ଓଡିଶା

odisha

ETV Bharat / state

ପାଣ୍ଡିଆନ ଯାହା କହିଛନ୍ତି ତାହା ସତ କହିଲା ବିଜେଡି, ଗଣତନ୍ତ୍ରକୁ ବିଜେଡି ଗୁରୁତ୍ବ ଦେଉନଥିବା ବିଜେପିର ଅଭିଯୋଗ

ରମେଶ କହିଛନ୍ତି ଯେ, ଗତକାଲି ପାଣ୍ଡିଆନ ଯାହା କହିଛନ୍ତି ତାହା ସତ । ଗଞ୍ଜାମରେ ଯେତେବେଳେ କୋଭିଡର ପ୍ରକୋପ ବଢୁଥିଲା ସେତେବେଳେ ପ୍ରଦୀପ ପାଣିଗ୍ରାହୀ ନିଜର ଭାବି ସମୁଦି ସହ ବୁଲିକି ମଉଜ ମଜଲିସ କରୁଥିଲେ । ଦିଲ୍ଲୀ ଓ ମୁମ୍ବାଇ ବୁଲୁଥିଲେ । ତା ପରେ କିନ୍ତୁ ଚିଠି ଲେଖିଲେ । ମନ୍ତବ୍ୟ ଦେଲେ ଯେ ଆମକୁ କେହି ପଚାରୁ ନାହାନ୍ତି । ଅଧିକ ପଢନ୍ତୁ

ପାଣ୍ଡିଆନ ଯାହା କହିଛନ୍ତି ତାହା ସତ କହିଲା ବିଜେଡି, ଗଣତନ୍ତ୍ରକୁ ବିଜେଡି ଗୁରୁତ୍ବ ଦେଉନଥିବା ବିଜେପିର ଅଭିଯୋଗ
ପାଣ୍ଡିଆନ ଯାହା କହିଛନ୍ତି ତାହା ସତ କହିଲା ବିଜେଡି, ଗଣତନ୍ତ୍ରକୁ ବିଜେଡି ଗୁରୁତ୍ବ ଦେଉନଥିବା ବିଜେପିର ଅଭିଯୋଗ

By ETV Bharat Odisha Team

Published : Aug 26, 2023, 8:32 PM IST

ପାଣ୍ଡିଆନ ଯାହା କହିଛନ୍ତି ତାହା ସତ କହିଲା ବିଜେଡି, ଗଣତନ୍ତ୍ରକୁ ବିଜେଡି ଗୁରୁତ୍ବ ଦେଉନଥିବା ବିଜେପିର ଅଭିଯୋଗ

ଭୁବନେଶ୍ବର: ପ୍ରଦୀପ, ପାଣ୍ଡିଆନ ଓ ପଲିଟିକ୍ସ ଜାରି ରହିଛି । ଗତକାଲି ଗୋପାଳପୁର ହାଇଡ୍ରାମା ଆଜି ବି ବଳବତ୍ତର ରହିଛି । ଆରୋପ ପ୍ରତ୍ୟାରୋପର ପର୍ବ ଆଗକୁ ବଢିଛି । ମୁଖ୍ୟମନ୍ତ୍ରୀଙ୍କ ନୈତିକତାକୁ ନେଇ ପୁନର୍ବାର ପ୍ରଶ୍ନ ଉଠାଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେପଟେ ଗୋପାଳପୁର କାର୍ଯ୍ୟକ୍ରମରେ 5ଟି ସଚିବ ଭି କେ ପାଣ୍ଡିଆନଙ୍କ ବକ୍ତବ୍ୟକୁ ସମର୍ଥନ କରିଛି ବିଜେଡି । ପାଣ୍ଡିଆନ ଯାହା କହିଛନ୍ତି ତାହା ସତ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।

