅସମ୍ବିଧାନିକ କହିଥିଲେ ବିଜେପି ବିଧାୟକ ମୋହନ ମାଝୀ। ଏନେଇ ତୁରନ୍ତ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ହେଲେ ବାଚସ୍ପତି ସିଧାସଳଖ ମୂଲତବୀ ନୋଟିସ ଉପରେ ଆଲୋଚନା ପାଇଁ ଯାଇଥିବାରୁ ଏହାକୁ ବିରୋଧ କରିଥିଲେ ବିଧାୟକ। ଏହାପରେ ବାଚସ୍ପତିଙ୍କ ପୋଡ଼ିୟମ ସମ୍ମୁଖକୁ ଆସି ସବୁ ବିଧାୟକ ହୋ ହାଲ୍ଲା କରିବା ସହ ନାରାବାଜି ଦେଇଥିଲେ। ହେଲେ ବାଚସ୍ପତି ଏହାକୁ ନ ଶୁଣି ଗୃହ ଚଳାଇଥିଲେ।

ସୂଚନାଯୋଗ୍ୟ, 2019-20 ବର୍ଷ ପାଇଁ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଅର୍ଥ ଭରଣା ନିମନ୍ତେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଗତକାଲି ପାରିତ ହୋଇଥିଲା । 1244କୋଟି 66ଲକ୍ଷ କୋଟି ଟଙ୍କାର ଏହି ବିଲ ଜିଲୋଟିନ ଜରିଆରେ ପାସ ହେଇଥିଲା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details