ଓଡିଶା

odisha

ETV Bharat / state

Padmapur By Poll: ବର୍ଷାଙ୍କ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି - ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ

ବିଜେଡି ପରେ ଆଜି ପୁଣି CEOଙ୍କୁ ଭେଟିଲା ବିଜେପି । ପଦ୍ମପୁର ଉପନିର୍ବାଚନରେ ଲୋକଙ୍କ ଭୋଟ ହାତେଇବା ପାଇଁ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ । ବିଜେଡି ପରେ ଅନ୍ୟ ଏକ ଗଣମାଧ୍ୟମ ବିରୋଧରେ ଅଭିଯୋଗ ଆଣିଲା ବିଜେପି । ଅଧିକ ପଢ଼ନ୍ତୁ

Padmapur By Poll: ବର୍ଷାଙ୍କ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି
Padmapur By Poll: ବର୍ଷାଙ୍କ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି

By

Published : Dec 5, 2022, 3:23 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବରୁ ତେଜିଲା ଆରୋପ ପ୍ରତ୍ୟାରୋପର ରାଜନୀତି । ବିଜେଡି ପରେ ଆଜି ପୁଣି CEOଙ୍କୁ ଭେଟିଲା ବିଜେପି । ଉପନିର୍ବାଚନରେ ଲୋକଙ୍କ ଭୋଟ ହାତେଇବା ପାଇଁ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ବିଜେଡି ପରେ ଅନ୍ୟ ଏକ ଗଣମାଧ୍ୟମ ବିରୋଧରେ ଅଭିଯୋଗ ଆଣିଲା ବିଜେପି ।

Padmapur By Poll: ବର୍ଷାଙ୍କ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି

ସରିଛି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର । ଆଉ ମାତ୍ର ଗୋଟିଏ ରାତିର ଅପେକ୍ଷା । ରାତି ପାହିଲେ ମତ ସାବ୍ୟସ୍ତ କରିବେ ପଦ୍ମପୁର ଭୋଟର । ତେବେ ଏହାରି ମଧ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଜୋର ଧରିଛି ଦୋଷାରୋପର ରାଜନୀତି । ଆଜି ପ୍ରଥମେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ବିଜେପି ବିରୋଧରେ ECOଙ୍କୁ ଭେଟିଥିଲା ବିଜେଡି ପ୍ରତିନିଧି ଦଳ । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକମାନେ ପଦ୍ମପୁରରେ ବିଜେପିକୁ ଭୋଟ ଦେବାପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଥିଲା ବିଜେଡି । ଏହାପରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ବିଜେଡି ବିରୋଧରେ CEOଙ୍କ ନିକଟରେ ଫେରାଦ ହୋଇଛି ।

ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମନ୍ତସିଂହାର କହିଛନ୍ତି, "ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଭାଇ ଟଙ୍କା ବାଣ୍ଟୁଥିବା ବେଳେ ଗାଁ ଲୋକ ଧରିଛନ୍ତି । ପୋଲିସ ଧରିବା ଆଗରୁ ସେ ଖସି ପଳାଇଲେ । ତାଙ୍କ ସହଯୋଗୀଙ୍କୁ ଧରିଛି ପୋଲିସ । ବିଜେଡି ସମର୍ଥିତ ୱାର୍ଡ ମେମ୍ବରଙ୍କୁ ଗାଁ ଲୋକେ ଟଙ୍କା ଫେରାଇଛନ୍ତି । ପାଇକମାଳରେ ମଧ୍ୟ ଗାଁ ଲୋକେ ବୈଠକ କରି ଟଙ୍କା ଫେରାଇଛନ୍ତି । ଏହା ପ୍ରମାଣ କରୁଛି ଯେ ବିଜେଡି ଟଙ୍କା ବାଣ୍ଟୁଛି ।"

ତେବେ ଟଙ୍କା ବାଣ୍ଟିବା ସମୟରେ ଧରିବାରୁ ବିଜେଡି କର୍ମୀ ଧମକ ଦେଉଥିବା ବିଜେପି ଅଭିଯୋଗ କରିଛି । ଗତକାଲି (ଶନିବାର) ସନ୍ଧ୍ୟାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବରିହା ପଞ୍ଚାୟତରେ ସତ୍‌ସଙ୍ଗ ପାଇଁ ଯାଇଥିଲେ । ସେଠାରେ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମର ରିପୋର୍ଟର ତାଙ୍କୁ ସେଠାରେ ହଇରାଣ କରିଥିବା କହିଛନ୍ତି ଲେଖାଶ୍ରୀ । ଉକ୍ତ ଚ୍ୟାନେଲର ୨୦ରୁ ଅଧିକ ସଂଖ୍ୟାକ ପ୍ରତିନିଧି ସେଠାରେ ଅଛନ୍ତି ଏବଂ ସେଠାରେ ଅସୁସ୍ଥ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details