ରମେଶ କହିଛନ୍ତି ଯେ, ଗତକାଲି ପାଣ୍ଡିଆନ ଯାହା କହିଛନ୍ତି ତାହା ସତ । ଗଞ୍ଜାମରେ ଯେତେବେଳେ କୋଭିଡର ପ୍ରକୋପ ବଢୁଥିଲା ସେତେବେଳେ ପ୍ରଦୀପ ପାଣିଗ୍ରାହୀ ନିଜର ଭାବି ସମୁଦି ସହ ବୁଲିକି ମଉଜ ମଜଲିସ କରୁଥିଲେ । ଦିଲ୍ଲୀ ଓ ମୁମ୍ବାଇ ବୁଲୁଥିଲେ । ତା ପରେ କିନ୍ତୁ ଚିଠି ଲେଖିଲେ । ମନ୍ତବ୍ୟ ଦେଲେ ଯେ ଆମକୁ କେହି ପଚାରୁ ନାହାନ୍ତି । ଜଣେ ବିଧାୟକ ଜନସାଧାରଣଙ୍କ ସମସ୍ୟାକୁ ନିଜେ ବୁଝିବା କଥା । ଏଠି ସେ ଫାଙ୍କି ଦେବାକୁ ବସିଥିଲେ । ତେଣୁ ଯାହା ପଣ୍ଡିଆନ କହିଛନ୍ତି ତାହା ସତ କଥା ।

ଏହାବି ପଢନ୍ତୁ- ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ, ମୋର କିଛି ହେଲେ ବଦଳିବ ଓଡିଶା ରାଜନୈତିକ ଚିତ୍ରପଟ

ପ୍ରଦୀପ ପାଣିଗ୍ରାହୀ ଗତ ତିନି ଚାରି ବର୍ଷ ସେ ନିରବ ରହିଛନ୍ତି । ଜନସାଧାରଣଙ୍କ କୌଣସି ସମସ୍ୟାର ସମାଧାନ କରି ନାହାନ୍ତି । ବିଧାୟକ ପାଣ୍ଠି ବି କିଛି ଦେଲେ ନାହିଁ । ଏବେ ଯେଉଁ ବହାରିକି ଲୋକଙ୍କ ପାଇଁ କାମ କରିବା କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଣ୍ଡିଆନ ବିଭିନ୍ନ ଜିଲ୍ଲା ବୁଲୁଛନ୍ତି । ଜନସାଧାରଣଙ୍କୁ ଭେଟିକି ସମସ୍ୟା ବୁଝୁଛନ୍ତି । ତେଣୁ ଏଥିରେ ସମସ୍ତେ ସହଯୋଗ କରିବା କଥା । କିନ୍ତୁ କାଲି ପ୍ରଦୀପ ପାଣିଗ୍ରାହୀ ତାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଛନ୍ତି । ଯିଏ ଲୋକଙ୍କ ସହିତ ନଥିଲେ କିମ୍ବା ଲୋକଙ୍କ ସମସ୍ୟା ବୁଝୁନଥିଲେ ତେଣୁ ପ୍ରଦୀପଙ୍କୁ ଲୋକେ ବିରୋଧ କଲେ । ଭଲ କାମକୁ ପ୍ରଦୀପ ପାଣିଗ୍ରାହୀ ବିରୋଧ କାରିବାରୁ ତାଙ୍କୁ ଲୋକେ ବିରୋଧ କରିଛନ୍ତି । ତେଣୁ ଲୋକଙ୍କ ଆକ୍ରୋଶର ପ୍ରତିଫଳନ କାଲି ଦେଖିବାକୁ ମିଳିଲା ।

24 ବର୍ଷ ଶାସନ କରିବା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ପ୍ରଣାଳୀକୁ ବିରୋଧୀ ଦଳ ବାହା ବାହା କରନ୍ତି । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ମାନେ ପ୍ରଶଂସା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ ଯେଉଁଭଳି କାର୍ଯ୍ୟ କରିଛନ୍ତି, ବିଶ୍ବ ଦେଖିଛି । କୋଭିଡ଼ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଆଣି ଉଚିତ ପରିଚାଳନା କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରି ସେ ମଧ୍ୟ ବିଶ୍ବ ବିଖ୍ୟାତ ।

