ରାଉରକେଲା: ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି । ୬୦ ହଜାର ଦୀପ ଜାଳି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜୁ ଯୁବ ଏବଂ ଛାତ୍ର ଜନତା ଦଳର କର୍ମକର୍ତ୍ତା । ଆଜି ରାଉରକେଲା ଠାରେ ବିଜୁ ବାବୁଙ୍କ ମହାପ୍ରାୟଣ ଦିବସ ପାଳନ କରାଯାଇଛି । ପ୍ରଥମ ଥର ପାଇଁ ୬୦ ହଜାର ଦୀପରେ ତିଆରି ହୋଇଛି ବିଜୁ ବାବୁଙ୍କ ଚିତ୍ର । ଏଭଳି ୬୦ ହଜାର ଦୀପରେ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ରାଉରକେଲା ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ । ତେବେ ଏହି ୬୦ ହଜାର ଦୀପରେ ବିଜୁ ବାବୁଙ୍କ ଚିତ୍ର ତିଆରି କରିବା ପାଇଁ ପ୍ରାୟ ଦୁଇ ଦିନ ଧରି ଲାଗିଥିଲେ ସମସ୍ତ ବିଜେଡି କର୍ମୀ ।
ଏହା ମଧ୍ୟ ପଢ଼ନ୍ତୁ...ମନେ ପଡନ୍ତି ପ୍ରବାଦ ପୁରୁଷ, ଝୁରୁଛନ୍ତି ରାଜ୍ୟବସୀ
ରାଉରକେଲା ସହରର ଛେଣ୍ଡ କଲୋନୀରେ ସେଣ୍ଟ୍ରାଲ ପାର୍କ ନିକଟରେ ପ୍ରସ୍ତୁତ କରିଥିଲେ ବିଜୁ ବାବୁଙ୍କ ଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାଉରକେଲାସ୍ଥିତ ବେଦବ୍ୟାସ ତ୍ରିବେଣୀ ସଙ୍ଗମ ନଦୀ ପୀଠରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ବିଜୁ ବାବୁଙ୍କ ତିଳତର୍ପଣ ତଥା ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଉରକେଲା ବିଜୁଜନତା ଦଳର କର୍ମକର୍ତ୍ତା ଏବଂ ବେଦବ୍ୟାସ ଗୁରୁକୁଳର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଛେଣ୍ଡ କଲୋନୀରେ ଏହି ବରପୁତ୍ରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି ।