ଓଡିଶା

odisha

ETV Bharat / state

Padmapur By Poll: ଆସନ୍ତାକାଲି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନ (Padmapur ByPoll) ପାଇଁ ଆସନ୍ତାକାଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଲଢ଼େଇ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ପୃଥ୍ବୀରାଜ । ଅଧିକ ପଢ଼ନ୍ତୁ

By

Published : Nov 13, 2022, 6:18 PM IST

Padmapur By Poll: ଆସନ୍ତାକାଲି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ
Padmapur By Poll: ଆସନ୍ତାକାଲି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

ଭୁବନେଶ୍ବର: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ (Padmapur ByPoll) । ମତଦାନ ତାରିଖ ଯେତିକି ପାଖଉଛି ରାଜନୈତିକ ଉଷ୍ଣତା ସେତିକି ବଢିବାରେ ଲାଗିଛି । ଧାମନଗରରେ ହାରିବା ପରେ ପଦ୍ମପୁର ପାଇଁ ପୁରା ଦମ୍ ଲଗାଇଛି ବିଜେଡି । ସେପଟେ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇସାରିଛନ୍ତି । ଆସନ୍ତାକାଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

Padmapur By Poll: ଆସନ୍ତାକାଲି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁର ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଭିନ୍ନ ରାଜନୈତିକ ଦଳ ଓ ରାଜ୍ୟବାସୀଙ୍କ ନଜର ରହିଛି ଏହି ନିର୍ବାଚନ ଉପରେ । ବିଜେପି ଏହି ଉପନିର୍ବାଚନରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ସେହିଭଳି କଂଗ୍ରେସ ପଦ୍ମପୁରର ଟାଣୁଆ ନେତା ତଥା ୩ ଥରର ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ମୈଦାନକୁ ଓହ୍ଲାଇଛି । କିନ୍ତୁ ଶାସକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଏହାରି ଭିତରେ ବିଜେପି ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି ବୋଲି କହିଛନ୍ତି ଦଳର ସାଧାରଣ ସମ୍ପାଦକ ।

ଏହା ମଧ୍ୟ ପଢ଼ନ୍ତୁ...Padmapur Battle: ବିଜେପି କଂଗ୍ରେସ ଯୋଦ୍ଧା ତେୟାର, ବିଜେଡି କହିଲା ମୁଖ୍ୟମନ୍ତ୍ରୀ ନେବେ ନିଷ୍ପତି

ଏନେଇ ପୃଥ୍ବୀରାଜ କହିଛନ୍ତି, "ସାଂସଦ, ବିଧାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆସନ୍ତାକାଲି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ । ପ୍ରଚାର ବେଳେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ପଦ୍ମପୁର ଆସିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜନତା ପାର୍ଟି ସଂଗଠନ ଦୃଷ୍ଟିରୁ ପୁରା ପ୍ରସ୍ତୁତ ଅଛି । ନିର୍ବାଚନ ଲଢ଼ିବା ସହ ପାର୍ଥିତ୍ବ ଦୃଷ୍ଟିରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଅନ୍ୟ ଦଳର ପାର୍ଥିତ୍ବ ଦିଗରେ ସ୍ପଷ୍ଟତା ନାହିଁ । ପଦ୍ମପୁର ଲମ୍ବା ସମୟ ଧରି ଅସହିଷ୍ଣୁତା ଓ ଅବହେଳାର ଶିକାର ହୋଇଛି । ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି ।" ତେବେ ପଦ୍ମପୁରର ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି ସେ ଆଶାବାଦୀ ରହିଛନ୍ତି ନେତାଏ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details