ଓଡିଶା

odisha

କାଲି ବିଜେଡି କାର୍ଯ୍ୟକାରିଣୀ: 26 ବର୍ଷ ପୂର୍ତ୍ତିରେ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

BJD State Executive Meeting: ଆସନ୍ତାକାଲି ଶଙ୍ଖ ଭବନରେ ଅନୁଷ୍ଠିତ ହେବ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 14, 2023, 7:28 PM IST

Published : Dec 14, 2023, 7:28 PM IST

ETV Bharat / state

କାଲି ବିଜେଡି କାର୍ଯ୍ୟକାରିଣୀ: 26 ବର୍ଷ ପୂର୍ତ୍ତିରେ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

କାଲି ବିଜେଡି କାର୍ଯ୍ୟକାରିଣୀ; 26 ବର୍ଷ ପୂର୍ତ୍ତିରେ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ
କାଲି ବିଜେଡି କାର୍ଯ୍ୟକାରିଣୀ; 26 ବର୍ଷ ପୂର୍ତ୍ତିରେ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

କାଲି ବିଜେଡି କାର୍ଯ୍ୟକାରିଣୀ; 26 ବର୍ଷ ପୂର୍ତ୍ତିରେ 26 ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର) ଶଙ୍ଖ ଭବନରେ ଅନୁଷ୍ଠିତ ହେବ ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ । କାର୍ଯ୍ୟକାରିଣୀ ସଦସ୍ୟ, ସବୁ ବିଧାୟକ, ସାଂସଦଙ୍କ ସହ ଛାମୁଆ ସଂଗଠନର କର୍ମକର୍ତ୍ତା, ଆମନ୍ତ୍ରିତ କର୍ମକର୍ତ୍ତା ଯୋଗ ଦେବେ । ପୂର୍ବାହ୍ନ ସାଢ଼େ 10ରେ ଏହା ଅନୁଷ୍ଠିତ ହେବାକୁ ଥିବାବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଯୋଗ ଦେବେ । ଏନେଇ ଶଙ୍ଖ ଭବନରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦନରେ ସ୍ମାରକୀ ପଦଯାତ୍ରା ସହ ପ୍ରତି ନିର୍ବାଚନ ମଣ୍ଡଳୀରୁ 200 ସଦସ୍ୟ ପ୍ରଶିକ୍ଷଣ ନେଇଥିଲେ । ସମୁଦାୟ 30 ହଜାର କର୍ମକର୍ତ୍ତା ପ୍ରଶିକ୍ଷଣ ନେଇଥିଲେ । ତା ପରେ ଜୋନାଲରେ 2.80 ଲକ୍ଷ କର୍ମକର୍ତ୍ତା ପ୍ରଶିକ୍ଷଣ ନେଲେଣି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଡ଼ିସେମ୍ବର 24ରେ ସରିବ । ବିଜେଡିକୁ ଡିସେମ୍ବର 26ରେ 26 ବର୍ଷ ପୁରିବ । ଦଳ 27 ବର୍ଷରେ ପାଦ ଦେବେ । ସେ ଦିନ ସାମାଜିକ କାର୍ଯ୍ୟକ୍ରମ, ଜୀବନ ବିନ୍ଦୁ, ବୃକ୍ଷରୋପଣ କରାଯିବ । ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ନେଇ ଆଲୋଚନା ହେବେ । କର୍ମକର୍ତାମାନେ ନିଜକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଶପଥ ନେବେ । ଏହି କାର୍ଯ୍ୟକ୍ରମ ସହ ସାଇକେଲ ରାଲି କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏ ହେବ । ଯାହାର ନେତୃତ୍ବ ନେବେ ଛାତ୍ର ଓ ଯୁବ । ଗଣଦୌଡ ବି ହେବ ।’’

ଅଧିକ ପଢନ୍ତୁ- BJD Foundation Day: ଆସନ୍ତା ୨୬ରେ ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ପାଳିବ BJD

ଦଳର ମହିଳା ନେତ୍ରୀ ତଥା ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ବଡ଼ ଆଞ୍ଚଳିକ ଦଳ ପାଲଟିଛି ବିଜେଡି । ପ୍ରତିଷ୍ଠା ଦିବସରେ ମହିଳା ବିଜେଡି ସବୁ କାର୍ଯ୍ୟରେ ଅଂଶୀଦାର ରହିବେ । ମହିଳା ସଶକ୍ତିକରଣରେ ଯେପରି ଅଧିକରୁ ଅଧିକ ମହିଳା ସାମିଲ ହେବେ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କାର୍ଯ୍ୟକାରୀ ହେବେ । ସବୁ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ମହିଳା ଯେପରି ସାମିଲ ରହିବେ, ସେ ନେଇ କାମ ଚାଲିଛି ।

ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି ଯେ, ଆମର ସାମାଜିକ ପ୍ରତିବଦ୍ଧତା ରହିଛି । ଜୀବନ ବିନ୍ଦୁ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି । ଛାତ୍ର ଓ ଯୁବ ବିଜେଡି ଏକ ଲକ୍ଷରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହେବ । 26 ବର୍ଷ ପାଇଁ 26 ହଜାର ୟୁନିଟ ରକ୍ତ ସଂଗ୍ରହ ହେବ । ଏଥିପାଇଁ 12 ଦିନ ଟାର୍ଗେଟ ରହିଛି । ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ ସଫଳ ସହ ହୋଇଛି । ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ ।

ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ଦଳର 27 ତମ ପ୍ରତିଷ୍ଠା ଦିବସରେ ସାଇକେଲ ରାଲି ଆୟୋଜନ ହେବ । କଟକରୁ ରାଲି ବାହାରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ । ଏହା ସହ ଗଣଦୌଡ ଆୟୋଜନ କରାଯିବ । ତୃଣମୂଳ ସ୍ତରରେ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପହଞ୍ଚା ଯିବ ସେ ନେଇ ଆମେ କାର୍ଯ୍ୟ କରିବୁ । ବିକାଶ ଅଭିଯାନରେ ଛାତ୍ର ଓ ଯୁବଙ୍କୁ ସାମିଲ କରିବାକୁ ଶପଥ ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details