ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି - ପ୍ରଧାନମନ୍ତ୍ରୀ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ହଡପ କରୁଥିବା ପ୍ରତିବାଦରେ ଶୁକ୍ରବାର ସାରା ରାଜ୍ୟର ୩୧୪ଟି ବ୍ଲକ ଏବଂ ପୌରପାଳିକା ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିକ୍ଷୋଭ ପ୍ରଦର୍ଶନ କରିଛି ବିରୋଧି ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 27, 2019, 6:59 PM IST

ଭୁବନେଶ୍ବର: ବିରୋଧି ଦଳ ଦେଇଛି ହୁଙ୍କାର । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ହଡପ କରୁଥିବା ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି। ଏନେଇ ଭୁବନେଶ୍ବର ମହାନଗର ନିଗମ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଏମସି ଅତିରିକ୍ତ କମିଶନରଙ୍କୁ ଦାବିପତ୍ର ଦେଇଛି ବିଜେପି । ସୂଚନାଥାଉକି, ଶୁକ୍ରବାର ସାରା ରାଜ୍ୟର ୩୧୪ଟି ବ୍ଲକ ଏବଂ ପୌରପାଳିକା ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଭିନ୍ନ ଜନହିତକର କାର୍ଯ୍ୟ ନେଇ ମୋଦି ସରକାର କେନ୍ଦ୍ରୀୟ ଯୋଜନା ଅନ୍ତର୍ଭୁକ୍ତ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି । ହେଲେ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ବଜେଟରେ ଏନେଇ କୌଣସି ଆର୍ଥିକ ପ୍ରବଧାନ ନକରି, ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ନିଜ ନାଁରେ ପ୍ରଚାରକରି ଲୋକମାନଙ୍କୁ ଭ୍ରମିତ କରୁଥିବା ବିଜେପି ଅଭିଯୋଗ କରିଛି ।


କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ପ୍ରତ୍ୟେକ ଗରିବଙ୍କ ମୁଣ୍ଡକୁ ଛାତ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ନିଜ ନାମରେ ହିତାଧିକାରୀଙ୍କୁ ବାଣ୍ଟି ବାଃବାଃ ନେଉଛନ୍ତି। ତେଣୁ ତାର ପ୍ରଗତି ହେଉନଥିବା କହିଛି ବିଜେପି ।

ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପରିବର୍ତ୍ତନ କରି ତାର ମାନଦଣ୍ଡ ବଦଳେଇ ଦଳୀୟ ଆଧାରରେ ଘର ବାଣ୍ଟୁଛନ୍ତି। ତେଣୁ ଜନସଚେତନତା କରେଇବା ପାଇଁ ଆଜି ବିଜେପି ରାଜରାସ୍ତାକୁ ଓହ୍ଲାଇଛି । ଅଧିକାରୀ ମାନଙ୍କୁ ଅବଗତ କରାଯାଉଛି ସେ ଯେଭଳି ଏକ ନିର୍ଦ୍ଧିଷ୍ଟ ଗାଇଡଲାଇନ ଦ୍ବାରା କାମ କରନ୍ତୁ।

ସୂଚନାଥାଉକି ଓଡିଶାରେ ୨୦ ଲକ୍ଷ ୯୧ହଜାର ଘର ବଣ୍ଟାଯାଇଥିବା ବେଳେ ସେଥିରୁ ୩ ଲକ୍ଷ ୭୦ହଜାର ଥିଲା ବିଜୁ ପକ୍କା ଘର ଅବଶିଷ୍ଟ ୧୭ ଲକ୍ଷ ୨୧ହଜାର ଘର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଘର । କିନ୍ତୁ ରାଜ୍ୟ ସରକାର ନାମ ପରିବର୍ତ୍ତନ କରି ବିଜୁ ପକ୍କା ଘର ଏବଂ ମୋ ଆବାସ ଯୋଜନା ବୋଲି ପ୍ରଚାର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।


ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ

ABOUT THE AUTHOR

...view details