ଖୋର୍ଦ୍ଧା:ପଣ୍ଡିଆବିଲି ଓ ବୁଢାଙ୍ଗରା ଗ୍ରାମରେ ଆଜିବି ମାଟି ମାଡିନି ବିକାଶ । ବର୍ଷକୁ ଆଠ ମାସ ଏଠି ଯାତାୟତ ପାଇଁ ଡଙ୍ଗା ସାଜେ ମାଧ୍ୟମ । ବିଜେପି ନେତ୍ରୀ ତଥା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପାଣ୍ଡିଆବିଲି ଗ୍ରାମବାସୀଙ୍କ ଯାତୟତ ପାଇଁ ଦେଇଛନ୍ତି ଲକ୍ଷେ ଟଙ୍କିଆ ଡଙ୍ଗା । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି ।
ଡଙ୍ଗା ଯୋଗାଇ ବାଃ ବାଃ ନେବାକୁ ରାଜନୈତିକ ନେତାମାନେ ପୁରା ପ୍ରସ୍ତୁତ । କିଛିଦିନ ତଳେ ଦୟା ନଦୀରେ ଯାତାୟତ ପାଇଁ ଗ୍ରାମବାସୀଙ୍କୁ ବିଜେଡି ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ଲକ୍ଷେ ଟଙ୍କିଆ ଡଙ୍ଗା ଯୋଗାଇ ଦେଇଥିଲେ । ମାତ୍ର ଗୋଟିଏ ଦିନ ଯାଇନି ଡଙ୍ଗାଟି ପାଣିରେ ବୁଡି ଯାଇଥିଲା ।