ଭୁବନେଶ୍ବର: ଶେଷ ହୋଇଛି ବିଏମ୍ସିର କର୍ପୋରେସନ ବୈଠକ । ବିଏମ୍ସିର ବୈଠକ ଚାଲିଥିବା ବେଳେ ବୈଠକ ଛାଡି ଧାରଣାରେ ବସିଛନ୍ତି ବିଜେପି କର୍ପୋରେଟର । ବୈଠକରେ ଚଳିତ ବର୍ଷର ବଜେଟ ପାରିତ ହେଉଥିବା ବେଳେ କକ୍ଷ ତ୍ୟାଗ କରିଛନ୍ତି ସମସ୍ତ ବିଜେପି କର୍ପୋରେଟର। ବଜେଟ ସମୟରେ ବିଜେପି କର୍ପୋରେଟରଙ୍କ ପ୍ରଶ୍ନ ଶୁଣାଯାଉନଥିବା ଓ ଉତ୍ତର ଦିଆଯାଉନଥିବାରୁ କକ୍ଷ ତ୍ୟାଗ କରିଥିବା ସମସ୍ତ ବିଜେପି କର୍ପୋରେଟର ଅଭିଯୋଗ କରିଛନ୍ତି ।
ଖାଲି ସେତିକି ନୁହେଁ ବୈଠକରେ ଶାସକ ଦଳର କର୍ପୋରେଟରମାନେ ସେମାନଙ୍କୁ କହିବାକୁ ସୁଯୋଗ ଦେଉନଥିବା ମଧ୍ୟ ଅଭିଯୋଗ କରଛନ୍ତି । ଶାସକ ଦଳର କର୍ପୋରେଟରମାନେ ବିଏମସି ଭିତରେ ଦାଦାଗିରି ଦେଖାଉଥିବା କର୍ପୋରେଟରେମାନେ କହିଛନ୍ତି । ଏପରିକି ସେମାନଙ୍କ ଦାଦାଗିରି ପରେ ବି ମେୟର ସେମାନଙ୍କ କଥା ଶୁଣୁନଥିବା ଅଭଯୋଗ କରିଛନ୍ତି ।
ଏହା ନୂତନ ବିଲଡିଂ ଉଦଘାଟନ ସମୟରେ ସମସ୍ତ ବିଧାୟକଙ୍କୁ ନିମନ୍ତ୍ରଣ ଯାଇଥିଲେ ମଧ୍ୟ ସାଂସଦଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଯାହା ସାଂସଦକଙ୍କ ସମ୍ମାନ ବା ମର୍ଯ୍ୟାଦାହାନୀ କରୁଛି । ଏହାକୁ ନେଇ ଧାରଣାରେ ବସିଥିବା କହିଛନ୍ତି କର୍ପୋରେଟର । ତେବେ ବିଜେପି କର୍ପୋରେଟରମାନେ କହିଛନ୍ତି କର୍ପୋରେଟର ଇଲେକ୍ସନକୁ ବର୍ଷେ ପୂରିଥିଲେ ମଧ୍ଯ ତାଙ୍କର ସମସ୍ତ ପ୍ରସ୍ତାବକୁ ଖାରଜ କରାଯାଉଛି । ସେମାନେ ନିଜ ନିଜ ଅଞ୍ଚଳର ଉନ୍ନତି ପାଇଁ ପ୍ରସ୍ତାବ ଦେଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରାଯାଉ ନାହିଁ ।