ଓଡିଶା

odisha

ରଣକ୍ଷେତ୍ର ପାଲଟିଲା ବିଜେଡି କାର୍ଯ୍ୟାଳୟ, ପ୍ରାର୍ଥୀ ଚୟନକୁ ନେଇ କର୍ମୀଙ୍କ ମଧ୍ୟରେ ମାରପିଟ

By

Published : Mar 6, 2022, 9:26 AM IST

ଖୋର୍ଦ୍ଧା ବିଜେଡି କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ପୌର ପରିଷଦ ପ୍ରାର୍ଥୀ ଚୟନ ନେଇ ଆରମ୍ଭ ହେଲା ବିଜେଡି କର୍ମୀଙ୍କ ମଧ୍ୟରେ ମାରପିଟ । ଅଧିକ ପଢନ୍ତୁ

ଯୁଦ୍ଧ କ୍ଷେତ୍ର ପାଲଟିଲା ବିଜେଡି କାର୍ଯ୍ୟାଳୟ :ପ୍ରାର୍ଥୀ ଚୟନକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ମାରପିଟ
ଯୁଦ୍ଧ କ୍ଷେତ୍ର ପାଲଟିଲା ବିଜେଡି କାର୍ଯ୍ୟାଳୟ :ପ୍ରାର୍ଥୀ ଚୟନକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ମାରପିଟ

ଖୋର୍ଦ୍ଧା: ପଦାରେ ପଡିଲା ଦଳୀୟ କନ୍ଦଳ, ବିଜେଡି କାର୍ଯ୍ୟାଳୟ ପାଲଟିଲା ଯୁଦ୍ଧକ୍ଷେତ୍ର । ପୌର ପରିଷଦ ପ୍ରାର୍ଥୀ ଚୟନ ନେଇ ଆରମ୍ଭ ହେଲା ବିଜେଡି କର୍ମୀଙ୍କ ମଧ୍ୟରେ ମାରପିଟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ବିଜେଡି କାର୍ଯ୍ୟାଳୟରେ । ଗତକାଲି ବିଜୁ ବାବୁଙ୍କ ଜୟନ୍ତୀ ସମାରୋହ ଚାଲିଥିବା ବେଳେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପୌର ପରିଷଦ ନିର୍ବାଚନ ପାଇଁ ଅଧ୍ୟକ୍ଷାଙ୍କ ନାମ ଘୋଷଣା କରିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଖୋଲାଖୋଲି ବିଦ୍ରୋହ ।

ଯୁଦ୍ଧ କ୍ଷେତ୍ର ପାଲଟିଲା ବିଜେଡି କାର୍ଯ୍ୟାଳୟ :ପ୍ରାର୍ଥୀ ଚୟନକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ମାରପିଟ

ଖୋର୍ଦ୍ଧା ବିଧାୟକଙ୍କୁ ପ୍ରାର୍ଥୀ ଚୟନ ନେଇ ପ୍ରଥମେ ବିରୋଧ କରିଥିଲେ ଆଶାୟୀ ପାର୍ଥୀନୀ । ପରିସ୍ଥିତି ଏପରି ହୋଇଥିଲା ଯେ ବିଜେଡି କାର୍ଯ୍ୟାଳୟ କିଛି ସମୟ ପାଇଁ ପାଲଟିଥିଲା ଯୁଦ୍ଧକ୍ଷେତ୍ର । କର୍ମୀଙ୍କ ମଧ୍ୟରେ ମାରପିଟ ହୋଇଥିବା ଦେଖାଦେଇଥିଲା । ପୌର ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଭିତରେ ଏଭଳି ଗୋଷ୍ଠୀ କନ୍ଦଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details