ଓଡିଶା

odisha

ETV Bharat / state

ଡମ୍ପିଂୟାର୍ଡ ଘଟଣାରେ ରାଜ୍ୟ ସରକାରକୁ ସମାଲୋଚନା, ୩୧ ଦିନରେ ବିଜେପିର ସତ୍ୟାଗ୍ରହ - Garbage issue in Capital

BJP criticizes State Govt and BMC: ଗାଡ଼କଣ ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବିରେ ୩୧ ଦିନ ଧରି ଜିଲ୍ଲା ବିଜେପି ପକ୍ଷରୁ ସତ୍ୟାଗ୍ରହ ଜାରି । ସରକାରକୁ ଆସିଲେ ୭୨ ଘଣ୍ଟାରେ ଡମ୍ପିଂୟାର୍ଡ ସଫା ହେବା ନେଇ ବିଜେପିର ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ଡମ୍ପିୟାର୍ଡ ଘଟଣା ରେ ରାଜ୍ୟ ସରକାରକୁ ସମାଲୋଚନା, ୩୧ ଦିନ ଧରି ବିଜେପିର ସତ୍ୟାଗ୍ରହ ଜାରି
ଡମ୍ପିୟାର୍ଡ ଘଟଣା ରେ ରାଜ୍ୟ ସରକାରକୁ ସମାଲୋଚନା, ୩୧ ଦିନ ଧରି ବିଜେପିର ସତ୍ୟାଗ୍ରହ ଜାରି

By ETV Bharat Odisha Team

Published : Dec 29, 2023, 12:48 PM IST

ଡମ୍ପିୟାର୍ଡ ଘଟଣା ରେ ରାଜ୍ୟ ସରକାରକୁ ସମାଲୋଚନା, ୩୧ ଦିନ ଧରି ବିଜେପିର ସତ୍ୟାଗ୍ରହ ଜାରି

ଭୁବନେଶ୍ବର: ଡମ୍ପିଂୟାର୍ଡର ଦୁର୍ଗନ୍ଧରେ ଅତିଷ୍ଠ ହୋଇଗଲେଣି ସ୍ମାର୍ଟସିଟି ବାସିନ୍ଦା । ସେପଟେ ଗାଡ଼କଣ ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବିରେ ସୈନିକ ସ୍କୁଲ ନିକଟରେ ଆଜିକୁ ୩୧ ଦିନ ଧରି ଜିଲ୍ଲା ସତ୍ୟାଗ୍ରହ ଜାରି ରଖିଛି ବିଜେପି । ଏହି ସତ୍ୟାଗ୍ରହରେ ଗୁରୁବାର ଦିନ ସାମିଲ ହୋଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ସରକାର ତଥା ବିଏମସି ପ୍ରଶାସନକୁ ସମାଲୋଚନା କରି ରାଜ୍ୟ ବିଜେପି ସଭାପତି କହିଥିଲେ ଯେ, ଆମେ ମାସେ ହେଲା ଧାରଣାରେ ବସିଲୁ ଏବେ ବି ସରକାରଙ୍କୁ ସମୟ ଦେଉଛୁ । ଆଉ ୪ ମାସ ପରେ ମେ' ମାସରେ ବିଜେପି ସରକାରକୁ ଆସିଲେ ୭୨ ଘଣ୍ଟାରେ ସଫା ହୋଇଯିବ ଗାଡ଼କଣ ଡମ୍ପିଂୟାର୍ଡ । ମାଇକ୍ରୋସ୍କୋପରେ ଦେଖିଲେ ବି ଟିକେ ବି ଅଳିଆ ମିଳିବନି ।

କେନ୍ଦ୍ର ସରକାର ଆବର୍ଜନା ପରିଚାଳନା ପାଇଁ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜଧାନୀକୁ ଅଳିଆ ପାହାଡ଼ କରି ମାସେ ହେଲା ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଲେଣି ରାଜଧାନୀବାସୀ । ଯେଉଁଥିପାଇଁ ଡେଙ୍ଗୁ ବଢିଲା । ଏ ସରକାର ରାଜଧାନୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଅସମର୍ଥ । ସରକାର ବୋଲି କିଛି ଜିନିଷ ନାହିଁ ଓଡ଼ିଶାରେ । ଏଠି ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ମନ୍ତ୍ରୀମାନେ ଦେଖିବାକୁ ମିଳୁନାହାଁନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟ ଅବସ୍ଥାରେ । ଲୋକମାନେ ବି ଜାଣି ସାରିଲେଣି ଯେ ଓଡ଼ିଶାରେ ଆଉ ସରକାର ନାହିଁ ।

ଏହା ମଧ୍ୟ ପଢନ୍ତୁ...ଗାଢକଣ ଅଳିଆ ଗଦା ଉଚ୍ଛେଦ ପ୍ରସଙ୍ଗ, ମେୟର ପଚାରିଲେ ଅଳିଆ ନେଇ କୁଆଡେ ଯିବ ବିଏମସି

ଦୀର୍ଘ ୩୧ ଦିନ ଧରି ଆମେ ବସିଲୁଣି ହେଲେ ସରକାର ଜାଣି ପାରୁନାହାନ୍ତି । ଶାସକ ଦଳର କେହି ବି ଆସି ନାହାନ୍ତି । ତେଣୁ ଆଗାମୀ ଦିନରେ ଏହାକୁ ନେଇ ଆମେ ଭୁବନେଶ୍ଵରରେ ଲୋକମାନଙ୍କ ପାଖକୁ ଯିବୁ । ଲୋକମାନେ ବିଚାର କରିବେ । ସେହିପରି ମେୟର କହିଥିଲେ ଆମେ ଏହାର ସମାଧାନ ମାସେ ମଧ୍ୟରେ କରିଦେବୁ । ହେଲେ ଏପର୍ଯ୍ୟନ୍ତ କିଛି ହୋଇନାହିଁ । ଭୁବନେଶ୍ବରକୁ ଗନ୍ଧମୟ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ଏହି କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ବଡ ଦୁର୍ଭାଗ୍ୟର ବିଷୟ । ଏହି ଦୁର୍ଗନ୍ଧମୟ ପରିବେଶ ପାଇଁ ମ୍ୟୁନିସପାଲିଟି ଘେରାଉ କରାଯାଇଥିଲା । ଘେରାଉ ପରେ ବି ମ୍ୟୁନିସପାଲିଟି ଓ କମିଶନଙ୍କ ନିଦ ଭାଙ୍ଗିଲା ନାହିଁ । ଶାସକ ଦଳ ଓ ମେୟର ଲୋକଙ୍କ ଟିକସ ଟଙ୍କାକୁ ମଉଜ ମସ୍ତିରେ ନ ଉଡାଇ ବରଂ ଏ ଅଳିଆ ଗଦାର ସମସ୍ୟାକୁ ସମାଧାନ କରିବା ପାଇଁ ଖର୍ଚ୍ଚ କରନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details