ଏହାବି ପଢନ୍ତୁ- ଆଜିର ଘଟଣା ଓଡିଶାବାସୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ: ପ୍ରଦୀପ ପାଣିଗ୍ରାହୀ

ସତ କଥା କହିଲେ କିଛି ଅସୁବିଧା ନାହିଁ । ସିଏ ଯିଏ ହୁଅନ୍ତୁ ନା କାହିଁକି ସତ କହିଲେ ଅସୁବିଧା କିଛି ନାହିଁ । ଯେଉଁଟା ନ୍ୟାୟ ଯେଉଁଟା ଲୋକ ଜାଣିବା କଥା ତାକୁ ପାଣ୍ଡିଆନ କହିଛନ୍ତି । ସତ କଥା ଯିଏ କେହି କହିଲେ ବି ଚଳିବ । ଯେଉଁଟା କହିଛନ୍ତି ନୀତିଗତ ଭାବେ କହିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ଜନ ଅସନ୍ତୋଷ ଥିବାରୁ କାଲି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ବିରୋଧ ବ୍ୟବସ୍ଥା ହୋଇଛି ତାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ହୋଇଛି । ଯାହା ଘଟିଲା ତାହା ଜନ ଅସନ୍ତୋଷ ର ପ୍ରତିଫଳନ । ପୋଲିସ ଆଗକୁ ଆକ୍ସନ ନେଇ ପାରେ ସେଇଟା ପୋଲିସ କହିବ ।

ଅନ୍ୟପଟେ ଗତକାଲିର ପୁରା ଘଟଣା ଉପରେ ଆଜି ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କରିଛି ରାଜ୍ୟ ବିଜେପି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ‘‘ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଛି । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ହିସାବରେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଆଉଟ ସୋର୍ସିଂ କରି ନିଜ ବ୍ୟକ୍ତିଗତ ସଚିବଙ୍କୁ ଚାରି ଆଡେ ବୁଲାଇବାର ପ୍ରହସନ ଚଳାଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡ଼ିଶାରେ ବିଜେଡ଼ି ଗଣତନ୍ତ୍ରକୁ ଗୁରୁତ୍ଵ ଦେଉନାହିଁ । ଜନପ୍ରତିନିଧି ମାନଙ୍କର କୌଣସି ଗୁରୁତ୍ଵ ନାହିଁ । ସରକାରୀ କଳର ଅପବ୍ୟବହାର କରି ଟିକସଦାତାଙ୍କ ବିପୁଳ ଅର୍ଥ ନଷ୍ଟ କରି ଜଣେ ସଚିବଙ୍କୁ ଓଡ଼ିଶା ସାରା ବୁଲାଇ ବିଜେଡ଼ି ତାର ସଙ୍ଗଠନକୁ ସକ୍ରିୟ ରଖିବାକୁ ଚାହୁଁଛି ।’’

