ଓଡିଶା

odisha

ETV Bharat / state

ୟୁବା ଭାରତ ଯୁବବର୍ଗଙ୍କୁ ଆକୃଷ୍ଟ କରିବାକୁ ଥୋପ ! ଅଭିଯୋଗ କଲା ବିଜେଡି, ଜବାବ ରଖିଲା ବିଜେପି - ଜାତୀୟ ଏକତା ଦିବସ

ଜାତୀୟ ଏକତା ଦିବସରେ ୟୁବା ଭାରତ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ନେଇ ରାଜନୀତିକ ବୟାନ ବାଜୀ ଆରମ୍ଭ ହୋଇ ଯାଇଛି । ବିଜେଡି ଟାର୍ଗେଟ୍‌ କରିଥିବା ବେଳେ ଜବାବ ରଖିଛି ବିଜେପି । ଅଧିକ ପଢ଼ନ୍ତୁ

ଯୁବବର୍ଗଙ୍କୁ ଆକୃଷ୍ଟ କରିବାକୁ ଥୋପ!  ଅଭିଯୋଗ କଲା ବିଜେଡି, ଜବାବ ରଖିଲା ବିଜେପି
ଯୁବବର୍ଗଙ୍କୁ ଆକୃଷ୍ଟ କରିବାକୁ ଥୋପ! ଅଭିଯୋଗ କଲା ବିଜେଡି, ଜବାବ ରଖିଲା ବିଜେପି

By ETV Bharat Odisha Team

Published : Nov 1, 2023, 8:07 AM IST

ଭୁବନେଶ୍ବର: ଜାତୀୟ ଏକତା ଦିବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେରା ୟୁବା ଭାରତ (ମୋ ଭାରତ)ର ଶୁଭାରମ୍ଭ କରିଛନ୍ତି । ଯାହାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି । ନିଯୁକ୍ତି ନଦେଇ କେବଳ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନିର୍ବାଚନୀ ଥୋପ ବୋଲି ବିଜେଡି ଅଭିଯୋଗ କରିଥିଲା । ଯାହାର ଜବାବ ରଖିଛି ବିଜେପି ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ନିର୍ବାଚନ ସମୟରେ କେନ୍ଦ୍ର ସରକାରଙ୍କର ଅନେକ କଥା ମନେପଡ଼େ । ଯୁବକଙ୍କ ନିଯୁକ୍ତି କଥା କେନ୍ଦ୍ର ସରକାର କହିଥିଲେ । ରୋଜଗାର ନମିଳିଲେ ସଶକ୍ତ କେମିତି ହେବେ । ବଞ୍ଚିବାର ରାହା ସୃଷ୍ଟି ନହେଲେ ସାଧାରଣ ଭାବେ ସେମାନେ ସଶକ୍ତ ହୋଇପାରିବେ ନାହିଁ । ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏହା ନିର୍ବାଚନୀ ଥୋପ ହୋଇପାରେ । ଯୁବକଙ୍କ ନିଯୁକ୍ତି କଥା କେନ୍ଦ୍ର କହୁନାହିଁ । ଯୁବକ ସେତେବେଳେ ସଶକ୍ତ ହେବେ ଯେତେବେଳେ ନିଯୁକ୍ତି ମିଳିବ । କାର୍ଯ୍ୟକ୍ରମଟି ଯୁବକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ନାହିଁ । କାରଣ ନିର୍ବାଚନ ପୂର୍ବରୁ କରୁଛନ୍ତି । ପୂର୍ବରୁ ଯେଉଁ କହିଥିଲେ, ପ୍ରତିବର୍ଷ ନିଯୁକ୍ତି ଦେବେ । ଏବେ ତାହା ଦେଖିବାକୁ ମିଳିନାହିଁ । ରାଜ୍ୟରେ ଅନେକ ଯୋଜନା ରହିଛି । ସରକାରୀ କର୍ମଚାରୀ ପଦବୀ ଯାହା ଥିଲା, ତାହା ପୂରଣ ହେଉଛି । ନିଯୁକ୍ତି ମିଳିବା ସହ ରୋଜଗାର ମଧ୍ୟ ବଢୁଛି ।

ଅଧିକ ପଢନ୍ତୁ- ଆବାସ ପାଇଁ ରାଜ୍ୟ କେଉଁଠୁ ଆଣିବ ଅର୍ଥ ପ୍ରଶ୍ନ କଲେ ସମୀର ମହାନ୍ତି

ବିଜେଡିର ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ସମୀର କହିଛନ୍ତି ଯେ, ବିଶ୍ବରେ ଭାରତବର୍ଷ ହେଉଛି ଯୁବକମାନଙ୍କ ଦେଶ । ଏହା କହିଲେ ଭୁଲ ହେବନାହିଁ । ବର୍ତ୍ତମାନ ସମଗ୍ର ବିଶ୍ବରେ ବୟସ୍କଙ୍କ ସଂଖ୍ୟା ଅଧିକ ହେଉଥିବାବେଳେ ଭାରତରେ ଏହା ବ୍ୟତିକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆଗାମୀ ପିଢୀ ପାଇଁ ଏକ ବିକଶିତ ରାଷ୍ଟ୍ର ଭାବେ ଭାରତବର୍ଷ ପ୍ରତିପାଦିତ ହେବ । ଯୁବକଙ୍କ ଯୋଗଦାନ ବ୍ୟାପକ ଭାବେ ରହିବ । ସେ ଦୃଷ୍ଟିରୁ ଆତ୍ମା ନିର୍ଭର ଭାରତବର୍ଷ ଗଠନ ପାଇଁ ଯୁବକଙ୍କର ଯୋଗଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀ ଦେଶର ଯୁବକଙ୍କୁ ଆଗକୁ ବଢାଇବା ଲାଗି ପଦକ୍ଷେପ ନେଉଛନ୍ତି । ଓଡ଼ିଶାର ଯୁବକ ଏଥିରେ ଅଂଶଗ୍ରହଣ କରନ୍ତୁ । ଯୁବ ଭୋଟରକୁ କେନ୍ଦ୍ର ଆଖେଇଥିବା ବିଜେଡି ଅଭିଯୋଗ ଉପରେ କିଛି କହିବାର ନାହିଁ । ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ଯେଉଁଭଳି ଭାବେ ରାଜ୍ୟ ସରକାର ବେରୋଜଗାର କରିଛନ୍ତି, ତାହା ଜଣାଅଛି । ଓଡ଼ିଶାର 11 ଲକ୍ଷରୁ ଅଧିକ ଶିକ୍ଷିତ ଯୁବକ ନିଯୁକ୍ତି ପାଇଁ ରେଜିଷ୍ଟ୍ରି କରିଛନ୍ତି । ଉଚ୍ଚଶିକ୍ଷା ନେଇ ସେମାନେ ବେକାର ଅଛନ୍ତି । ସେମାନେ ଆଗାମୀ ଦିନରେ ଜବାବ ଦେବେ । କିଏ ରାଜନୀତି କରୁଛି ଓ କିଏ ଯୁବକଙ୍କୁ ସଶକ୍ତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details