ଓଡିଶା

odisha

ETV Bharat / state

ପଦାରେ ପଡିଲା ବିଜେଡିର ଦଳୀୟ କନ୍ଦଳ, ବିଧାୟକ ଅରବିନ୍ଦ ଢାଲିଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ବିଧାୟକ ଅରବିନ୍ଦ ଢାଲିଙ୍କ କୁଶପୁତଳିକା ଦାହ କଲେ ଦଳୀୟ କର୍ମୀ । କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯିବା ସମୟରେ ବିଧାୟକଙ୍କୁ ବିରୋଧ । ଅଧିକ ପଢନ୍ତୁ

By

Published : May 28, 2023, 3:30 PM IST

bjd workers oppesed mla arabinda dhali
bjd workers oppesed mla arabinda dhali

ପଦାରେ ପଡିଲା ବିଜେଡିର ଦଳୀୟ କନ୍ଦଳ

ନିଆଳି:ପଦରା ପଡିଲା ବିଜେଡିର ଦଳୀୟ କନ୍ଦଳ । ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ବିରୋଧ କଲେ ଦଳୀୟ କର୍ମୀ । ଖୋର୍ଦ୍ଧା ଜିଲ୍ଲାର ନରିଶୋ ପଞ୍ଚାୟତ ନିକଟରେ ବିଧାୟକ ଅରବିନ୍ଦ ଢାଲିଙ୍କୁ ବିଜେଡିର ଏକ ଗୋଷ୍ଠୀ କଳାପତାକା ପ୍ରଦର୍ଶନ କରି କୁଶପୁତ୍ତଳିକା ଦାହ କରିବା ସହ ରାସ୍ତାରେ ନିଆଁ ଜାଳି ପ୍ରତିବାଦ କରିଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯିବା ସମୟରେ ବିଧାୟକକଙ୍କୁ ବିରୋଧ କରିଥିଲେ ଦଳୀୟ କର୍ମୀ ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବାଲିପାଟଣା ବ୍ଲକ ନରିଶୋ ପଞ୍ଚାୟତରେ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‌ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ ପାଇଁ ବିଧାୟକ ଅରବିନ୍ଦ ଢାଲିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଗତକାଲି ଅପରାହ୍ନରେ ସେ ନରିଶୋ ପହଞ୍ଚିବା ବେଳକୁ ବିଜେଡି ଦଳର ଜିଲ୍ଲା ପରିଷଦ ପବିତ୍ର ମୋହନ ପଟେଲ ଏବଂ କର୍ମୀ ସମର୍ଥକମାନେ ବିଧାୟକଙ୍କୁ ବିରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-୯ ବର୍ଷର କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିଲେ AICC ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ

ବିଧାୟକଙ୍କ ବିରୋଧରେ ନାରାବାଜି ଦେଇ କଳା ପତାକା ପ୍ରଦର୍ଶନ କରିଥିଲେ ।‌ ବିଧାୟକ ଗାଡ଼ି ସମ୍ମୁଖକୁ ବିରୋଧୀମାନେ ଆସିଯିବାରୁ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପୋଲିସ ସୁରକ୍ଷିତ ଭାବେ ବିଧାୟକଙ୍କୁ ସଭା ସ୍ଥଳକୁ ନେଇ ଯାଇଥିଲା ।‌ ନରିଶୋ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ଭାଷଣ ଦେଉଥିବା ସମୟରେ ବାହାରେ ବିଜେଡିର ବିରୋଧୀ ଗୋଷ୍ଠୀ ବିଧାୟକଙ୍କ କୁଶପୁତ୍ତଳିକା ଦାହକରି ନାରାବାଜି କରିଥିଲେ ।‌

ଏହା ମଧ୍ୟ ପଢନ୍ତୁ-ପ୍ରଥମ ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗଦେବେ ସର୍ବକନିଷ୍ଠ ପୂର୍ବତନ ସରପଞ୍ଚ ଆରତୀ ଦେବୀ

ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ବିଧାୟକ ଶିଶୁ ଅନନ୍ତ ମଠକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ସମୟରେ ବାଲିପାଟଣା ଛକରେ ବିଜେଡି ଦଳର ଏକ ଗୋଷ୍ଠୀ ତାଙ୍କ ଗାଡ଼ିକୁ ଏକାଧିକ ଥର ଅଣ୍ତାମାଡ଼ କରିଥିଲେ । ପୂର୍ବତନ ବିଧାୟକ ରାଘବ ସେଠି ଓ ଶଶୀଭୂଷଣ ବେହେରା ବିଧାୟକ ଥିବା ସମୟରେ ମଧ୍ୟ ବିଜେଡି ଦଳ ପକ୍ଷରୁ ବିରୋଧ ଓ କଳା ପତାକା ପ୍ରଦର୍ଶନ ନଜିର ରହିଛି । ଏସବୁ ସତ୍ତ୍ୱେ ବି ବିଜେଡି ଏହି ଆସନରୁ ଲଗାତାର ଭାବରେ ବିଜୟୀ ହୋଇ ଆସୁଛି । ତେବେ କେଉଁ କାରଣରୁ ବିଧାୟକଙ୍କୁ ଦଳୀୟ କର୍ମୀମାନେ ବିରୋଧ କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details