ଭୁବନେଶ୍ବର:ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗ ନେଇ ଓବିସି କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । କମିଶନଙ୍କୁ ଭେଟି ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ କରିବାକୁ ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଛି । ଏହାସହ ଆଉ 39ଟି ଜାତି ବା ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ମଧ୍ୟ ଦାବି କରିଛି ବିଜେପି ପ୍ରତିନିଧି ଦଳ । ଏନେଇ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ଵାଳଙ୍କ ନେତୃତ୍ଵରେ ଏକ ଟିମ୍ ରାଜ୍ୟ ଓବିସି ମୋର୍ଚ୍ଚା କମିଶନଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି ।
ତେବେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗ ନେଇ ଓବିସି କମିଶନଙ୍କୁ ଭେଟି ଓବିସି ସର୍ଭେ ରିପୋର୍ଟ ସାର୍ବଜନୀନ କରିବାକୁ ପ୍ରତିନିଧି ଦଳ ଦାବି କରିଛି । ଏହାସହ ଆଉ 39ଟି ଜାତି ବା ବର୍ଗଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ମଧ୍ୟ ଦାବି ଉଠାଯାଇଛି । ଏନେଇ ବିଜେପି ଓବିସି ମୋର୍ଚ୍ଚା ସଭାପତି କହିଛନ୍ତି,"ଓବିସିଙ୍କୁ ସଂରକ୍ଷଣ ଦେବାରେ ଓଡ଼ିଶା ପଛରେ ରହିଛି । ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବି ସଂରକ୍ଷଣରୁ ବଞ୍ଚିତ ହୋଇଛନ୍ତି ଓବିସି ବର୍ଗ । ସରକାର ମେ' ମାସରେ ମାସେ ଧରି ଓବିସି ସର୍ଭେ କଲେ । ହେଲେ ଅଗଷ୍ଟ ମାସ ସୁଦ୍ଧା ବି ସର୍ଭେ ରିପୋର୍ଟ ସାର୍ବଜନୀନ ହେଲା ନାହିଁ ।" ତେଣୁ "ସର୍ଭେ ରିପୋର୍ଟ କୁଆଡ଼େ ଗଲା ? 54 ପ୍ରତିଶତ ଓବିସି ବର୍ଗ କେବେ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ପାଇବେ ?" ବୋଲି କମିଶନଙ୍କ ନିକଟରେ ପ୍ରଶ୍ନ କରିଛି ବିଜେପି ।
ଏହା ମଧ୍ୟ ପଢନ୍ତୁ...ନାମଲେଖାରେ ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ: ବିଜେପି ଓବିସି ମୋର୍ଚ୍ଚା