ଓଡିଶା

odisha

ETV Bharat / state

ରାଲିରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି, ଶିଶୁ ସୁରକ୍ଷା ଅୟୋଗଙ୍କ ଦ୍ୱାରସ୍ଥ ହେବ ବିଜେଡି - ଶିଶୁ ସୁରକ୍ଷା ଅୟୋଗଙ୍କ ଦ୍ୱାରସ୍ଥ ହେବ ବିଜେଡି

ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡେଲ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିଜେଡି ନେତା ସାମିଲ ଅଭିଯୋଗ କରି ଆଜି ନବୀନ ନିବାସ ଘେରାଉ କରିଛି ବିଜେପି । ରାଲି ଓ ବିକ୍ଷୋଭରେ ବିଜେପି ଛୋଟଛୋଟ ପିଲାଙ୍କୁ ସାମିଲ କରିଥିବା ବିଜେଡି ଅଭିଯୋଗ କରିଛି(BJD to file a complaint OHRC ) । ଅଧିକ ପଢ଼ନ୍ତୁ

ରାଲିରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି, ଶିଶୁ ସୁରକ୍ଷା ଅୟୋଗଙ୍କ ଦ୍ୱାରସ୍ଥ ହେବ ବିଜେଡି
ରାଲିରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି, ଶିଶୁ ସୁରକ୍ଷା ଅୟୋଗଙ୍କ ଦ୍ୱାରସ୍ଥ ହେବ ବିଜେଡି

By

Published : Oct 31, 2022, 11:06 PM IST

ଭୁବନେଶ୍ବର: ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡେଲ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିଜେଡି ନେତା ସାମିଲ ଅଭିଯୋଗ କରି ଆଜି ନବୀନ ନିବାସ ଘେରାଉ କରିଛି ବିଜେପି । ତେବେ ଏହି ରାଲି ଓ ବିକ୍ଷୋଭରେ ବିଜେପି ଛୋଟଛୋଟ ପିଲାଙ୍କୁ ସାମିଲ କରିଥିବା ବିଜେଡି ଅଭିଯୋଗ କରିଛି । ଏହା ଦ୍ବାରା ଶିଶୁ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ ଆଣି ଆସନ୍ତାକାଲି ଶିଶୁ ସୁରକ୍ଷା ଅୟୋଗଙ୍କ ଦ୍ବାରସ୍ଥ ହେବ ବିଜେଡି । ଏନେଇ ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ।

ରାଲିରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି, ଶିଶୁ ସୁରକ୍ଷା ଅୟୋଗଙ୍କ ଦ୍ୱାରସ୍ଥ ହେବ ବିଜେଡି

ଲେନିନ କହିଛନ୍ତି,"ଓଡ଼ିଶାର ସାଢ଼େ 4 କୋଟି ଲୋକ ବାରମ୍ବାର ବିଜେପିକୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ଧାମନଗର ଉପନିର୍ବାଚନରେ ମଧ୍ୟ ବିଜେପିର ସମାନ ଅବସ୍ଥା ହେବ । ତେଣୁ ଅଭ୍ୟାସଗତ ଭାବେ ବିଜେପି ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ରାଜନୀତି କରେ । ଆଜି ସେହିପରି ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡେଲ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ କରିଛି ବିଜେପି । ପରଲୋକଗତ ଧର୍ମେନ୍ଦ୍ର ସାହୁଙ୍କ ପରିବାର ଲୋକଙ୍କ କଥା ଶୁଣି ଆନ୍ଦୋଳନ କରୁଛି ବିଜେପି । ତଥାପି ଆଶା ଅନୁସାରେ ବିଜେପିର ଏହି ସୋ'କୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଆନ୍ଦୋଳନ ଓ ବିକ୍ଷୋଭରେ ଲୋକ ସାମିଲ ହେଲେ ନାହିଁ । ଲୋକ ସମର୍ଥନ ନମିଳିବାରୁ କୁନିକୁନି ପିଲାଙ୍କୁ ବ୍ୟାପକ ସଂଖ୍ୟାରେ ଆଣି ରାଲିରେ ନିୟୋଜିତ କରିଛି । ଯାହା ଦ୍ବାରା ଶିଶୁ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବିଜେପି ।"

ଶିଶୁଙ୍କୁ ଦଳୀୟ ପତକା ଧରାଇ ରାଲିରେ ସାମିଲ କରାଇଛି ବିଜେପି । ଲୋକେ ବିଜେପି ସହିତ ନଥିବା ଆଜିର କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି । ଲୋକେ ବିଜେପି ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପିର ରାଜନୀତିକୁ ଲୋକେ ଗ୍ରହଣ କରିନାହାଁନ୍ତି । ଯାହା ଆଜିର ରାଲିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଟାର୍ଗେଟ କରିଛି ବିଜେଡି । ଗୋଟିଏ ପଟେ ଧାମନଗର ଉପନିର୍ବାଚନ ରଣାଙ୍ଗନରେ ପରିସ୍ଥିତି ବିଜେପିକୁ ଝଟକା ଦେଇଛି । ଏହି ରାଗ ଶୁଝାଇବାକୁ ଭୁବନେଶ୍ବରରେ ଗାଡି ଭାଙ୍ଗିବା, ଲୋକଙ୍କୁ ଖରାପ ବ୍ୟବହାର, ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଆକ୍ରମଣ କରିବା ଭଳି କାର୍ଯ୍ୟ କରିଛି ବିଜେପି । ରାଲିରେ ଶିଶୁ ଅଧିକାର କ୍ଷୁର୍ଣ୍ଣ ଅଭିଯୋଗରେ ବିଜେପି ବିରୋଧରେ ଓସିପିସିଆରଙ୍କ ନିକଟରେ ଫେରାଦ ହେବ ବିଜେଡି । ଏନେଇ ମାମଲା ରୁଜୁ କରିବ ବିଜେଡି । ବିଜେପି ରାଜନୀତି କରୁ କିନ୍ତୁ ଶିଶୁଙ୍କୁ ନେଇ ନକରୁ ବୋଲି ବିଜେଡି ପରାମର୍ଶ ଦେଇଛନ୍ତି ଲେନିନ ମହାନ୍ତି ।

ABOUT THE AUTHOR

...view details