ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର କିମ୍ବା ସରପଞ୍ଚ ଜିତିକି ଆସନ୍ତୁ 5T ସଚିବ: ବିଜେପି

5T ସଚିବ ଯେ କେବଳ ବିଭିନ୍ନ ଜିଲ୍ଲା ଗସ୍ତ କରି ସରକାରୀ ଯୋଜନା ଘୋଷଣା କରୁଛନ୍ତି, ତାହା ନୁହେଁ । ଏବେ ଯୁବ ବିଜେଡିର କାର୍ଯ୍ୟକାରିଣୀରେ 5T ସଚିବ ଭିକେ ପାଣ୍ଡିଆନ ଯୋଗଦେଇ ଉଦ୍‌ବୋଧନ ମଧ୍ୟ ଦେଇଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ଯୁବ ବିଜେଡି କାର୍ଯ୍ୟକାରିଣୀରେ 5T ସଚିବ !
ଯୁବ ବିଜେଡି କାର୍ଯ୍ୟକାରିଣୀରେ 5T ସଚିବ !

By

Published : Jul 8, 2023, 10:48 PM IST

ଯୁବ ବିଜେଡି କାର୍ଯ୍ୟକାରିଣୀରେ 5T ସଚିବ !

ଭୁବନେଶ୍ବର: ପୁଣି 5T ସଚିବଙ୍କୁ ଟାର୍ଗଟେ କଲା ବିଜେପି । ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ ଆଜି ଅଭିଯୋଗ ଆଣିଛନ୍ତି ଯେ, ଶାସକ ଦଳର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ସେ ନିଜର ସାମ୍ବିଧାନିକ ଦାୟିତ୍ଵ, ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଅନେକ ଅଭିଯୋଗ ପୂର୍ବରୁ ମଧ୍ୟ ଆସିଛି । ତେବେ ନିକଟରେ ଶଙ୍ଖ ଭବନରେ ଆୟୋଜିତ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ 5T ସଚିବ କିପରି ଯୋଗ ଦେଲେ ଓ କଣ ଉଦ୍‌ବୋଧନ ଦେଲେ ଏହାର ତଦନ୍ତ କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଅନୀଲ ବିଶ୍ବାଳ ।

ଯୁବ ବିଜେଡି କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ ଯୋଗଦେଇ ଉଦ୍‌ବୋଧନ ଦେଇଥିବା ଅଭିଯୋଗ ଆଣିଲା ବିଜେପି । ଏନେଇ ବିଜେଡି ଯୁବମୋର୍ଚ୍ଚା ପକ୍ଷରୁ ସୋସିଆଲ ମିଡିଆରେ ଛଡ଼ା ଯାଇଥିବା ଫଟୋ ଦେଖାଇ ଟାର୍ଗେଟ୍‌ କଲା ଦଳ । 5T ମାନେ କଣ ବିଜେଡି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । କାହିଁକି ଜଣେ ସରକାରୀ ଅଧିକାରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ, ତାର ଉତ୍ତର ସରକାର ରଖିବାକୁ ଦଳ ଦାବି କରିଛି । 5T ସଚିବ ସେଠାରେ ଯୋଗ ଦେଇ ବିଜେଡିକୁ ଭୋଟ ଦେଇ ଆଉ ଥରେ ସରକାର ଗଠନ ପାଇଁ ନେତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିବା ବିଜେପିର ଅଭିଯୋଗ । ଅନୀଲ କହିଛନ୍ତି, "ଯଦି ସଚିବଙ୍କର ରାଜନୀତି କରିବାର ଇଚ୍ଛା ଅଛି, ତାହେଲେ ଚାକିରୀ ଛାଡ଼ି ରାଜନୀତିକୁ ଆସନ୍ତୁ । ଆମେ ଆଗରୁ ମଧ୍ୟ କହିଥିଲୁ । ପଞ୍ଚାୟତ ଉପନିର୍ବାଚନ ପାଇଁ ଏବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ନିର୍ବାଚନରେ ୱାର୍ଡମେମ୍ବର କିମ୍ବା ସରପଞ୍ଚ ଜିତିକି ଆସନ୍ତୁ 5T ସିଚବ ।"

ଏହା ମଧ୍ୟ ପଢ଼ନ୍ତୁ...ଯୁବକ ଓ ଛାତ୍ରମାନଙ୍କ ସମସ୍ୟା ଉଠାଇବା ପାଇଁ ଡରୁଛି ବିଜେଡି ଯୁବମୋର୍ଚ୍ଚା: ଈରାଶିଷ

ପ୍ରକାଶ ଥାଉ କି, ନିକଟରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିସି ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ମଧ୍ୟ ଭିସି ଜରିଆରେ କର୍ମୀ ମାନଙ୍କୁ ଭାଷଣ ଦେଇଥିଲେ ବୋଲି ଅଭିଯୋଗ କରି ବିଜେପି ପ୍ରଶ୍ନ ଉଠାଇଛି । ଆଗକୁ ରହିଛି ସାଧାରଣ ନିର୍ବାଚନ । ୨୦୨୪ ନିର୍ବାଚନରେ ଯୁବ ବିଜେଡି ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ । ୧୪୭ ଆସନରେ କେମିତି ବିଜେଡି ଜିତିବ, ତାହା ଉପରେ କାର୍ଯ୍ୟ କରିବା ପାଇଁ ବିଜୁ ଯୁବ ଜନତା ଦଳକୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details