ଓଡିଶା

odisha

ETV Bharat / state

Elections2024: ବିଜେଡି ଖେଳିବ ମହିଳା କାର୍ଡ ! ବିରୋଧୀ କହିଲେ କିଛି କାମ ଦେବନାହିଁ - ବିଜୁ ଜନତା ଦଳ

ମହିଳା ସଂରକ୍ଷଣ ଆଇନ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଛି । ଏହି ଆଇନ ଆଗାମୀ ନିର୍ବାଚନରେ କାର୍ଯ୍ୟକାରୀ ହେବ ନାହିଁ । ତଥାପି ବିଜେଡି ଦଳୀୟ ଭିତ୍ତିରେ 33 ପ୍ରତିଶତରୁ ଅଧିକ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ହେଉଛି । ଦଳ ମହିଳା କାର୍ଡ ଖେଳି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଛି । ଯେଉଁସବୁ ନିର୍ବାଚନ ମଣ୍ଡଳୀରେ ପୁରୁଷ ପ୍ରାର୍ଥୀ ଜିତିବାର ଆଶା କମ ଅଛି କିମ୍ବା ବିଜେଡି ସେହି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଚାହୁଁ ନାହିଁ ସେହି ସ୍ଥାନରେ ମହିଳା କାର୍ଡ ଖେଳିପାରେ ବିଜେଡି । ଅଧିକ ପଢନ୍ତୁ

Elections2024: ବିଜେଡି ଖେଳିବ ମହିଳା କାର୍ଡ ! ବିରୋଧୀ  କହିଲେ କିଛି କାମ ଦେବନାହିଁ
Elections2024: ବିଜେଡି ଖେଳିବ ମହିଳା କାର୍ଡ ! ବିରୋଧୀ କହିଲେ କିଛି କାମ ଦେବନାହିଁ

By ETV Bharat Odisha Team

Published : Oct 11, 2023, 8:35 PM IST

Elections2024: ବିଜେଡି ଖେଳିବ ମହିଳା କାର୍ଡ ! ବିରୋଧୀ କହିଲେ କିଛି କାମ ଦେବନାହିଁ

ଭୁବନେଶ୍ବର: ଆଗାମୀ 2024 ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିଛି ବିଜେଡି । ନିର୍ବାଚନକୁ ଏକ ତରଫା କରିବା ପାଇଁ ଦଳ ସଂଗଠନକୁ ଶକ୍ତିଶାଳୀ କରୁଛି । ଭୋଟ ବ୍ୟାଙ୍କକୁ ସୃଦୃଢ କରିବା ପାଇଁ ଦଳ ମହିଳା, ଛାତ୍ର, କୃଷକ, ଶ୍ରମିକ, ବ୍ୟବସାୟୀ, ପରିବହନ, ଭଳି ସବୁ କ୍ଷେତ୍ରର ଲୋକଙ୍କୁ ଖୁସି କରିବା ପାଇଁ ଯୋଜନା ପରେ ଯୋଜନା ଘୋଷଣା କରୁଛି । ନବୀନଙ୍କ ଭାବମୂର୍ତ୍ତୀ ସହ ସୁଦୃଢ ଭୋଟ ବ୍ୟାଙ୍କକୁ ଧରି ଦଳ ନିର୍ବାଚନକୁ ଓହ୍ଲାଇବାକୁ ରଣନୀତି କରୁଛି । ଏହାସତ୍ତ୍ବେ ଦଳ ମହିଳା କାର୍ଡ ଖେଳିବାକୁ ରଚୁଛି ରଚନା । ନିର୍ବାଚନରେ ଦଳ 33 ପ୍ରତିଶତରୁ ଅଧିକ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଏନେଇ ବିଜେଡି କୌଣସି ମନ୍ତବ୍ୟ ଦେଉନଥିବା ବେଳେ, କଗ୍ରେସ କହିଛି କୌଣସି କାର୍ଡ ଏଥର କାମ ଦେବ ନାହିଁ କଂଗ୍ରେସ ସରକାର କରିବ । ବିଜେପି କହିଛି ସିଏଜି ପର୍ଦ୍ଦାଫାସ କରିଥିବା ଦୁର୍ନୀତିର ଆଗ ସାମନା କରୁ ବିଜେଡି ।

ଏହାବି ପଢନ୍ତୁ- Parliament Special Session: ମହିଳା ସଂରକ୍ଷଣ ବିଲ ନେଇ ବଢିଲା ଆଶା, ଦାବି କରିଥିଲା ବିଜେଡି

