ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଚାରି ଦ୍ବାର ପ୍ରସଙ୍ଗରେ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି - କଂଗ୍ରେସ

ଶ୍ରୀମନ୍ଦିରରେ ଚାରି ଦ୍ବାର ଫିଟାଇବାକୁ ଦାବି ଜୋର ଧରିଛି । ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କୁ ଦୋଷାରୋପ କରିଥିବା ବେଳେ ଜବାବ ରଖିଛି ବିଜେଡି । ଆଗକୁ ପଢନ୍ତୁ

ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ପ୍ରସଙ୍ଗରେ ଘେରିଲେ ବିରୋଧୀ
ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ପ୍ରସଙ୍ଗରେ ଘେରିଲେ ବିରୋଧୀ

By ETV Bharat Odisha Team

Published : Nov 21, 2023, 11:49 AM IST

ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ପ୍ରସଙ୍ଗରେ ଘେରିଲେ ବିରୋଧୀ

ଭୁବନେଶ୍ବର: ତେଜିଛୁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ । ତେବେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଓଡ଼ିଶାର ବରିଷ୍ଠ ନେତା ତଥା ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ତ୍ରୁଟି ଲୁଚାଇବାକୁ ସରକାର ଚାରି ଦ୍ୱାର ଖୋଲୁ ନଥିବା ବିଜେପି ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ବି ସମାନ ମନ୍ତବ୍ୟ ରଖିଛି । ସେପଟେ ଅଭିଯୋଗର ଜବାବ ରଖିଛି ଶାସକ ବିଜେଡି ଦଳ ।

ଏନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି, ''ଶ୍ରୀମନ୍ଦିରର ଚାରି ଦ୍ୱାରରେ ପ୍ରବେଶ ଲାଗି ପ୍ରତିବନ୍ଧକ ରହିଛି । ଦର୍ଶନ ଲାଗି କେବଳ ଗୋଟିଏ ଦ୍ୱାର ରହିଛି । ଏ ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏବେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଦ୍ୱାର ଖୋଲିବାକୁ ପରାମର୍ଶ ଦେଇଛନ୍ତି । ସବୁ ଦ୍ୱାର ଖୋଲିବା ପାଇଁ ରାଜ୍ୟ ସରକାର କାହିଁକି ବିଳମ୍ବ କରୁଛନ୍ତି ଜଣାପଡୁନାହିଁ । ଏହାକୁ ନକରିବାକୁ ଏଡାଇ ଯାଉଥିବାରୁ ସରକାର ସନ୍ଦେହ ଘେରକୁ ଆସୁଛନ୍ତି । ଟାଳଟୁଳ ନୀତି ଅବଲମ୍ବନ କରି ନିଜ ତ୍ରୁଟି ଲୁଚାଇବାକୁ ସରକାର ଚାହୁଁଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର 4 ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ନହେଲେ ହେବ ଓଡ଼ିଶା ବନ୍ଦ: ଜଗନ୍ନାଥ ସେନା

ସେପଟେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ପବିତ୍ର କାର୍ତ୍ତିକ ମାସ ଚାଲିଥିବା ବେଳେ ହବିଷ୍ୟାଳି ତାଙ୍କର ବ୍ରତ କରିବାକୁ ଆସୁଛନ୍ତି । ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି । ଚାରିପଟ ଦ୍ୱାର ଖୋଲିବା ଦରକାର । ବାରମ୍ବାର କହିବା ପରେ ଏହା କଥା ରାଜ୍ୟ ସରକାର ଶୁଣୁ ନାହାନ୍ତି । କେନ୍ଦ୍ରମନ୍ତ୍ରୀ, ପିସିସି ସଭାପତି ଆଉ ଏବେ ଛତିଶଗଡ଼ର ରାଜ୍ୟପାଳ ମଧ୍ୟ କହିଛନ୍ତି । ହେଲେ ରାଜ୍ୟ ସରକାରଙ୍କର ଫରକ ପଡୁନାହିଁ । ବିନା ବିଳମ୍ବରେ ଚାରି ଦ୍ୱାର ଖୋଲିବା ଦରକାର । ନହେଲେ ଦଳାଚକଟାର ସମ୍ଭାବନା ରହିଛି । ଗତକାଲି ମଧ୍ୟ ସେମିତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯଦି ସେମିତି କିଛି ହୁଏ ତେବେ ସରକାର ଦାୟୀ ରହିବେ । ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଚାରି ଦ୍ୱାର ଖୋଲି ପାରୁନାହିଁ ।"

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ । ଶାସକ ଦଳ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଚାଲିଛି । କାର୍ତ୍ତିକ ମାସରେ ଭିଡ଼ ରହିବ । ପ୍ରତ୍ୟେକ ବର୍ଷ ଏମିତି ହୁଏ । କାର୍ତ୍ତିକ ମାସ ପରେ ସବୁକିଛି ସ୍ୱାଭାବିକ ହୋଇଯିବ । ଚାରି ଦ୍ୱାର ଖୋଲିବା ପାଇଁ ଶ୍ରୀମନ୍ଦିର କମିଟି ନିଷ୍ପତ୍ତି ନେବ । ଶ୍ରୀମନ୍ଦିର କମିଟି ପରାମର୍ଶ ଅନୁସାରେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଉଚିତ ସମୟରେ ଉଚିତ ପଦକ୍ଷେପ ନେବେ ରାଜ୍ୟ ସରକାର । ଏଥିରେ କାହାର ବ୍ୟତିବ୍ୟସ୍ତ ହେବାର ଦରକାର ନାହିଁ ।

ତେବେ ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ ଦର୍ଶନ ପାଇଁ ଆସୁଥିବା ବେଳେ କେବଳ ଗୋଟିଏ ଦ୍ବାର ନେଇ ମନ୍ଦିର ଭିତରକୁ ପ୍ରବେଶ କରିହେଉଛି । ଯେଉଁଥିପାଇଁ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ସମୟରେ ଅଘଟଣ ମଧ୍ୟ ସାମ୍ନାକୁ ଆସୁଛି । ଏହାମଧ୍ୟରେ 4 ଦ୍ବାର ଖୋଲିବା ପାଇଁ ବିରୋଧି ପକ୍ଷରୁ ଦାବି ଜୋରଦାର କରାଯାଉଥିବା ବେଳେ ଏହା ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟ ବୋଲି କହିଛନ୍ତି ଶାସକ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details