ଭୁବନେଶ୍ୱର:ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଛୁଟି ଘୋଷଣା ହେଉ । ବିରୋଧୀ ଦଳ ନେତାଙ୍କ ପରେ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ । ଯଦି ଲୋକେ ତାକୁ ଗ୍ରହଣ କିମ୍ବା ମାନିବେ ନାହିଁ ତେବେ କେମିତି ହେବ । ରାମମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଏକ ପବିତ୍ର ଦିନ, ଭବ୍ୟ କାର୍ଯ୍ୟକ୍ରମ ହେଉଛି । ସେଦିନ ମଦ ଦୋକାନ ବନ୍ଦ ଏବଂ ଛୁଟି ଘୋଷଣା କଲେ ଭଲ ହୁଅନ୍ତା । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଛୁଟି ଘୋଷଣା ହେଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ।
ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ ଦିନକୁ ଛୁଟି ଘୋଷଣା କରାଯାଉ ବୋଲି କହିଛନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି । ହେଲେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସରକାରୀ ଛୁଟି ଘୋଷଣା ହୋଇନାହିଁ ।
ତେବେ ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ଛୁଟି ଘୋଷଣା କରିବା ସହିତ ରାଜ୍ୟର ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ କରାଯାଉ ବୋଲି ଦାବି କରିଛି ବିଜେପି । ୫ ସହ ବର୍ଷର ଅସ୍ମିତାକୁ ଫେରାଇ ଆଣିବା ପାଇଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଉଛି । ଆମେ ଆଶା କରୁଛୁ ରାଜ୍ୟ ସରକାର ଏକଥାକୁ ଦେଖିବେ ଏବଂ ସାଧାରଣ ଲୋକମାନେ ବି ଦାବି କଲେଣି । ୫ ସହ ବର୍ଷର ସଂଘର୍ଷ ପରେ, ୨୨ ତାରିଖରେ ପଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେହି ଦିନକୁ ଏକ ପୁଣ୍ୟ ଦିନ ବିଚାର କରି ରାଜ୍ୟରେ ମଦ ଦୋକାନ ବନ୍ଦ କରିବା ଉଚିତ ବୋଲି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।