ମହିଳା ସଂରକ୍ଷଣ ଆଇନ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନରେ ପରିଣତ ହୋଇଛି । ଏହି ଆଇନ ଆଗାମୀ ନିର୍ବାଚନରେ କାର୍ଯ୍ୟକାରୀ ହେବ ନାହିଁ । ତଥାପି ବିଜେଡି ଦଳୀୟ ଭିତ୍ତିରେ 33 ପ୍ରତିଶତରୁ ଅଧିକ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ହେଉଛି । ଦଳ ମହିଳା କାର୍ଡ ଖେଳି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଛି । ଯେଉଁସବୁ ନିର୍ବାଚନ ମଣ୍ଡଳୀରେ ପୁରୁଷ ପ୍ରାର୍ଥୀ ଜିତିବାର ଆଶା କମ ଅଛି କିମ୍ବା ବିଜେଡି ସେହି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଚାହୁଁ ନାହିଁ ସେହି ସ୍ଥାନରେ ମହିଳା କାର୍ଡ ଖେଳିପାରେ ବିଜେଡି । ରାଜନେତାଙ୍କ ପତ୍ନୀ କିମ୍ବା ଝିଅକୁ ଛିଡା କରି ମହିଳା ସଶକ୍ତିକରଣ ନାରାକୁ ଅସ୍ତ୍ର ଭାବେ ବ୍ୟବହାର କରିପାରେ ବିଜେଡି ।

ଏନେଇ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, ନବୀନଙ୍କ ଲୋକପ୍ରିୟତା କେଉଁଠି ନା କେଉଁଠି ସାମାନ୍ୟ କମିଛି । ଦଳର ସଂଗଠନ ମଜବୁତ ଅଛି ସତ । କିନ୍ତୁ ନିର୍ବାଚନ ଜିତିବା ପାଇଁ କିଛି କାର୍ଡ ଖେଳିବ ବିଜେଡି । ମହିଳା କାର୍ଡ ଖେଲି ବିଜୟ ସୁନିଶ୍ଚିତ କରିବାକୁ ଚାହିଁବ ଦଳ । ଦଳୀୟ ଛବି ତଥା ସରକାରର ଛବିକୁ ସୁଧାରିବା ପାଇଁ ବିଜ୍ଞାପନରେ ଜୋରଦାର ପ୍ରଚାର ଚାଲିଛି । ବିକାଶ ମୂଳକ ଯୋଜନା ନୀଇତି ଘୋଷଣା ଚାଲିଛି । ତେବେ 2024 ନିର୍ବାଚନରେ 50 ପ୍ରତିଶତ ନହେଲେ ବି 25ରୁ 30 ପ୍ରତିଶତ ମହିଳାଙ୍କୁ ବିଧାନସଭାରେ ପ୍ରାର୍ଥୀ କରିପାରେ ବିଜେଡି । ଗତ ନିର୍ବାଚନରେ ଲୋକସଭାରେ ଏକ ତୃତୀୟାଂଶ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ଏଥର ମଧ୍ୟ ସମାନ ନୀତି ଦୋହରାଇବ ।

ଏହାବି ପଢନ୍ତୁ- ଧାମନଗରରେ ବିଜେଡି ଅଙ୍କ ଫେଲ, କାର୍ପଟଦାରଙ୍କ ନେତୃତ୍ୱକୁ ନେଇ ଚର୍ଚ୍ଚା

ସେପଟେ କଂଗ୍ରେସ କହିଛି, ବିଜେଡି ମହିଳା କାର୍ଡ ଖେଳିଲେ ବି କୌଣସି ପ୍ରଭାବ ପଡିବ ନାହିଁ । 24ବର୍ଷର ଶାସନରେ ଓଡିଶାକୁ କେଉଁ ସ୍ଥିତିକୁ ନେଇଛନ୍ତି ନବୀନ ସରକାର ତାହା ଲୋକେ ବୁଝିଗଲେଣି । ଦୁର୍ନୀତି, ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ ସରକାରକୁ ଲୋକେ ହଟାଇ ଦେବେ । କଂଗ୍ରେସର 9ରୁ 90 ମିଶନରେ ସଫଳ ହେବ । ମହିଳା କାର୍ଡ ଖେଳିଲେ ବି ଲୋକେ ମହିଳାମାନଙ୍କୁ ପ୍ରତ୍ୟାଖାନ କରିବେ । ନବୀନ ସରକାରକୁ ପ୍ରତ୍ୟାଖାନ କରିବେ । ମହିଳା କାର୍ଡର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡିବା ପରି ଦେଖାଯାଉନାହିଁ । କଂଗ୍ରେସ ଲୋକାଭିମୁଖୀ ହୋଇଛି । ଲୋକଙ୍କ ପାଖରେ ପହଞ୍ଚିଛି । ନବୀନ ସରକାରକୁ ହଟାଇ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଲୋକେ ଚାହିଁ ବସିଛନ୍ତି ବୋଲି ପିସିସି ସଭାପତି କହିଛନ୍ତି ।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ବିଜେଡି ମହିଳା କାର୍ଡ ଖେଳିଲେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ସିଏଜି ଆଣିଥିବା ଦୁର୍ନୀତିକୁ ଆଗ ବିଜେଡି ସମ୍ଭାଳୁ । ଲୋକଙ୍କ ପାଖରେ ଏହି ଦୁର୍ନୀତିର ଉତ୍ତର ରଖୁ । ଆମେ ଲୋକଙ୍କ ପାଖକୁ ସିଏଜି ଆଣିଥିବା ଦୁର୍ନୀତି ନେଇ ଯିବୁ । ବିଜେଡି ଆଗ ଏହି ଦୁର୍ନୀତିକୁ ସମ୍ଭାଳୁ ତା ପରେ ମହିଳା କାର୍ଡ ଖେଳି ରାଜନୀତି କରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details