ଭୁବନେଶ୍ବର: ସରିଲା ପଦ୍ମପୁର ଉପନିର୍ବାଚନ । ୮୧.୨୯% ମତଦାନ ହୋଇଥିବା ନେଇ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ସୂଚନା ମିଳିଛି । ସମୁଦାୟ ୨ ଲକ୍ଷ ୯ ହଜାର ୩୦୯ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ଆସନ୍ତା 8 ତାରିଖରେ ଫଳାଫଳ ଘୋଷଣା ହେବ । ତେବେ କିଏ ହାତେଇବ ପଦ୍ମପୁର ସେନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି ।
ପଦ୍ମପୁର ହାତେଇବ ବିଜେଡି: ଦେବୀପ୍ରସାଦ ମିଶ୍ର
ଆସନ୍ତା 8 ତାରିଖରେ ପଦ୍ମପୁର ଉପନିର୍ବାଚନ ଫଳାଫଳ ଜଣାପଡ଼ିବ। ପଦ୍ମପୁର ହାତେଇବା ନେଇ ଏବେଠୁ ଅଙ୍କ କଷା ଆରମ୍ଭ ହୋଇଯାଇଛି । ଅଧିକ ପଢ଼ନ୍ତୁ
ବିଜେଡି, ବିଜେପି ଏବଂ କଂଗ୍ରେସ ଭିତରେ ଏବେ ଆଲୋଚନା ଜୋରଦାର ହେଉଛି । ଉଭୟ ବିଜେଡି, ବିଜେପି ଦାବି କରୁଛନ୍ତି ଆମେ ଜିତିବୁ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଯୋଗୁଁ ଶାସକ ଦଳ ଜିତିବ ବୋଲି ଦାବି କରିଛି । ଏନେଇ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, " ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ହେବ । 2019ରେ ବିଜେଡିର ବିଜୟ ମାର୍ଜିନ 5 ହଜାରରୁ ଅଧିକ ଥିଲା । ଏଥର ତାହା ବହୁ ଗୁଣିତ ହେବ । ଆମେ ମାର୍ଜିନାଲି ଆଗରେ ଥିଲୁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେଡିର ବିଜୟ ସୁନିଶ୍ଚିତ ହେବା ସହ ଭୋଟ ହାର ବଢିବ । "
ଇଟିଭି ଭାରତ, ଭୁବନେଶ୍ବର