ଓଡିଶା

odisha

ETV Bharat / state

ଜୟନାରାୟଣଙ୍କ ମାନସିକ ସ୍ଥିତି ଠିକ ନାହିଁ, ତାଙ୍କୁ ଗୋଡାଉଛି 5T ଭୟ: ବିଜେଡି - ଜୟ ନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଲା ବିଜେଡି । ଜୟ ନାରାୟଣ ମିଶ୍ରଙ୍କୁ 5T ଭୟ ଘାରିଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ଅଧିକ ପଢ଼ନ୍ତୁ

bjd leader lelin mohanty critisizes jaya narayan
ଜୟ ନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି

By ETV Bharat Odisha Team

Published : Sep 8, 2023, 10:42 PM IST

ଜୟ ନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର:ସମ୍ପାଦକୀୟ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ୫T ସଚିବ ଓ ବିଜେଡିକୁ ଟାର୍ଗେଟ କରୁଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ଉଠାଉଥିବା ପ୍ରସଙ୍ଗକୁ ସମର୍ଥନ କରି ଆସୁଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏନେଇ ଜୟଙ୍କୁ ଘେରିଛି ବିଜୁ ଜନତା ଦଳ । ଜୟ ନାରାୟଣ ମିଶ୍ରଙ୍କୁ ୫T ଭୟ ଗୋଡ଼ାଉଛି ବୋଲି ବିଜେଡି ଅଭିଯୋଗ କରିଛି । ମାନସିକ ରୋଗର ଅଧାପନ୍ତରିଆ ଚିକିତ୍ସା ଯୋଗୁଁ ଏଭଳି ଅବସ୍ଥା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସୌମ୍ୟଙ୍କ ପାଇଁ ଜୟ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଲେନିନ କଟାକ୍ଷ କରିଛନ୍ତି । ସୌମ୍ୟ ବିଜେପିକୁ ଗଲେ ଜୟନାରାୟଣ ବୁଡିବେ ବୋଲି କହିଛନ୍ତି ଲେନିନ ମହାନ୍ତି ।

ଜୟନାରାୟଣଙ୍କ ଉପରେ ବର୍ଷି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, " ଓଡିଶା ବିଜେପି ନେତା ଜୟ ନାରାୟଣ ମିଶ୍ର କିଛି ଦିନ ତଳେ ତାଙ୍କର କିଡ଼ନୀ ଏବଂ ମାନସିକ ସମସ୍ୟାର ଚିକିତ୍ସା ପାଇଁ ଯାଇଥିଲେ । କିଡ଼ନୀ ଟ୍ରିଟମେଣ୍ଟ କରିଛନ୍ତି । ତାଙ୍କର କିଡନୀ ଚିକିତ୍ସା ସଫଳ ହୋଇଛି । ବୋଧହୁଏ ସେ ମାନସିକ ଚିକିତ୍ସାକୁ ଅଧାରେ ଛାଡି ଦେଇଛନ୍ତି । ତେଣୁ ସେ ପୁଣି ଥରେ ପାଗଳ ପରି କଥାବାର୍ତ୍ତା ଆରମ୍ଭ କରିଥିବା କହିଛନ୍ତି । ତାଙ୍କର ଆଚରଣ, ଉଚ୍ଚାରଣ ହରାଇଛନ୍ତି । ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଯେମିତି ହୁଅନ୍ତି, ସେ ସେମିତି ହେଉଛନ୍ତି । ପାଗଳ ଭଳି ବ୍ୟବହାର କରୁଛନ୍ତି । ଏଥିରୁ ଜଣାପଡୁଛି ଯେ, ୫T ଭୂତ ଏବେ ବି ତାଙ୍କୁ ଗୋଡାଉଛି । ଯେଉଁଠାକୁ ଗସେ ସେ ୫T ଦେଖୁଛନ୍ତି, ସେଠାରେ ଖାଲି ୫T ଜପ କରୁଛନ୍ତି ।"



ଏହା ମଧ୍ୟ ପଢ଼ନ୍ତୁ:BJP to File Charge Sheet: 108 ପ୍ରସଙ୍ଗ ନେଇ ବିଜେଡି ବିରୋଧରେ ଚାର୍ଜସିଟ ଆଣିବ ବିଜେପି: LOP

ଲେନିନ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକାଲି ଜୟ ନାରାୟଣ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାଇଁ ଜୋରରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସୌମ୍ୟ ପଟ୍ଟନାୟକଙ୍କୁ ମଧ୍ୟ ସେ ଅଘାଡ଼ ସମର୍ଥନ ଦେଉଛନ୍ତି । ଯଦି ସୌମ୍ୟ ବାବୁ ବୁଲି ପଡ଼ିବେ । ଆଉ ବିଜେପିରେ ଯୋଗ ଦେବେ ବୋଲି କହିବେ । ତେବେ ଜୟନାରାୟଣ ମିଶ୍ର ଗୁରୁତର ଅବସାଦ ଓ ଭୟାତୁର ସ୍ଥିତି ଭିତରକୁ ଠେଲି ହୋଇଯିବେ । କାରଣ ସେ ଭଲ ଭାବେ ଜାଣନ୍ତି ଯେ, ସୌମ୍ୟ ପଟ୍ଟନାୟକ ଓଡିଶା ବିଜେପିରେ ଥିବା ବେଳେ କିଭଳି ସବୁ କାର୍ଯ୍ୟ କରିଥିଲେ । ପ୍ରଭୁ ଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଲେନିନ କହିଛନ୍ତି ।



ସୂଚନା ଯୋଗ୍ୟ ଜୟ ନାରାୟଣ କହିଥିଲେ, "ବିଜେଡି ନେତାଙ୍କର ରକ୍ତ ଓ ମାଂସ ନାହିଁ । ବିଜେଡି ବିଧାୟକ ମାନେ ଜଣେ ଜଣେ ଘୁଷୁରୀ । ବିଜେଡି ବିଧାୟକ ମାନେ ଜଣେ ସରକାରୀ କର୍ମଚାରୀଙ୍କ ଶରଣ ପଶିଛନ୍ତି । ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ସଚିବଙ୍କ ପାଇଁ ମିଟିଂ ଆୟୋଜନ କରୁଛନ୍ତି । ସୌମ୍ୟ ରଞ୍ଜନ ପଟ୍ଟନାୟକ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି ତାହା ଯୁକ୍ତିଯୁକ୍ତ । ଯାହା ଓଡ଼ିଶା ଓ ଭାରତ ଇତିହାସରେ ହୋଇନଥିଲା ତାହା ୫T ସଚିବ କରୁଛନ୍ତି ।"



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details