ଓଡିଶା

odisha

ETV Bharat / state

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଭୟଭୀତ ଲୋକେ: ବିଜେପି - ବିଜେପି ମୁଖପାତ୍ର ସୋନାଲି ସାହୁ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ରାଜ୍ୟରେ ପୋଲିସ ଆଉ ଏଫ୍‌ଆଇଆର୍‌ ରଖୁନାହିଁ । ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ଅଧିକ ପଢ଼ନ୍ତୁ

BJP Press Meet
ବିଜେପି ସାମ୍ବାଦିକ ସମ୍ମିଳନୀ

By

Published : Feb 7, 2023, 5:08 PM IST

ବିଜେପି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କଲା ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ରାଜ୍ୟରେ ପୋଲିସ ଆଉ କୌଣସି ଏଫ୍‌ଆଇଆର୍‌ ରଖୁନାହିଁ । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ ଏଫ୍‌ଆଇଆର୍‌ ପୋଲିସ ଗ୍ରହଣ କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋନାଲି କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟବାସୀ ଭୟଭୀତ । ଏକଥା ବିଜେପି କହୁନି, ବରଂ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି କଣ ତାହା ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ ହିଁ କହି ସାରିଛନ୍ତି ଆଗରୁ । ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଭାବେ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ଯେ କୌଣସି ଲୋକ ନାଁରେ ଅଭିଯୋଗ ଆସିଲେ ବି ଏତଲା ରଖାଯାଉ । କାରଣ ରାଜ୍ୟରେ ପୋଲିସ ଆଉ କୌଣସି ଏଫଆଇଆର ରଖୁନାହିଁ । ଏଭଳି ଅଭିଯୋଗ ବହୁତ ଦେଖିବାକୁ ମିଳିଲାଣି । ହାଇକୋର୍ଟ ନିର୍ଦ୍ଦେଶ ଦେଲେ ପୋଲିସ ମାମଲା ରୁଜୁ କରୁଛି ।"

ମାହାଙ୍ଗା ଡବଲ ମର୍ଡର ଘଟଣା, ଆନନ୍ଦ ଟପ୍ପୋ ଘଟଣା, ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଘଟଣା ଓ ଆନନ୍ଦପୁର ବିଧାୟକଙ୍କ ଘଟଣାକୁ ନେଇ ବିଜେପିର ଅଭିଯୋଗ ଓଡିଶା ପୋଲିସର ବିଜେଡି କରଣ ହୋଇଛି । ବିଜେଡି ନେତାଙ୍କ ନାଁ ରେ ଆସୁଥିବା ଅଭିଯୋଗକୁ ପୋଲିସ ରଖୁନାହିଁ, ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ । ସେ କହିଛନ୍ତି, "କେନ୍ଦୁଝର ଜିଲ୍ଲାର ଜିଲ୍ଲାପରିଷଦ ସଭ୍ଯାଙ୍କୁ ବିଧାୟକ ଭାଗିରଥି ସେଠୀ ଅଶାଳୀନ ମନ୍ତବ୍ୟ ଦେବା ସହ ଏବଂ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଜଣେ ଜନ ପ୍ରତିନିଧିଙ୍କୁ ସମୀକ୍ଷା ବୈଠକରେ ବାହାର କରିଦିଆଗଲା । ଏହି ଘଟଣାରେ ପୋଲିସ ଏଫ୍‌ଆଇଆର୍‌ ରଖିଲା ନାହିଁ । କାରଣ ବିଧାୟକ ହେଉଛନ୍ତି ଶାସକ ଦଳର ।" ତାହେଲେ ରାଜ୍ୟରେ କେମିତି ଶାସନ ଚାଲିଛି ଜଣାପଡ଼ୁଛି ବୋଲି କହିଛନ୍ତି ସୋନାଲି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details