ଭୁବନେଶ୍ବର:ଆସନ୍ତା ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ପୂର୍ବରୁ ଦିଲ୍ଲୀରେ ବିଧାୟକ ଏବଂ ସାଂସଦମାନଙ୍କୁ ବିଜେପିର ଶୀର୍ଷ ନେତୃତ୍ବ ଗୁରୁମନ୍ତ୍ର ଦେଇଥିଲେ । ଏହି କ୍ରମରେ ଶନିବାର ବସିଥିଲା ରାଜ୍ୟ ବିଜେପି ପଦାଧିକାରୀ ବୈଠକ । ବୈଠକରେ ୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ କରିବାକୁ ବିଜେପି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ବ । ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇସାରିଛି ।
ଆଗାମୀ ନିର୍ବାଚନକୁ କେମିତି ବିଜେପି ଲଢିବ ତା' ଉପରେ ଆଲୋଚନା ହୋଇଥିଲା । ତେବେ ଏହି ବୈଠକ ସରିବା ପରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ବିଜେଡି ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ । ଯାହା ଦ୍ବନ୍ଦ ଥିଲା ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ସେସବୁ ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଣ୍ଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ର ଦେଇଛନ୍ତି । ବିଜେପି କୌଣସି ପରିସ୍ଥିତିରେ ବିଜେଡି ସହ ସାଲିସ କରିବ ନାହିଁ । ନିର୍ବାଚନରେ ଯୁଦ୍ଧ କରିବାର ଅଛି । ୨୦୨୪ ନିର୍ବାଚନରେ ଜୋରଦାର ଲଢେଇ ହେବ । ପୂରା ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେଡି ସହ ବିଜେପିର ଲଢେଇ ହେବ ।
ଏହା ମଧ୍ୟ ପଢନ୍ତୁ...ପ୍ରତି ବୁଥରୁ 50%ରୁ ଅଧିକ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିବ ବିଜେପି