ଓଡିଶା

odisha

ETV Bharat / state

୨୭ତମ ଜନ୍ମଦିନ ପାଳିବ ବିଜେଡି; ବରମୁଣ୍ଡା ପଡିଆରୁ ନିର୍ବାଚନୀ ବିଗୁଲ ଫୁଙ୍କିବେ ନବୀନ - ପ୍ରତିଷ୍ଠା ଦିବସ ଦିବସରୁ ନିର୍ବାଚନ ବିଗୁଲ

Bjd Celebrate Foundation Day: ଆସନ୍ତା ୨୬ ତାରିଖରେ ବିଜେଡି ପାଳିବାକୁ ଯାଉଛି ୨୭ ତମ ଜନ୍ମଦିବସ । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜନ ହେବ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟରୁ ପଞ୍ଚାୟତ ସ୍ତରୀୟ ପର୍ଯ୍ୟନ୍ତ କର୍ମକର୍ତ୍ତା । ବୈଠକରେ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

୨୭ ତମ ଜନ୍ମଦିନ ପାଳିବ ବିଜେଡି; ବରମୁଣ୍ଡା ପଡିଆରୁ ନିର୍ବାଚନୀ ବିଗୁଲ ଫୁଙ୍କିବେ ନବୀନ
୨୭ ତମ ଜନ୍ମଦିନ ପାଳିବ ବିଜେଡି; ବରମୁଣ୍ଡା ପଡିଆରୁ ନିର୍ବାଚନୀ ବିଗୁଲ ଫୁଙ୍କିବେ ନବୀନ

By ETV Bharat Odisha Team

Published : Dec 8, 2023, 6:53 PM IST

୨୭ ତମ ଜନ୍ମଦିନ ପାଳିବ ବିଜେଡି; ବରମୁଣ୍ଡା ପଡିଆରୁ ନିର୍ବାଚନୀ ବିଗୁଲ ଫୁଙ୍କିବେ ନବୀନ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜେଡି ପାଳିବାକୁ ଯାଉଛି ୨୭ ତମ ଜନ୍ମଦିବସ । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜନ ହେବ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟରୁ ପଞ୍ଚାୟତସ୍ତରୀୟ ପର୍ଯ୍ୟନ୍ତ କର୍ମକର୍ତ୍ତା । ବୈଠକରେ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବେ ନବୀନ । ସଂଗଠନକୁ ସକ୍ରିୟ କରିବା ଲାଗି ବିଗୁଲ ଫୁଙ୍କିବେ ଶଙ୍ଖପତି ନବୀନ ।

ଅଧିକ ପଢନ୍ତୁ- BJD Foundation Day: ଦଳକୁ ନେଇ ବଡ ଭବିଷ୍ୟତବାଣୀ କଲେ, ଶ୍ରୀକ୍ଷେତ୍ରରୁ ନିର୍ବାଚନ ଶଙ୍ଖ ଫୁଙ୍କିଲେ ମୁଖ୍ୟମନ୍ତ୍ରୀ

ବିଜୁ ଜନତା ଦଳକୁ ୨୬ ପୁରି ୨୭ ବର୍ଷ ଚାଲିବ । ଭୁବନେଶ୍ବର ବରମୁଣ୍ଡା ପଡିଆର ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ । ନିର୍ବାଚନ ପୂର୍ବରୁ ବଡ଼ଧରଣର ଏହି ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଦଳ । କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ, ପଞ୍ଚାୟତ ଓ ପୌର ନେତା ଓ କର୍ମକର୍ତ୍ତା, ବିଜେଡିର ଛାମୁଆ ସଂଗଠନ, ଯୁବ ଓ ମହିଳା ସଂଗଠନ, କୃଷକ, ସମବାୟ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହିବେ । ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ କରିବା ସହ ଆଗାମୀ ନିର୍ବାଚନ ପାଇଁ କର୍ମୀ ଓ ନେତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ସେହିପରି ତୃଣମୂଳସ୍ତରରୁ ଆରମ୍ଭ କରି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ ପାଳନ ହେବ ।

ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, ଲଗାତାର ୨୬ ବର୍ଷ ଧରି ଲୋକଙ୍କ ସେବା କରିବା ସହ କ୍ଷମତାରେ ରହିଥିବା ବିଜେଡି ଦେଶର ଏକମାତ୍ର ଦଳ । ପ୍ରତ୍ୟେକ ନିର୍ବାଚନରେ ନିଜର କଳେବର ବୃଦ୍ଧି କରୁଛି ବିଜେଡି । ଲୋକସଭା, ବିଧାନସଭା ନିର୍ବାଚନ ନୁହେଁ ଯେକୌଣସି ନିର୍ବାଚନରେ ଦଳ ବଡ଼ ସଫଳତା ହାସଲ କରୁଛି । ପଞ୍ଚାୟତ, ପୌର, ସମବାୟ ଓ ଉପ ନିର୍ବାଚନର ଫଳାଫଳକୁ ଉଦାହରଣ ଭାବେ ନିଆଯାଇପାରିବ । ୨୬ ବର୍ଷ ମଧ୍ୟରେ ନବୀନ ବାବୁ ଓଡିଶାକୁ ନୂଆ ରୂପ ଦେଇଛନ୍ତି । ଯାହା ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ସାଧାରଣ ଲୋକ ବହୁଳ ଭାବେ ଉପକୃତ ହେଉଛନ୍ତି । ସେ ଲୋକଙ୍କ ହୃଦୟରେ ପ୍ରବେଶ କରିଯାଇଛନ୍ତି । ତେଣୁ ନବୀନ ବାବୁ ଏବେ ବ୍ୟକ୍ତିରୁ ଅନୁଷ୍ଠାନ ହୋଇଯାଇଛନ୍ତି । ନବୀନଙ୍କ ଦଳ ବିଜେଡିକୁ ଅପ୍ରତିଦ୍ବନ୍ଦି ଲୋକେ କରି ଦେଇଛନ୍ତି । ବିଜେଡିରର ପ୍ରତିଷ୍ଠା ଦିବସ ଦଳର ନେତା ଓ କର୍ମୀ ନୁହେଁ ସାଧାରଣ ଜନତା ପାଳନ କରିବେ । ଉତ୍ସବ ଭାବେ ପାଳନ କରିବେ ସାଧାରଣ ଲୋକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details