ଲେଖୀଶ୍ରୀ ଆହୁରି କହିଛନ୍ତି ପୂର୍ବରୁ 23 ବର୍ଷ ଧରି ଯିଏ କଳଙ୍କିତ ହେଲା, ତାଙ୍କୁ ସାଇଡ ଲାଇନ କରି ମୁଖ୍ୟମନ୍ତ୍ରୀ ନିଜ ଭାବମୂର୍ତ୍ତିକୁ ସ୍ବଚ୍ଛ କରି ବସିଛନ୍ତି । ତେଣୁ ସବୁବେଳେ ମୁଖ୍ୟମନ୍ତ୍ରୀ ପଛରେ ରହି, ମୁଁ ସଫା ଓ ଅନ୍ୟ ସବୁ ମଳିନ ବୋଲି ଏହି ଧାରଣା ଲୋକଙ୍କୁ ସବୁବେଳେ ଦେଇଆସିଛନ୍ତି । ଯେତେବେଳେ ଯେଉଁ ଲୋକ ଉପରେ ଟାର୍ଗେଟ ହେଲା ତାଙ୍କୁ ହଟେଇ ଦିଅନ୍ତି । ଯଦି 5T ସଚିବଙ୍କ ଉପରେ ବି ବେଶି ଟାର୍ଗେଟ ହୁଏ, ମୁଖ୍ୟମନ୍ତ୍ରୀ ପୁଣି ବାହାରିକି କହିବେ, ଯେ ସଚିବ ଦୋଷୀ କିନ୍ତୁ ମୁଁ ଭଲ । କିନ୍ତୁ ଓଡ଼ିଶାରେ ଲୋକ ନବୀନ ବାବୁଙ୍କୁ ଭୋଟ ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କର ନୈତିକ ଏବଂ ସାମ୍ବିଧାନିକ ଦାୟିତ୍ବ ଭୁଲି ଆଜି ନିଖୋଜ ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, କେହି ଜାଣିନାହାନ୍ତି । ଓଡ଼ିଶାରେ ବଡରୁ ବଡ ଘଟଣା ଘଟିଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମୁହଁରୁ ଗୋଟେ ପ୍ରତିକ୍ରିୟା କି ଗୋଟେ ନିର୍ଣ୍ଣୟ ବି ଶୁଣିବାକୁ ମିଳୁନାହିଁ । ଗଣତନ୍ତ୍ରର କୌଣସି 5T ସଚିବ ରାଜ୍ୟ ଚଳାଇବାର ନଜିର କେଉଁଠି ବି ନାହିଁ ।

ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗରେ ଲେଖାଶ୍ରୀ କହିଛନ୍ତି, 'ପ୍ରଦୀପ ପାଣିଗ୍ରାହୀ ଜଣେ ଜନପ୍ରତିନିଧି । ଲୋକ ପ୍ରତିନିଧି ଭାବେ ଯାହା ଅଧିକାର ଏବଂ ଦାୟିତ୍ଵ ଅଛି ତାହା ସେ ତୁଲାଇବାର ଆବଶ୍ୟକତା ଅଛି । ପୂର୍ବରୁ ବିଜେଡ଼ି ନେତା ମାନେ କହୁଥିଲେ ଯେ, 5T ସଚିବ ସରକାରଙ୍କ କାମ କରୁଛନ୍ତି, ଶାସନ କାମ କରୁଛନ୍ତି, ଓଡ଼ିଶା ବିକାଶ ନିୟନ୍ତ୍ରଣ କରୁଛନ୍ତି ।"

ଲେଖାଶ୍ରୀ ପୁଣି କହିଛନ୍ତି ଯେ କିନ୍ତୁ ଗତକାଲି 5T ସଚିବ ସିଧାସଳଖ ଜଣେ ବିଧାୟକଙ୍କ ବିରୋଧରେ କହିବା ସ୍ପଷ୍ଟ କରୁଛି, ଯେ ରାଜନୈତିକ ଉଦ୍ଦେଶ୍ୟ ରଖି 5T ସଚିବ ସବୁ କରୁଛନ୍ତି । ଯଦି ରାଜନୈତିକ ଉଦ୍ଦେଶ୍ୟ ରଖି କିଛି କରିବାର ଅଛି ତେବେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ମଇଦାନ ଉପରକୁ ଆସନ୍ତୁ । କାହାକୁ ମନା ନାହିଁ, ଭାରତୀୟ ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢି ପାରିବେ । କିନ୍ତୁ ସମସ୍ତଙ୍କ ଭୂମିକା ସ୍ପଷ୍ଟ ଭାବେ ବଣ୍ଟା ଯାଇଛି । ହେଲେ ଏମିତି ମନ ଇଚ୍ଛା କଲେ ଏହାକୁ ଅରାଜକତା କୁହାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details